ବିଶ୍ବରକ୍ତଦାନ ଦିବସ ଏବଂ ରଜରେ ରକ୍ତଦେଇ ଜୀବନ ବଂଚାଇ ନୂଆ ନିଦର୍ଶନ ଦେଲେ ବନ୍ଦନା

ଜୟପୁର: ଆଜି ବିଶ୍ବ ରକ୍ତଦାନ ଦିବସ। ତା ସାଙ୍ଗକୁ ଆଜି ପହଲିରଜ। ଏଭଳି ମହାନ ଦିନରେ ଜୟପୁର ବ୍ଲକର ପୁଜାରୀପୁଟର ଜଣେ ମହିଳା ବନ୍ଦନା ଚୌଧୁରୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜଣକର ଜୀବନ ବଂଚାଇଛନ୍ତି। ଏହା ସମାଜ ପାଇଁ ନୂଆ ଦିଗଦର୍ଶନ ଦେ‌ବ। ପହଲି ରଜରେ ଝିଅ, ଯୁବତୀ ଓ ମହିଳା ମାନେ ସଜବାଜ ହୋଇ ଘରୁ ବାହାରୁ ନାହାଁନ୍ତି। ତଥାଫି ଜଣେ ବ୍ୟକ୍ତିଙ୍କୁ ରକ୍ତର ଆବଶ୍ୟକତା ଥିବା ଶୁଣି ସେ ୨୦ କିଲୋ ମିଟର ଦୁରରୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିପ୍ର ଚରଣ ନାୟକ ନାମକ ଜୈନେକ ବ୍ୟକ୍ତି ପେପଟିକ୍ ଅଲସରରେ ପୀଡ଼ିତ ହୋଇ ଚିକିତ୍ସାଧୀନ ରହିଛନ୍ତି। ତାଙ୍କର ରକ୍ତହୀନତା ହେବା ସହ ତୁରନ୍ତ ଓ ପଜିଟିଭ୍ ବର୍ଗର ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

ଜୟପୁର ରକ୍ତଭଣ୍ଡାରରେ ରକ୍ତ ନଥିବାରୁ ତାଙ୍କୁ ପୁଅ ଖୋଜାଖୋଜି କରି ନୟାନ୍ତ ହୋଇ ପଡ଼ିଥିଲେ। ସେ ସ୍ବେଚ୍ଛାସେବୀ କାର୍ତ୍ତିକ ରାଉତଙ୍କୁ ଯୋଗାଯୋଗ କରିଥିଲେ। ସେ ବନ୍ଦନାଙ୍କ ସହ ଯୋଗା ଯୋଗ କରିବା ସହ ରକ୍ତଦାନ କରିବାକୁ ପ୍ରତ୍ସାହିତ କରିଥିଲେ। ଏଥି ପୂର୍ବରୁ ୪ଥର ଜରୁରୀ ରୋଗୀଙ୍କୁ ରକ୍ତଦାନ କରିଛନ୍ତି ବନ୍ଦନା। ପ୍ରତିବର୍ଷ ପୂଜା ଆସିବ, ଉତ୍ସବ ପାଳନ ହେବ ତେବେ ଗୋଟିଏ ଜୀବନ ଚାଳିଗଲେ ପୁଣି ଫେରିବ କି ? ବୋଲି ପ୍ରଶ୍ନ କରିଛନ୍ତି ବନ୍ଦନା। ବନ୍ଦନା ନିଶ୍ଚିତ ରୁପେ ଅନ୍ୟ ମହିଳା, ଯୁବତୀଙ୍କ ପାଇଁ ମାର୍ଗଦର୍ଶକ ଏଥିରେ ଦ୍ବିମତ ନାହିଁ।

 

ସମ୍ବନ୍ଧିତ ଖବର