ସୁନ୍ଦରଗଡ଼: ଟ୍ରକକୁ ପଛ ପଟୁ ପିଟିଲା ବଲେରୋ, ଜଣେ ମୃତ

ସୁନ୍ଦରଗଡ଼: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଦ୍ରୁତ ଗତିରେ ଯାଉଥିବା ବଲେରୋ ଶକ୍ତ ଧକ୍କା ଦେବାରୁ ଶନିବାର ଜଣେ ଲୋକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସୁନ୍ଦରଗଡ଼ ସହରର ରାଣୀବଗିଚା ପାଖରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ବଲେରୋ ଧକ୍କା ଦେଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚି ମୃତଦେହ ଜବତ କରିଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର