ମହିଳାଙ୍କ ଅଭିନବ ପ୍ରତିବାଦ: ଧାରଣା ପରେ ବି ଦାବି ନଶୁଣିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମାଟିରେ ଲୋଟି କଲେ ପ୍ରତିବାଦ
ସୁନ୍ଦରଗଡ଼: ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ହେଲେ ମହିଳା । ତଥାପି ତାଙ୍କ ସହ ହୋଇଥିବା ଅନ୍ୟାୟର ବିଚାର ହେଲାନାହିଁ । ଅବିବାହିତ ଅନାଥ ଆଦିବାସୀ ମହିଳାଙ୍କ କଥା କେହି ଶୁଣିଲେ ନାହିଁ । ତେଣୁ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ମହିଳା ଆଜି ଅଭିନବ ଉପାୟରେ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଜଣକ ଲୋଟିପଡିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ନିଆରା ଢଙ୍ଗରେ ଦାବି ଜଣାଇଥିବା ମହିଳାଜଣଙ୍କ ହେଉଛନ୍ତି ସଦର ବ୍ଲକ ମଝାପଡାର ପିରୋ କିଶାନ । ଚାକିରି ଫେରାଇ ଦେବାକୁ ଦାବି କରି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ବାଟ ଅଟକାଇଲେ ଏହି ଆଦିବାସୀ ମହିଳା । ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ଫର୍ଦ୍ଦଫର୍ଦ୍ଦ ଅଭିଯୋଗ ପତ୍ର ଲେଖି ନିରାଶ ହେଲା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଧାରଣ ଉପରେ କାହାରି ନଜର ପଡିଲା ନାହିଁ, ତେଣୁ ଜିଲ୍ଲାପାଳଙ୍କ ଆଗରେ ତଳେ ଶୋଇ ପଡିଲେ ମହିଳା । ଜିଲ୍ଲାପାଳ ମହିଳାଙ୍କୁ ଉଠାଇ ତାଙ୍କ ଅଭିଯୋଗ ଦାବିପତ୍ର ରଖିଛନ୍ତି ।