ସୁବର୍ଣ୍ଣପୁର: ତାମିଲନାଡୁରୁ ଆସିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗ୍ରାମରେ ଶୋକାକୁଳ ପରିବେଶ

ବିନିକା: ତାମିଲନାଡୁରୁ ଓଡ଼ିଆ ଦାଦନ ଶ୍ରମିକର ମୃତଦେହ ଗୁରୁବାର ପହଂଚିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକରେ ଆଜି ଏହି ଦୃଶ୍ୟ ଦେଖିବାକୁ ମିଳିଛି। ସିନ୍ଦୁରପୁର ଗ୍ରାମପଂଚାୟତର ଗଣେଷପୁର ଗ୍ରାମର ହଲକାପାଲି ପଡ଼ାର ମୟାଧର ବରିହା (୧୯) ପେଟ ପାଳିବା ପାଇଁ ତାମିଳନାଡୁ ଯାଇଥିଲେ। ସେଠାରେ ସେ ଏକ ସୂତା କାରଖାନାରେ କାମ କରୁଥିଲେ। ମାୟାଧରଙ୍କ ବୁଧବାର ମୃତ୍ୟୁ ପରେ ଆଜି ସକାଳୁ ତାଙ୍କ ମୃତଦେହ ନିଜ ଗ୍ରାମକୁ ପହଞ୍ଚିଛିା

ଏକମାତ୍ର ପୁଅର ମୃତଦେହ ପହଞ୍ଚିବା ପରେ ପଡ଼ାରେ ଶୋକର ଛାୟା ଖେଲିଯାଇଛି। ମାୟାଧରଙ୍କ ମୃତ୍ୟୁରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ସାହି ସ୍ତବ୍ଧ ପାଲଟି ଯାଇଛିା ତାଙ୍କ ବାପା କ୍ଷିରସିନ୍ଧୁ ବରିହା ଓ ପରିବାର ଲୋକ ତାଙ୍କ ପୁଅ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ପିତାଙ୍କ ଅଭିଯୋଗ କରିଛନ୍ତି ଯେ, ମୋର ପୁଅକୁ ମାରି ଦିଆଯାଇଛି।

ପରିବାର ଅବସ୍ଥା ବହୁତ ଖରାପ ଥିବାରୁ ପୁଅ ଅଧାରୁ ପାଠ ଛାଡ଼ି ତାମିଲନାଡୁ ଯାଇଥିଲା। ସେ କୋୟମ୍ବାଟୁରସ୍ଥିତ ଏକ ସୂତା କଳରେ କାମ କରୁଥିଲା ବୋଲି ପୁତ୍ରହରା ପତା କେହଭରା କଣ୍ଠରେ କହିଛନ୍ତି। ଶୋକ ସନ୍ତପ ପରିବାକୁ ସରକାରୀ ସହାୟତାର ଆବଶ୍ୟକତା ଅଛି ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

ମାୟାଧରଙ୍କ ମୃତ୍ୟୁ ସଂପର୍କରେ ସୋନପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟଙ୍କ ନିକଟରେ କିଛି ତଥ୍ୟ ନଥିବା ଜଣାପଡ଼ିଛି। ଗାଁ ମଶାଣୀରେ ମାୟାଧରଙ୍କ ପାର୍ଥୀବ ଶରୀରକୁ ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧିତ ଖବର