ସମ୍ବଲପୁର: ଟ୍ରକ୍‌ ଧକ୍‌କାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ସମ୍ବଲପୁର:ରେଢ଼ାଖୋଲ  ଏନଏସି ଅନ୍ତର୍ଗତ ମାଳିସାହିରେ ରହୁଥିବା ଶିକ୍ଷୟତ୍ରୀ ଜୟନ୍ତୀ ବେହେରା ଆଜି ସକାଳେ ସ୍କୁଲ ଯାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  ଶିକ୍ଷୟିତ୍ରୀ ଜୟନ୍ତୀ ବେହେରା ଅନ୍ୟ ଜଣେ ଶିକ୍ଷକ ପ୍ରଣୟ ସାହୁଙ୍କ ସହିତ ମୋଟର ସାଇକେଲରେ  ସ୍କୁଲକୁ ଯାଉଥିବା ବେଳେ ୫୫ ନମ୍ବର ଜାତୀୟ ରାଜପଥର ଡାଲଖମା ନିକଟରେ ଏକ ଟ୍ରକ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ରଢ଼ାଖୋଲ   ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିିଲା। ସେଠାରେ ଡାକ୍ତର ଶିକ୍ଷୟିତ୍ରୀ ଜୟନ୍ତୀ ବେହେରାଙ୍କୁ ମୃତ ଘୋଷଣା କରିଥିବା ବେଳେ ଶିକ୍ଷକ ପ୍ରଣୟ ସାହୁ  ସାମାନ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର