ବାରମ୍ବାର ଫୋନ୍‌ କଲେ ସୁଦ୍ଧା ଆସିଲାନି ଆମ୍ବୁଲାନ୍ସ, ଅଟୋରେ ପ୍ରସବ କଲେ ମହିଳା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍‌ ଫୁଲବାଡିଆ ଗ୍ରାମରେ ଆମ୍ବୁଲାନ୍ସ ନଆସିବା ହେତୁ ଜଣେ ମହିଳା ଅଟୋରେ ପ୍ରସବ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ୍‌ ଫୁଲବାଡିଆ ଗ୍ରାମରେ ଜଣେ ମହିଳାଙ୍କ ପ୍ରସୂତି ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ତେଣୁ ତାଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଡକା ଯାଇଥିଲା। ବାରମ୍ବାର ଫୋନ୍‌ କରି ଡାକି ଥିଲେ ସୁଦ୍ଧା ଆମ୍ବୁଲାନ୍ସ ପ୍ରସୂତିଙ୍କ ନିକଟରେ ପହଞ୍ଚି ପାରି ନଥିଲା । ଏପଟେ ବର୍ଷା ବି ଲାଗି ରହିଥିଲା। ଫଳରେ ଗ୍ରାମବାସୀ ମିଳି ମିଶି ପ୍ରସୂତିକୁ ଏକ ଅଟୋରେ ଡାକ୍ତରଖାନା ଆଣିବା ପାଇଁ ବନ୍ଦୋବସ୍ତ କରିଥିଲେ। ଅଟୋରେ ପ୍ରସୂତି ଡାକ୍ତରଖାନା ଆସୁଥିବା ସମୟରେ ଅଟୋରେ ହିଁ ସନ୍ତାନ ଜନ୍ମ ହୋଇଯାଇଥିଲା। ବହୁ କଷ୍ଟରେ ତାଙ୍କୁ ବାରମାଇଲି ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚା ଯାଇଥିଲା। ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେବା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର