କୋଭିଡ୍ ମୃତ୍ୟୁ : ଭାରତରେ ଲକ୍ଷେରେ ଜଣେ

ଦର୍ପଣ

ଗତ ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜଣାଇଛନ୍ତି ଯେ ଭାରତରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ମାତ୍ର ଜଣେ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି। ବିଶ୍ବ ସ୍ତରରେ ଦେଖିଲେ ଏହି ସଂଖ୍ୟା ଭାରତ ଠାରୁ ଛଅଗୁଣ ଅଧିକ ରହିଛି। ଜୁନ୍ ୨ ବେଳକୁ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଭାରତରେ ୦.୪୧ ଜଣ ଓ ବିଶ୍ବରେ ୪.୯ ଜଣ ମୃତ୍ୟୁବରଣ କରିଥିଲେ। ଏହି ହାର କ୍ରମେ ବୃଦ୍ଧି ପାଉଥିଲେ ହେଁ ଏହା ଏବେ ସୁଦ୍ଧା ନିୟନ୍ତ୍ରଣରେ ଅଛି ବୋଲି କୁହାଯାଇଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରିସଂଖ୍ୟାନ ଅନୁଯାୟୀ ୟୁନାଇଟେଡ୍ କିଙ୍ଗ୍‌ଡମ୍‍ରେ ଏହି ହାର ଏକ ଲକ୍ଷରେ ୬୩.୧, ସ୍ପେନ୍‍ରେ ୬୦.୬, ଇଟାଲିରେ ୫୭.୧୯, ଆମେରିକାରେ ୨୭.୩୨, ଜର୍ମାନିରେ ୨୭.୩୨ ଓ ବ୍ରାଜିଲରେ ୨୩.୬୮ ରହିଛି। ପାଶ୍ଚାତ୍ୟ ଦେଶମାନଙ୍କ ତୁଳନାରେ ଭାରତର ସ୍ଥିତି ଭଲ ବୋଲି କୁହାଯାଉଛି।

କିନ୍ତୁ ଏହା ସହିତ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ଦକ୍ଷିଣ କୋରିଆ, ଥାଇଲାଣ୍ଡ ବା ଇଣ୍ଡୋନେସିଆ ଭଳି ଦେଶ, ଏପରିକି ଆମ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କାରେ କୋଭିଡ ମୃତ୍ୟୁ ସଂଖ୍ୟା ବେଶ୍ କମ୍ ରହିଛି। କେତେକ ଏସୀୟ ଦେଶରେ ଏହା ଭାରତ ଠାରୁ ମଧ୍ୟ କମ୍‌ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର