କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡିକୁ ପିଟିଲା ଟ୍ରାକ୍ଟର, ତିନି ଆହତ

ବାଲେଶ୍ୱର: ନୀଳଗିରି-ସେରଗଡ଼ ଓ ଉଦଳା ରାଜ୍ୟ ରାଜପଥ ପୋଡାଶୂଳ ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରାକ୍ଟର ମଲିଆଣି ଆଡୁ ଆସି ହଠାତ କେନ୍ଦ୍ରମନ୍ତ୍ରୀ ବସିଥିବା ଇନୋଭା ଗାଡିକୁ ଧକ୍କା ଦେଇଥିଲା। ଡ୍ରାଇଭର ଯେତେ ଚେଷ୍ଟା କଲେ ମଧ୍ୟ ଟ୍ରାକ୍ଟର ଆସି ବାଡେଇ ଦେଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର, ପିଏ , ପିଏସଓଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଛି। ସୂଚନାଯୋଗ୍ୟ ପାଇଲଟ ଗାଡି ନଥିବା ବେଳେ କେସିପୁର ପଂଚାୟତ ବଢ଼େଇପଲା ଗାଁକୁ ଜଣେ ପରିବାରକୁ କେନ୍ଦ୍ରମନ୍ତ୍ରୀ ସହାୟତା ପ୍ରଦାନ ପାଇଁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର