ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଆଜି ଜିଲ୍ଲା ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସ୍ଥାନୀୟ ଉଦ୍ୟାନ ବିଭାଗ ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସିଡିଭିଓ ଡଃ. ଆଶିଷ କୁମାର ଶତପଥୀ, ଏଡିଭିଓ ଡା ଦେବେନ୍ଦ୍ର ସୋଲାଙ୍କୀ, ଡିଓ ଡଃ. ଆର୍କେ ରଥଙ୍କ ସମେତ ଜିଲ୍ଲାର ପଶୁ ଚିକିତ୍ସକ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନଙ୍କ ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୦ ଜଣ ପଶୁପାଳକ ଓ ୫୦ଜଣ ପଶୁଚିକିତ୍ସକ ଓ ପାରା ପଶୁଚିକିତ୍ସକ ଉପସ୍ଥିତ ଥିଲେ।

ଏହି ଅବସରରେ ରାଜ୍ୟସ୍ତରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସହ ଭିଡ଼ିଓ କନ୍ଫରେନ୍ସିଂରେ ଡାକ୍ତର ମାନେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା। ନିଜର ବୃତ୍ତିଗତ ଜୀବନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଗୋମିତ୍ର, ଲାଇଭଷ୍ଟକ୍ ଇନ୍ସପେକ୍ଟର ଓ ବିଭାଗର ଗ୍ରୁପ୍ ଡି କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଏଭିଏଏସ୍ ଡଃ. ପ୍ରଜ୍ଞା ପାରମିତା ହରିଚନ୍ଦନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର