ଭକ୍ତି ଭାବରେ ବନ୍ଧା ଶିଳ୍ପୀ ସତ୍ୟନାରାୟଣ, ଚାରିଦିନରେ ଅଢ଼େଇ ଇଞ୍ଚର ନନ୍ଦିଘୋଷ ରଥ ନିର୍ମାଣ କରି କାଳିଆ ଠାକୁରଙ୍କୁ କଲେ ରଥାରୂଢ

ଗଞ୍ଜାମ: ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବ୍ରହ୍ମପୁର ସହରର ଜଣେ ଭକ୍ତ ତଥା ଶିଳ୍ପୀ ସତ୍ୟନାରାୟଣ ମହାରଣା କୁନି ରଥରେ କୁନି ଠାକୁରଙ୍କୁ ଗଢ଼ିଛନ୍ତି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଭକ୍ତି ଭାବରେ ବନ୍ଧା ଶିଳ୍ପୀ ସତ୍ୟନାରାୟଣ ଦୀର୍ଘ ୫ ବର୍ଷ ହେବ କ୍ଷୁଦ୍ର ରଥ ନିର୍ମାଣ କରି ଆସୁଛନ୍ତି । ୫ ବର୍ଷ ତଳେ ସେ ପ୍ରଥମେ ୧୪ ଇଞ୍ଚର ୩ଟି ରଥ ନିର୍ମାଣ କରି ଦେଶ ବିଦେଶରେ ନାମ ଅର୍ଜନ କରିସାରିଛନ୍ତି । ତେବେ ଚଳିତ ବର୍ଷ ଚାରିଦିନରେ କାଳିଆ ସାଆନ୍ତଙ୍କ ରଥଯାତ୍ରା ଅବସରରେ ମାତ୍ର ଅଢେଇ ଇଞ୍ଚର ନନ୍ଦିଘୋଷ ରଥ ସେ ନିର୍ମାଣ କରିଛନ୍ତି । ଏହି ରଥରେ ରହିଛି ୧୬ଟି ଚକ, ୪ଟି ଘୋଡ଼ା, ୨ଟି ଓଲଟା ଶୁଆ ଓ ଦଧିନଉତି । ବିଶ୍ୱର ସବୁଠାରୁ କ୍ଷୁଦ୍ର ରଥ ନିର୍ମାଣ କରି ସେଥିରେ ସେ କାଳିଆ ଠାକୁରକୁ ରଥାରୂଢ କରିଛନ୍ତି ।

ତେବେ ନିଜର ପରାକାଷ୍ଠା  ଓ ସାଧନା ବଳରେ କିଛି ନିଆରା କରିବାକୁ ସତ୍ୟନାରାୟଣ ଚାହିଁଥାଆନ୍ତି। ୨୦୧୬ରେ ୧୪ ଇଞ୍ଚର ରଥ ନିର୍ମାଣ କରିଥିଲେ । ସେହିଭଳି ୨୦୧୭ରେ ୮ ଇଞ୍ଚର ଏବଂ ୨୦୧୮ରେ ୪ ଇଞ୍ଚର ରଥ ନିର୍ମାଣ କରି ସମ୍ମାନିତ ମଧ୍ୟ ହୋଇଥିଲେ ସତ୍ୟ ନାରାୟଣ । ମାତ୍ର ଚଳିତ ବର୍ଷ ଅଢେଇ ଇଞ୍ଚର କାଠ ରଥ ନିର୍ମାଣ କରି ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ।

ସମ୍ବନ୍ଧିତ ଖବର