ଭଦ୍ରକ କଲେଜରେ ଯୁକ୍ତତିନି ନାମଲେଖାକୁ ନେଇ ଛାତ୍ର ଅଶାନ୍ତି

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହା ବିଦ୍ୟାଳୟରେ ଛାତ୍ର ଅଶାନ୍ତି। ଟାୟାର ଜାଳି ମୁଖ୍ୟ ଗେଟକୁ ତାଲା ପକାଇଲେ ଉତ୍ୟକ୍ତ ଛାତ୍ର। ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ଭଲ ଛାତ୍ରଛାତ୍ରୀ ମାନେ ଆଡ଼ମିଶନ କରିଥିବା ନେଇ ଅଭିଯୋଗ କରି ଆଜି ଭଦ୍ରକ ସ୍ୱୟଂ ଶାସିତ କଲେଜର ଯୁକ୍ତତିନି ବର୍ଷର ଛାତ୍ରମାନେ କଲେଜର ସମ୍ମୁଖ ଗେଟ ବନ୍ଦ କରିଛନ୍ତି। ଛାତ୍ରମାନେ ଟାୟାର ଜାଳି ବିଭିନ୍ନ ନାରା ବାଜି ଦେଇ କଲେଜ ଗେଟ ଆଗରେ ବିକ୍ଷୋଭ କରୁଛନ୍ତି। କଲେଜରେ ଗରିବ ଛାତ୍ରଛାତ୍ରୀ ମାନେ ଭଲ ମାର୍କ ରଖିଥିଲେ ବି ଏହି କଲେଜରେ ଆଡ଼ମିସନ କରି ପାରୁନାହାନ୍ତି। ଯାହାଫଳରେ ଅନେକ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ କଲେଜରେ ଯୁକ୍ତତିନି ଛାତ୍ରମାନେ କଲେଜ ଗେଟ ଆଗରେ ଟାୟାର ଜାଳି ଗେଟ ବନ୍ଦ କରିଛନ୍ତି।

Sambad

ଛାତ୍ରମାନେ ଅଭିଯୋଗ କରିଛନ୍ତି କି, କଲେଜରେ ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ମୋଟା ଅଙ୍କରେ ଟଙ୍କା ନେଇ ଜାଲ ହେଣ୍ଡିକ୍ୟାପ ସାର୍ଟିଫିକେଟ ଦେଖାଇ କଲେଜରେ ଆର୍ଡମିସନ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ର। ଏହାକୁ ବିରୋଧ କରି ଛାତ୍ରମାନେ ଗେଟ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି। ଘଟଣାସ୍ଥଳରେ ଟାଉନ ପୁଲିସ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରିଛନ୍ତି। ଅନ୍ୟପଟେ କଲେଜରେ ପ୍ରିନ୍ସିପାଲ ଆସି ପିଲାମାନଙ୍କୁ ବୁଝାସୁଝା କରିଥିଲେ।

ସମ୍ବନ୍ଧିତ ଖବର