ଟ୍ରକ ଲୁଟ ଅଭିଯୋଗରେ ୨ ଗିରଫ

ଖୋର୍ଦ୍ଧା: ଗତକାଲି ରାତିରେ ତରାବୋଇ ନିକଟରେ ଏକ ଟ୍ରକ ଲୁଟ ମାମଲାରେ ଜଟଣୀ ପୁଲିସ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ ସାମଗ୍ରୀ ଜବତ କରିଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଡେଲାଙ୍ଗରୁ ଖୋର୍ଦ୍ଧା ଆସୁଥିବା ବେଳେ ଜଣେ ଟ୍ରକ ଚାଳକ ଭାରତୀ ନାୟକଙ୍କ ଠାରୁ ତରାବୋଇ ଛକଟ ଠାରେ ଦୁଇଜଣ ଦୁର୍ବୃତ୍ତ ମାଡ଼ ମାରି ମୋବାଇଲ୍ ଓ ଟଙ୍କା ଥିବା ପର୍ସ ଲୁଟି ନେଇଥିଲେ।

ଏନେଇ ଭାରତୀ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ୫୦୫/୨୦୨୧ରେ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ପୁଲିସ ବେଣାପଂଜରୀର ସେକ୍ ପପୁ ଓ ଜିବ୍ରାଇକ୍ ଖାଁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ।

ସମ୍ବନ୍ଧିତ ଖବର