ଆମ୍ବେଦକରଙ୍କ ବିରୋଧରେ ମନ୍ତବ୍ୟ ଦେଇ ହାର୍ଦ୍ଦିକ ପାଣ୍ଡ୍ୟା ଅଡୁଆରେ, ଏଫଆଇଆର୍‌ ରୁଜୁ ଲାଗି କୋର୍ଟଙ୍କ ନିର୍ଦ୍ଦେଶ

ଯୋଧପୁର: ରାଜସ୍ଥାନର ଏକ ଅନୁସୂଚିତ ଜାତି/ଉପଜାତି ଅଦାଲତ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପାଣ୍ଡ୍ୟା ଡ.ଭୀମରାଓ ଆମ୍ବେଦକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ କି ଗତ ମାର୍ଚ୍ଚ ୨୦ ତାରିଖ ଦିନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଭୀମ୍‌ ରାମ ଆମ୍ବେଦକରଙ୍କ ସରଂକ୍ଷଣ ନୀତି ଉପରେ କଟୁମନ୍ତବ୍ୟ ଦେଇଥିବାରୁ ରାଜସ୍ଥାନର ଜାଲୋର ଜିଲ୍ଲାର ରାଷ୍ଟ୍ରୀୟ ଭୀମ ସେନା ସଭ୍ୟ ଡି.ଆର୍‌. ମେଘଓ୍ଵାଲ ଯୋଧପୁରର ସ୍ୱତନ୍ତ୍ର ବିଚାରାଳାୟରେ ଏକ ମାନହାନୀ ମାମଲା ରୁଜୁ କରିଥିଲେ।

୨୦୧୭ ଡିସେମ୍ବର ୨୬ରେ ଟ୍ଵିଟ୍‌ କରି ପାଣ୍ଡ୍ୟା କହିଥିଲେ, ଆମ୍ବେଦକର କିଏ? ଯାହାଙ୍କ ପ୍ରସ୍ତୁତ ଆଇନ ଓ ସମ୍ବିଧାନ ଯୋଗୁଁ ଦେଶରେ ସଂରକ୍ଷଣ ରୂପକ ବ୍ୟାଧି ସମଗ୍ର ଦେଶରେ ବ୍ୟାପି ଯାଇଛି। ମେଘଓ୍ଵାଲ କହିଛନ୍ତି ଯେ ପାଣ୍ଡ୍ୟାଙ୍କ ଏହି ମନ୍ତବ୍ୟ ଘୃଣା ଓ ବିଦ୍ୱେଷ ମନୋଭାବ ଆଣିବା ସହିତ ଦେଶରେ ଭେଦଭାବ ସୃଷ୍ଟି କରିବ। ଜଣେ ଭଲ ଖେଳାଳି ହେଁ ଏପରି ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିବ ବୋଲି କହିଛନ୍ତି। ମେଘଓ୍ଵାଲଙ୍କ ଦ୍ୱାରା ରୁଜୁ ମାମଲାର ବିଚାର କରି ଅଦାଲତ ପୁଲିସକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ଏଫଆଇଆର ଜାରି ଲାଗି ନିର୍ଦ୍ଦେଶ ଦେଇଛନ୍ତି।

AajTak

ବରୋଦାର ଅଲ-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆର ସଦସ୍ୟ ଭାବେ ଛଅଟି ଟେଷ୍ଟମ୍ୟାଚ୍‌, ୩୮ଟି ଦିନିକିଆ ଓ ୩୦ଟି ଟି-ଟେ୍ଵଣ୍ଟି ମ୍ୟାଚ୍‌ ଖେଳିିଛନ୍ତି। ଆଇପିଏଲ୍‌(ଇଣ୍ଡିୟାନ୍‌ ପ୍ରିମିୟର ଲିଗ୍‌)ର ୧୧ତମ ସଂସ୍କରଣରେ ସେ ମୁମ୍ବାଇ ଇଣ୍ଡିଆନ୍‌ସ୍‌ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧିତ ଖବର