ସୁନ୍ଦରଗଡ଼: ବାରହା ଆକ୍ରମଣରେ ତିନ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଲି ଶଙ୍କରା ବ୍ଲକ୍‌ ବ୍ରାହ୍ମଣମୁରା ଗ୍ରାମରେ ଗୁରୁବାର ସକାଳେ ତିନିଜଣ ବାରହା ଆକ୍ରମଣର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳା ମଧ୍ୟ ଅଛନ୍ତି। ଆହତଙ୍କ ନାମ ବନମାଳୀ ପ୍ରଧାନ (ବୟସ ୨୦), ଗୋବର୍ଦ୍ଧନ ଭୈତାଲ (ବୟସ-୪୮) ଓ ପୁଷ୍ପାଞ୍ଜଳି ପ୍ରଧାନ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୭ଟା ସମୟରେ ବ୍ରାହ୍ମଣମୁରା ଗ୍ରାମର କେତେଜଣ ମହିଳା ଓ ପୁରୁଷ ମହୁଲି ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରୁ ମହୁଲି ଗୋଟାଉଥିବା ସମୟରେ ହଠାତ୍‌ ଏକ ବାରହା ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା। ବାରହାକୁ ଦେଖି ଜଙ୍ଗଲରୁ ଦୌଡ଼ାଦୌଡ଼ି ହୋଇ ଚାଲି ଆସୁଥିବା ସମୟରେ ବନମାଳୀ ପ୍ରଧାନ, ଗୋବର୍ଦ୍ଧନ ଭୈତାଲ ଓ ପୁଷ୍ପାଞ୍ଜଳି ବାରହା ହାବୁଡରେ ପଡ଼ିଯାଇଥିଲେ। ଅନ୍ୟ ଲୋକମାନେ ବାରହାକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ। ଗ୍ରାମବାସୀଙ୍କ ଇଟା, ପଥର ଓ ବାଡି ମାଡରେ ବାରହା ଜଙ୍ଗଲ ଭିତରକୁ ଦୌଡ଼ି ଚାଲି ଯାଇଥିଲା। ଏହାପରେ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର