‘ଧଉଳି ଏକ୍ସପ୍ରେସ୍‌’ରୁ ଧୂଆଁ ନିର୍ଗତ, ଯାତ୍ରୀ ଭୟଭୀତ

ସୋର: ‘ଧଉଳି ଏକ୍ସପ୍ରେସ୍‌’ରୁ ରବିବାର ଅପରାହ୍ଣରେ ଅଚାନକ ଧୂଆଁ ନିର୍ଗତ ହେବାରୁ ଶହ ଶହ ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି। ସୂଚନା ଅନୁସାରେ ଆଜି ଅପରାହ୍ଣ ୪ଟାରେ ଅଚାନକ ପୁରୀ-ହାଓ୍ଵଡା ‘ଧଉଳି ଏକ୍ସପ୍ରେସ୍‌’ର ଚକାରୁ ଧୂଆ ନିର୍ଗତ ହେବା ପରେ ଟ୍ରେନ୍‌ଟି ବାଲେଶ୍ୱର ଜିଲ୍ଲାର ସୋର୍‌ ଷ୍ଟେସନରେ ଅଟକି ରହିଛି।

ରିପୋର୍ଟ ଲେଖାଯିବା ବେଳକୁ ଧୂଆଁ ନିର୍ଗତ ହେବାର କାରଣ ଜଣାପଡ଼ି ନାହିଁ। ମାତ୍ର ଏକ ଅଭାବନୀୟ ଘଟଣା ପାଇଁ ଯାତ୍ରୀମାନେ ବିରକ୍ତି ପ୍ରକାଶ କରିଛନ୍ତି। ଧଉଳି ଏକ୍ସପ୍ରେସ୍‌ ଯୋଗୁଁ ଅନ୍ୟ ଟ୍ରେନ୍‌ଗୁଡ଼ିକର ପରିଚାଳନା ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର