ବଣାଇ: ଦୁଇ ନାବାଳିକାଙ୍କୁ ଜଙ୍ଗଲ ଭିତରେ ଦୁଷ୍କର୍ମ ଅଭିଯୋଗ

ବଣାଇ: ସୁନ୍ଦରଗଡ଼ ଜିଲ୍‌ଳା ଚାନ୍ଦିପୋଷ ଅଞ୍ଚଳରେ ଘଟିଛି ପୁଣି ଏକ ଅମାନବୀୟ ଘଟଣା। ଯାତ୍ରା ଦେଖିବାକୁ ସାଙ୍ଗରେ ନେଇ କେତେକ ଦୁର୍ବୃତ୍ତ ଦୁଇ ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରିିବା ପରି ଲଜ୍ୟାଜନକ ଘଟଣା ଘଟିଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଏ ନେଇ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦପୋଷ ଥାନା ଅଞ୍ଚଳରେ ଗତକାଲି ଯାତ୍ରା ଦେଖାଇବାକୁ କହି କେତେକ ଯୁବକ ଦୁଇଜଣ ନାବାଳିକାଙ୍କୁ ସାଙ୍ଗରେ ନେଇ ଯାଇଥିଲେ। ପରେ ସେମାନେ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ନାବାଳିଦ୍ୱୟଙ୍କୁ ଜୋର ଜବରଦସ୍ତ ଜଙ୍ଗଲ ଭିତରୁ ନେଇ ଯାଇଥିଲେ। ପରେ ସେମାନଙ୍କ ସହିତ ସେହି ଜଙ୍ଗଲ ଭିତରେ ଦୁର୍ବୃତ୍ତମାନେ ଦୁଷ୍କର୍ମ କରିଥିଲେ। ପରେ ଏ ନେଇ ନାବାଳିକା ଦ୍ୱୟ ଘରକୁୂ ଫେରି ପରିବାର ଲୋକଙ୍କୁ କହିବାରୁ ଆଜି ସକାଳେ ପରିବାର ଲୋକଙ୍କ ସହିତ ଚାନ୍ଦିପୋଷ ଥାନାକୁ ଆସି ନାବାଳିକା ଦ୍ୱୟ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଏରେଗେଡ଼ା ଗ୍ରାମର ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର