ମାଲକାନଗିରି ବିଏସଏଫ ୩ଟି ଟିଫିନ ବୋମା ଉଦ୍ଧାର କରି ନିଷ୍କ୍ରିୟ କଲା

ମାଲକାନଗିରି: ମାଲକାନଗିରି ବିଏସ୍ଏ‌ଫ ଆଜି ସ୍ବାଭିମାନ ଅଞ୍ଚଳର ଆନ୍ଧ୍ର ଓଡିଶା ସୀମାନ୍ତରେ ୩ଟି ଟିଫିନ ବୋମାକୁ ଉଦ୍ଧାର କରିଛି। ପ୍ରତିଦିନ ଭଳି ଆଜିବି ଯନ୍ତାପାଇ ଠାରେ ଅବସ୍ଥାପିତ ବିଏସ୍ଏ‌ଫ ୯ ବାଟାଲୀୟନର ଯବାନ କୁମ୍ବିଂ କରୁଥିବା ବେଳେ ଚିନ୍ତାଳନୁର ଏବଂ ମାନ୍ଦାପାଲି ଗ୍ରାମ ମଧ୍ୟରେ ପାହାଡ଼ ନିକଟରେ ନକ୍ସଲ ସୁରକ୍ଷକର୍ମୀଙ୍କୁ ଟାର୍ଗେଟ କରି ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲା।

ତୁରନ୍ତ ବିଏସ୍ଏ‌ଫର ବୋମା ନିଷ୍କ୍ରିୟ ଦଳ ଘଟଣା ସ୍ଥଳରେ ପହଞ୍ଚି ତିନୋଟି ବୋମାକୁ ନିଷ୍କ୍ରିୟ କରିଥିଲେ। ତେବେ ସୁରକ୍ଷାକର୍ମୀ ଏକ ବଡ ଧରଣର ଅଘଟଣ ରୁ ଅଳ୍ପକେ ବର୍ତିଯାଇଥିବା କୁହାଯାଇଛି। ଏହି ଅଞ୍ଚଳକୁ ଯବାନ ଘେରିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।

ସମ୍ବନ୍ଧିତ ଖବର