କଶ୍ମୀରରେ ସ୍ଥିତି ସ୍ୱାଭାବିକ ଥିବା ନେଇ ଜମ୍ମୁ-କଶ୍ମୀର ପୁଲିସ ସେୟାର କଲା ଡ୍ରୋନ୍‌ ଭିଡିଓ

ଜମ୍ମୁ-କଶ୍ମୀର: କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅଶାନ୍ତି ଲାଗି ରହିଥିବା ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଗୁଜବ ଉଠିଛି। ତେବେ ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପୁଲିସ ସ୍ପଷ୍ଟ କରିଛି କି, ରାଜ୍ୟ ଶାନ୍ତିପୂର୍ଣ୍ଣ ରହିଛି। ସୋସିଆଲ ମିଡିଆରେ ଅଜଥାରେ ମନଗଢ଼ା ଭିଡିଓ ଓ ଫଟୋମାନ ପୋଷ୍ଟ କରାଯାଉଛି।

ଜମ୍ମୁ-କଶ୍ମୀର ପୁଲିସ କାର୍ଯ୍ୟାଳୟ ପକ୍ଷରୁ ଅଗଷ୍ଟ ୧୦ର ଏକ ଡ୍ରୋନ୍‌ ଭିଡିଓ ସେୟାର କରାଯାଇଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଜମ୍ମୁ-କଶ୍ମୀର ରାସ୍ତା ଗାଡିରେ ଭରି ରହିଛି। ଲୋକମାନେ ସ୍ୱାଭାବିକ ଭାବେ ଯାତାୟାତ କରି ପାରୁଛନ୍ତି। ଭିଡିଓରେ ବାରମୁଲା, ପୁଲଓ୍ଵାମା, ବଡଗ୍ରାମ, ଗାନ୍ଦରବଲ ଭଳି ଅନେକ ଜିଲ୍ଲାର ଭିଡିଓ କ୍ଲିପ୍‌ ରହିଛି। ଏଥିରେ ଶ୍ରୀନଗରର ବିଭିନ୍ନ ସ୍ଥାନକୁ ବି ଦର୍ଶାଯାଇଛି। ନିମ୍ନରେ ଭିଡିଓ ଦେଖନ୍ତୁ ….

 

ଜମ୍ମୁ-କଶ୍ମୀର ପୁଲିସ ଗତ ଶନିବାର ରାତିରେ କହିଥିଲା କି, ରାଜ୍ୟରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି, ଗତ ଏକ ସପ୍ତାହ ହେବ ମାମୁଲି ପଥରମାଡ ଛଡା ଅନ୍ୟ କୌଣସି ଅପ୍ରୀତିକର ଘଟଣା ଘଟି ନାହିଁ। ଘାଟିରେ ସ୍ଥିତି ଆଜି ସ୍ୱଭାବିକ ରହିଛି। କୌଣସି ଅପ୍ରୀତିକର ଘଟଣାର ସୂଚନା ମିଳିନାହିଁ। ବଛାବଛା କିଛି ସ୍ଥାନରେ ପ୍ରତିବନ୍ଧକୁ ଅସ୍ଥାୟୀ ଭାବେ ହଟାଇ ଦିଆଯାଇଛି ।

ପୁଲିସ ମହାନିର୍ଦ୍ଦେଶକ ଦିଲବାଗା ସିଂହଙ୍କ କହିବାନୁସାରେ, କଂଗ୍ରେସ ନେତା ରାହୁଲ ଗାନ୍ଧି ବି ଗଣମାଧ୍ୟମକୁ ଜମ୍ମୁ-କଶ୍ମୀରରେ ଅଶାନ୍ତି ଲାଗି ରହିଥିବା ନେଇ ମୋଦି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଆଲୋଚନା କରିଥିଲେ। କାଶ୍ମୀର ପ୍ରସଙ୍ଗକୁ ରାହୁଲ ଦେଇଥିବା ବୟାନ ପରେ ଶ୍ରୀନଗର ପୁଲିସ ଟୁଇଟ କରି ସ୍ଥିତି ଶାନ୍ତିପୂର୍ଣ୍ଣ ଥିବା କଥା ଜଣାଇଥିଲା।

ସମ୍ବନ୍ଧିତ ଖବର