ଭଦ୍ରକ: ବୋହୂ ପାଇଁ ଥାନାରେ ଲଙ୍କାକାଣ୍ଡ, ଭଙ୍ଗାରୁଜା ପରେ ୫୦ ଜଣଙ୍କୁ ଉଠାଇ ନେଲା ପୁଲିସ

ଭଦ୍ରକ: ଜଣେ ମହିଳାଙ୍କ ପାଇଁ ଶନିବାର ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ କଷିଆ ସାମୁଦ୍ରିକ ଥାନାରେ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ଜଣେ ବିବାହିତ ମହିଳା ବାପଘରୁ ଶାଶୁ ଘରକୁ ଫେରିବାରେ ବିଳମ୍ବ ହେବାକୁ ନେଇ ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଭୟଙ୍କର ରୂପ ନେଇଥିଲା।

ପ୍ରେମ ବିବାହକୁ କେନ୍ଦ୍ର କରି ବିନୋବାଭାବେ ନଗର ଏବଂ ବାରାପୋଖରୀ ଗାଁ ମଧ୍ୟରେ ଅନେକ ଦିନରୁ ଶତ୍ରୁତା ଥିଲା। ଥାନାରେ ମାମଲାର ସମାଧାନ ହେବା ପରେ ଝିଅ ନିଜ ବାପଘର ବାରାପୋଖରୀକୁ ଯାଇଥିଲେ। ମାତ୍ର ଫେରିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ଉତ୍ତେଜିତ ହୋଇ ଆକ୍ରମଣ କରିଥିଲେ।

ଥାନାରେ ଅଭିଯୋଗ ହେବା ପରେ ଶାଶୁ ଘରର ଲୋକଙ୍କୁ ପୁଲିସ ଉଠାଇ ନେଇଛି। ଗ୍ରାମର ପ୍ରାୟ ୫୦ ଜଣ ଲୋକଙ୍କୁ ପୁଲିସ ଉଠାଇ ନେବା ପରେ ବିନୋବାଭାବେ ନଗରବାସୀ ଥାନା ଘେରାଉ କରିଛନ୍ତି। ଏହା ପରେ ୨ ଗାଁର ଲୋକେ ମୁହାଁମୁହିଁ ହୋଇଛନ୍ତି।

ସମ୍ବନ୍ଧିତ ଖବର