ଅନ୍ଧବିଶ୍ୱାସ: ଝିଆରିକୁ ବଳି ଦେବା ଉଦ୍ୟମ କରି ଗୁଣିଆ ସହିତ ଦାଦା ଗିରଫ

ସୋର: ସୋର ଅଞ୍ଚଳର ଜଣେ ଦାଦା ନିଜର କଲେଜ ପଢ଼ୁଆ ଝିଆରୀଙ୍କୁ ବଳି ଦେବାକୁ ଉଦ୍ୟମ କରିବା ସମଗ୍ର ସୋରୋ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ଗ୍ରାମବାସୀଙ୍କ ହସ୍ତକ୍ଷେପ ଫଳରେ କଲେଜ ଛାତ୍ରୀ ଜଣକ ଉଦ୍ଧାର ହୋଇଥିବା ବେଳେ ପୁଲିସ ଗୁଣିଆ ସମେତ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।
ସୋର ବ୍ଲକ୍‌ ମାଣିପୁର ପଞ୍ଚାୟତ ପଞ୍ଛାପଦୀ ଗାଁର କୈଳାଶ ମଳିକ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ତାଙ୍କୁ କେହି ଗୁଣି ଗାରେଡି କରିଥିବା ସନ୍ଦେହରେ ସେ ମୟୂରଭଞ୍ଜ ଜିଲ୍ଲା ଉଦଳାର ଜଣେ ଗୁଣିଆଙ୍କ ସହିତ ପରାମର୍ଶ କରିଥିଲେ। ଜଣେ ଅବିବାହିତ ଝିଅକୁ ବଳି ଦେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଗୁଣିଆ କୈଳାଶଙ୍କୁ ପରାମର୍ଶ ଦେଇଥିଲା । ଏହାକୁ ବିଶ୍ୱାସ କରି ଗତ ରାତିରେ ନିଜ ଝିଆରିକୁ ବଳି ଦେବା ପାଇଁ ଉଠାଇ ନେବାକୁ ଉଦ୍ୟମ କରିଥିଲା କୈଳାଶ ଓ ତାଙ୍କ ସହଯୋଗୀ। ତେବେ ଝିଅଟି ଚିତ୍କାର କରିବାରୁ ଗ୍ରାମବାସୀ ଏକଜୁଟ୍‌ ହୋଇ ଦାଦା ସମେତ ତିନି ଜଣଙ୍କୁ କାବୁ କରିଥିଲେ ଏବଂ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର