ବିଲଡରଙ୍କୁ ଗୁଳିମାଡ ଘଟଣା: ଅଭିଯୋଗକାରୀ ବିଲଡର, ୨ ସାର୍ପ ସୁଟର ସମେତ ୫ ଗିରଫ

ରାଉରକେଲା: ରାଉରକେଲା ଜଣାଶୁଣା ବିଲଡର ଅନମୋଲ ସିଂହଙ୍କ ଉପରକୁ ଡିସେମ୍ବର ୧୧ ରାତିରେ ଗୁଳିମାଡ ଘଟଣାରେ ପୁଲିସ ଶନିବାର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ କହିଛି, ବିଲଡର ଅନମୋଲ ସିଂହ ଅନ୍ୟକୁ ଫସାଇବାକୁ ଯାଇ ନିଜେ ଫସିଯାଇଛନ୍ତି। ପୁଲିସ ଅନମୋଲଙ୍କ ସମେତ ଦିଲସାନ କୁମାର, ମୁସ୍ତାକ ଅଲି, ଶିବୁ ବିଷୋୟୀ ଓ ସାଜନ ତିଓ୍ଵାରୀଙ୍କୁ ପୁଲିସ ଗିରଫ କରିଛି। ଗୁଳିମାଡ ଘଟଣାକୁ ନେଇ ଅନମୋଲ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଅଭିଯୋଗ କ୍ରମେ ମାମଲା ତଦନ୍ତ କରିଥିଲା। ଆଜି ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୩ କାର, ୨ ପିସ୍ତଲ, ୬ ଜୀବନ୍ତ ଗୁଳି ଆଦି ଜିନିଷ ଜବତ କରିଛି।

ପୁଲିସ କହିଛି, ଘଟଣା ଦିନ ଅନମୋଲ ସିଂହଙ୍କ ଅଙ୍ଗରକ୍ଷୀ ପିଣ୍ଟୁର ଦେହରେ ଗୁଳି ବାଜିଥିଲା। ଅନମୋଲକୁ ଅଧିକ ପଚରାଉଚରା ପାଇଁ ଡିସେମ୍ବର ୨୫ରେ ରିମାଣ୍ଡରେ ଅଣାଯିବ। ଅନମୋଲ ନାଁର ପୂର୍ବରୁ ଥିବା ଅପରାଧିକ ମାମଲାର ରେକର୍ଡ ଯାଞ୍ଚ କରାଯିବ।

ସୂଚନାଯୋଗ୍ୟ, ୩ୟ ଥର ପାଇଁ ଅନମୋଲଙ୍କ ଉପରେ ଆକ୍ରମଣ ହୋଇଥିଲା ବାରମ୍ବାର ତାଙ୍କ ଉପରେ ଗୁଳିମାଡ଼ ହେଉଥିବା ନେଇ ସେ ବ୍ରାହ୍ମଣୀତରଙ୍ଗ ଥାନା ଅଭିଯୋଗ କରିଥିଲେ। ଘଟଣା ଦିନରୁ ଅନମୋଲ ପୁଲିସର ସନ୍ଦେହ ଘେରରେ ଥିଲେ। ମାମଲାର ପ୍ରକୃତ ସତ୍ୟତା ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର