ଟାଙ୍ଗିଆ ଚୋଟରେ କକାର ମୃତ୍ୟୁ, ଅଭିଯୁକ୍ତ ଅଟକ

ସମ୍ବଲପୁର: ବାମରା ବ୍ଲକ ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ମହୁଲମୁଣ୍ଡା ଗ୍ରାମରେ ପୁତୁରାର ଟାଙ୍ଗିଆ ଚୋଟରେ କକାର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି ।ଏତଲା ମୁତାବକ ଆବସ୍ତୁସ ବାର୍ଲା ମହୁଲ ଗୋଟାଇ ଘରକୁ ଫେରୁଥିବା ବେଳେ ପୂର୍ବରୁ ଘର ନିକଟରେ ଜଗି ରହିଥିବା ପ୍ରଫୁଲ୍ଲ ବାର୍ଲା ତାଙ୍କୁ ଟାଙ୍ଗିଆରେ ଆତର୍କିତ ଆକ୍ରମଣ କରି ଫେରାର ହୋଇ ଯାଇଥିଲା । ଗୁରୁତର ଅବସ୍ଥାରେ ଆଗସ୍ତୁସକୁ ରାଉରକେଲା ସରକାରୀ ମେଡିକାଲକୁ ନିଆ ଯାଇଥିଲା। ତେବେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବାବେଳେ ଅଭିଯୁକ୍ତକୁ ଅଟକ ରଖିଛି ।

ସମ୍ବନ୍ଧିତ ଖବର