୧୦୮ ଆମ୍ବୁଲାନ୍‌ସ-ଟ୍ରକ ମୁହାଁମୁହିଁ ଧକ୍କା: ୨ମୃତ ୨ ଗୁରୁତର

ଯାଜପୁର: ଦେହ ଖରାପ ଥିଲା, ଭଲ କରିବାକୁ ମେଡିକାଲ ଯାଉଥିଲେ। ହେଲେ, ଅଧା ରାସ୍ତାରେ ଡାକିନେଲା ମୃତ୍ୟୁ। ମେଡିକାଲ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ । ୧୦୮ ଆମ୍ବୁଲାନ୍‌ସ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣାରେ ଜଣେ ରୋଗୀଙ୍କ ସହ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୧୦୮ ଆମ୍ବୁଲାନ୍‌ସ ରୋଗୀ ନେଇ କଟକ ଯାଉଥିବା ସମୟରେ ପାଣିକୋଇଲି ନିକଟ ବ୍ରଜନଗର ୧୬ ନଂ ଜାତୀୟ ରାଜପଥ ଠାରେ କଟକରୁ ଭଦ୍ରକ ଅଭିମୁଖ୍ୟ ଯାଉଥିବା ଦଶଚକିଆ ଟ୍ରକଟି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆମ୍ବୁଲାନ୍‌ସରେ ଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୮ ଗାଡ଼ିର ଡ୍ରାଇଭର, ଫାର୍ମଷ୍ଟିଟ ଗରୁତର ଏବଂ ଆଟେଣ୍ଡାଣ୍ଟ ଆହତ ହୋଇଥିବାର ଜଣାପଡିଛି।

ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଭଦ୍ରକ ଅଞ୍ଚଳର ମା’ ଓ ପୁଅ ବୋଲି ଜାଣିବାକୁ ମିଳୁ ଥିବା ବେଳେ ଗରୁତରମାନେ ହେଲେ ୧୦୮ ଡ୍ରାଇଭର ସଞ୍ଜୟ ପାଢ଼ୀ ଓ ଫାର୍ମାସିଷ୍ଟ ରାଜା ନାୟକ ଏବଂ ଆହତ ଆଟେଣ୍ଡାଣ୍ଟ ଜଗନ୍ନାଥ ଜେନା। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ସଠିକ ପରିଚୟ ମିଳିପାରିନାହିଁ। ଗରୁତର ଦୁହିଁଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର