ଗୀର୍ଜାରେ ପ୍ରାର୍ଥନା ପରେ ନିର୍ବାଚନ ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥୀ ଦିଲୀପ ତିର୍କୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେଡିର ଟିକେଟ ପାଇବା ପରେ ଗୀର୍ଜାରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସୁନ୍ଦରଗଡ଼ରେ ଆସି ପହଞ୍ଚିିଛନ୍ତି ଦିଲୀପ। ଆଜି ପବିତ୍ର ଗୁଡଫ୍ରାଇଡେ ହୋଇଥିବାରୁ ସୁନ୍ଦରଗଡ଼ ମିସନ ରୋଡରେ ଥିବା ଗୀର୍ଜାରେ ସେ ପ୍ରଭୁ ଯୀଶୁଙ୍କ ପାଖରେ ପ୍ରାର୍ଥନା କରିବା ପରେ ପ୍ରଚାର ଆରମ୍ଭ କରିଛନ୍ତି ।

ସୁନ୍ଦରଗଡ଼ବାସୀଙ୍କ ଭରସା ଓ ଆଶୀର୍ବାଦ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି। ସବୁବେଳେ ସୁନ୍ଦରଗଡ଼ବାସୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ତାଙ୍କ ଉପରେ ରହିଆସିଛି। ଆଗକୁ ସେମାନଙ୍କର ଏହି ଆଶୀର୍ବାଦ ମଧ୍ୟ ତାଙ୍କୁ ବିଜୟୀ କରିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ସମ୍ବନ୍ଧିତ ଖବର