କାଲିମେଳାରେ ୧୦ମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା

କାଲିମେଳା : କାଲିମେଳା ଥାନା ଅନ୍ତର୍ଗତ କୋଇମେଟାଲ ପଂଚାୟତ ଏମଭି-୬୮ ହାଇସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢୁଥିବା ଆରତୀ ଭକ୍ତ ନାମକ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସେ ନିଜ ବେକରେ ଓଢଣୀ ଲଗାଇ ଏକ ଗଛରେ ଆତ୍ମହତ୍ୟା କରିଥିବାର ସୂଚନା ହସ୍ତଗତ ହୋଇଛି ।

କୋଇମେଟାଲ ଛାତ୍ରୀ ନିବାସ ପଛ ପଟେ ଥିବା ଏକ ଗଛରେ ଆଜି ସକାଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବାର ଗ୍ରାମବାସୀ ଦେଖି ପରିବାର ସହ ପୁଲିସକୁ ଖବର ଦେଇଥିଲେ ।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିବାର ଲୋକଙ୍କ ସମୁଖରେ ଶବର ପଞ୍ଚନାମା କରିବା ସହିତ କାଲିମେଳା ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇ ଥିଲା । ଏ ସମ୍ପର୍କରେ କାଲିମେଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଜଣା ପଡିଛି । ପାରିବାରିକ ଅଶାନ୍ତିରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର