ଓଡ଼ିଶା ସୀମାରେ ଫସିଥିବା ପ୍ରବାସୀ ବଙ୍ଗୀୟ ଲୋକଙ୍କ ମନରେ ଅସନ୍ତୋଷ

ବାଙ୍ଗିରିପୋଷି: କରୋନାର ଚିନ୍ତା ବିଶ୍ୱକୁ ଘାରୁ ଥିବା ବେଳେ ଲକ୍ଷାଧିକ ଲୋକେ ଏବେବି ମୁଣ୍ଡରେ ହାତ ଦେଇ ଭୋକ ଉପାସରେ ରାଜରାସ୍ତା ଉପରେ ବସିରହିଛନ୍ତି । ତଥାପି ସେମାନଙ୍କୁ ଗ୍ରହଣ କରୁନାହାନ୍ତି ତାଙ୍କ ପଶ୍ଚିମବଙ୍ଗ ରାଜ୍ୟ ସରକାର । ଏପରି ଗୁରୁତର ଅଭିଯୋଗର ସିଧାସଳଖ ଚିତ୍ର ଦେଖିବାକୁ ମିଳିଛି ଲଗାତାର ଭାବେ ପଶ୍ଚିମବଙ୍ଗ ଓ ଓଡିଶା ରାଜ୍ୟର ସୀମା ହାତିବାରି ଅଞ୍ଚଳରେ ।

ପଶ୍ଚିମବଙ୍ଗ ରାଜ୍ୟର ହଜାର ହଜାର ଶ୍ରମିକ ଟ୍ରକ ସହିତ ଚାଲିଚାଲି ନିଜ ଘରକୁ ଫେରିବାକୁ ଚାହୁଁଥିବା ବେଳେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ନିଜ ରାଜ୍ୟକୁ ପ୍ରେବେଶ କରିବାକୁ ନଦେବାରୁ ମମତା ବାନାର୍ଜୀଙ୍କୁ ସିଧାସଳଖ ସେମାନେ ଭର୍ସନା କରିଛନ୍ତି। ତେବ ଦୁଇଦିନ ଦୁଇରାତି ଓଡିଶା ପଶ୍ଚିମବଙ୍ଗ ଆନ୍ତରାଜ୍ୟ ସିମାରେ ଫସିରହିଥିବା ୭୦୦ରୁ ଉର୍ଦ୍ଧ୍ବ ଲୋକେ ପ୍ରଶାସନର ବାରଣ ପରେ ନିଜରାଜ୍ୟକୁ ଯାଇନପାରି ରାସ୍ତା ଉପରେ ବସି ରହି ଅସନ୍ତୋଷ ବ୍ୟକ୍ତ କରିବା ପରେ ପଶ୍ଚିମବଙ୍ଗ ସରକାର ୭୦୦ରୁ ଉର୍ଦ୍ଧ୍ବ ବଙ୍ଗୀୟ ଶ୍ରମିକଙ୍କୁ ରାଜ୍ୟକୁ ନେବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ବୁଧବାର ମଧ୍ଯ ୨୦୦ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ହାତିବାରି ପୋଷ୍ଟ ପାଖରେ ସରକାରଙ୍କ ଅନୁମତିକୁ ଅପେକ୍ଷା କରି କେତେବେଳେ ଚେକ ପୋଷ୍ଟ ଖୋଲିବ ଆଉ ଲୋକେ ନିଜରାଜ୍ୟକୁ ଫେରିବେ ଅନାଇ ବସି ରହିଥିବାର ଦୃଶ୍ୟ ଅତି କଷ୍ଟକର ଥିବା ଦେଖିବାକୁ ମିଳିଛି।

ତଥାପି ଆଶା ନିରାଶା ହୋଇନାହିଁ ଏମାନଙ୍କ ପାଇଁ। ଅପେକ୍ଷା ରେ ରହିଛନ୍ତି ସେମାନେ ଯିବେ ନିଜ ଜନ୍ମ ମାଟିକୁ। ଏପରି କ୍ଷେତ୍ରରେ ପ୍ରବାସୀ ଲୋକଙ୍କ ପ୍ରତି ପଶ୍ଚିମବଙ୍ଗ ସରକାରଙ୍କ ଅବହେଳା ପାଇଁ ଭୋକ ଉପାସରେ ରହି ଦିନଦିନ ଧରି, କାଳାତିପାତ କରୁଥିବା ବେଳେ ଓଡିଶା ସରକାରଙ୍କ ମୟୁରଭଞ୍ଜ ଜିଲ୍ଲା ଅଧିକାରୀଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ ସାରସକଣା ବ୍ଳକର ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ଅଟକି ରହିଥିବା ସମସ୍ତ ପଶ୍ଚିମବଙ୍ଗ ଓ ଝାରଖଣ୍ଡ ରାଜ୍ୟର ଲୋକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଛନ୍ତି। ଜନ ସାଧାରଣ କହୁଛନ୍ତି ଯଦି ସାରସକଣା ପ୍ରଶାସନ ମାନବିକତା ଦୃଷ୍ଟିରୁ ଏହି ସେବା କିଛି ଦିନ ଧରି ଚାଲୁ ରଖି ଥାନ୍ତେ ତାହା ହେଲେ ବହୁ ଭୋକିଲା ଶ୍ରମିକ ପେଟକୁ ଦାନା ପାଇ ବଞ୍ଚି ଯାଇ ଥାନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି। ବର୍ତମାନ ସମୟରେ ସେମାନଙ୍କୁ ପାଣି ଟୋପାଏ ମଧ୍ୟ କେହି ଦେଉ ନାହାନ୍ତି ବୋଲି ବହୁ ଶ୍ରମିକ କହିଛନ୍ତି। କଳ ନଳ ପାଖକୁ ପାଣି ଆଣିବାକୁ ଗଲେ କରୋନା ହୋଇଛି କହି ମାରିବାକୁ ଗୋଡାଉଛନ୍ତି ବୋଲି ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ବାହାର ରାଜ୍ୟକୁ କାମ କରିବା ପାଇଁ ଯିବା କଣ ଆମ ପାଇଁ ପାପ ହୋଇଛି। କରୁଣ ହୋଇ କହିଛନ୍ତି ପ୍ରଶାସନ ଆମକୁ ସହଯୋଗ କରୁ।

ସମ୍ବନ୍ଧିତ ଖବର