‘କଣ୍ଟାଜିଅନ୍‌’ ସିନେମା ଓ ‘କୋଭିଡ୍‌-୧୯’

ବିଜନ କୁମାର ମହାପାତ୍ର

କାଳ୍ପନିକ କଥାବସ୍ତୁରେ ମଧୢ ବେଳେବେଳେ ଦେଖିବାକୁ ମିଳିଥାଏ ଭବିଷ୍ୟତ୍‌ରେ ଘଟିବାକୁ ଯାଉଥିବା ଘଟଣାର ଝଲକ। ଏଭଳି ଉଦାହରଣ ଅନେକ। ଏହାକୁ ସ˚ଯୋଗ ମାତ୍ର ବୋଲି ହୁଏ’ତ କେହି କେହି କହିପାରନ୍ତି ଓ ତାକୁ ହାଲୁକା ଭାବେ ନେଇପାରନ୍ତି। କିନ୍ତୁ, ଅତୀତର ଏ ସବୁ କଳ୍ପନା ସହିତ ଭବିଷ୍ୟତ୍‌ର ବାସ୍ତବତାର ସାଦୃଶ୍ୟର ସ୍ତର ଦେଖିଲେ ଅନେକ ସମୟରେ ହତଚକିତ ହେବାକୁ ପଡ଼େ।

ସ˚ପ୍ରତି ‘କୋଭିଡ୍‌-୧୯’ ଭୂତାଣୁ ବା ଭାଇରସ୍‌ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ପରିପ୍ରେକ୍ଷୀରେ ଏହା ସହ ଆଶ୍ଚର୍ଯ୍ୟଜନକ ଭାବେ ସାମଞ୍ଜସ୍ୟ ବହନକାରୀ ପ୍ରାୟ ୧୦ ବର୍ଷ ତଳେ ନିର୍ମିତ ଏକ ‘ସାଇନ୍‌ସ ଫିକସନ’ ବା ବିଜ୍ଞାନଧର୍ମୀ ଉପନ୍ୟାସ ଆଧାରରେ ନିର୍ମିତ ଚଳଚ୍ଚିତ୍ର ‘କଣ୍ଟାଜିଅନ୍‌’ (ସ˚କ୍ରମଣ)ର ଚର୍ଚ୍ଚା କରାଯାଇପାରେ। ୨୦୧୧ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ଏକ ଅଜଣା ଘାତକ ଭାଇରସ୍‌ ଦ୍ବାରା ସୃଷ୍ଟ ସା˚ଘାତିକ ପରିସ୍ଥିତିକୁ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ବକ୍‌ସ ଅଫିସ୍‌ରେ ଏହାର ସଫଳତା ସାଧାରଣ ସ୍ତରରେ ରହିଥିଲା। କିନ୍ତୁ ଏବେ ‘କଣ୍ଟାଜିଅନ୍‌’ ଓ ଏହାର ବିଷୟବସ୍ତୁକୁ ନେଇ ଆଲୋଚନା ସର୍ବତ୍ର ଜୋର ଧରିଛି। ଅଧିକରୁ ଅଧିକ ଲୋକ ଏହି ସିନେମାକୁ ଡାଉନ୍‌ଲୋଡ୍‌ କରି ଦେଖୁଛନ୍ତି।

ଏମିତି ତ ହଲିଉଡ୍‌ରେ ପ୍ରାଣଘାତକ ଭାଇରସ୍‌ ଓ ମହାମାରୀ ଉପରେ ସ˚ଖ୍ୟାଧିକ ବିଜ୍ଞାନଧର୍ମୀ ସିନେମା ନିର୍ମିତ ହୋଇଛି। କିନ୍ତୁ ଷ୍ଟିଭେନ ସୋଡରବର୍ଗଙ୍କ ଦ୍ବାରା ନିର୍ଦ୍ଦେଶିତ ‘କଣ୍ଟାଜିଅନ୍‌’ରେ ଯାହା ଦେଖିବାକୁ ମିଳିଛି, ତାହା ସହିତ ଆଜିର ପରିସ୍ଥିତିର ତୁଳନା କରାଯାଇପାରେ। ଏହାର କାହାଣୀ ଅନୁସାରେ ଜଣେ ଆମେରିକୀୟ ମହିଳା ହ˚କ˚ ବୁଲି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଏକ ଅଜଣା ରୋଗରେ ଅସୁସ୍ଥ ହୋଇପଡ଼ନ୍ତି। କିଛି ଦିନ ପରେ ମହିଳାଙ୍କ ମୃତ୍ୟୁ ହୁଏ। ମହିଳାଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁରେ ହତବାକ୍‌ ହୋଇଯାଆନ୍ତି ତାଙ୍କ ସ୍ବାମୀ। କିନ୍ତୁ, ଏଣେ ଚାହୁଁ ଚାହୁଁ ସାରା ବିଶ୍ବରେ ବ୍ୟାପିଯାଏ ଏହି ଅଜଣା ରୋଗ। ଏହା ଏକ ମହାମାରୀରେ ପରିଣତ ହୁଏ। ତହିଁରୁ ସୃଷ୍ଟି ହୁଏ ଭୟ ଓ ଆତଙ୍କର ବାତାବରଣ। ରୋଗ ନେଇ ଅନେକ ଗୁଜବ ପ୍ରଚାରିତ ହୁଏ। ସାମାଜିକ ଶୃଙ୍ଖଳା ବିଗିଡ଼ିି ଯାଏ। ରାସ୍ତାଘାଟ, ଏୟାରପୋର୍ଟ ଶୂନ୍‌ଶାନ ହୋଇଯାଏ। ପରିସ୍ଥିତିର ଫାଇଦା ଉଠାଇ କିଛି ଅସାମାଜିକ ଲୁଟ୍‌ପାଟ୍‌ ମଧୢ ଆରମ୍ଭ କରିଦିଅନ୍ତି। ଆତଙ୍କ ମଧୢରେ ରୋଗର ଟିକା ପାଇଁ ବି ପ୍ରୟାସ ଆରମ୍ଭ ହୁଏ। ଏଥିରେ ମଧୢ ବୈଜ୍ଞାନିକମାନଙ୍କ ମଧୢରେ ମତଭେଦ ଦେଖାଦିଏ। ତହିଁରେ ଜଣେ ଗବେଷକ ନିଜର ହର୍ବାଲ ମେଡିସିନ୍‌ ଉପରେ ଅଧିକ ଗୁରୁତ୍ବ ଦେଉଥିବା ବିଷୟ ମଧୢ ପ୍ରଦର୍ଶିତ କରାଯାଇଛି। ଏଭଳି ଅନେକ କଥା ଫିଲ୍ମରେ ରହିଛି, ଯାହା ଆଜିର କରୋନା ସ˚କ୍ରମଣ ସ୍ଥିତି ସହ ମେଳ ଖାଇଥାଏ।

୨୦୧୧ରେ ‘କଣ୍ଟାଜିଅନ୍‌’ ମୁକ୍ତିଲାଭ କରିବା ପରେ ଏହି ଚଳଚ୍ଚିତ୍ରର ଜଣେ ଉପଦେଷ୍ଟା ଲୋରି ଗ୍ୟାରେଟ୍‌ କହିଥିଲେ ଯେ ସିନେମାର କାହାଣୀ କିଛି ମାତ୍ରାରେ କପୋଳକଳ୍ପିତ ଓ ଆଉ କିଛି ମାତ୍ରାରେ ବାସ୍ତବ। ସେ ଏହା ମଧୢ ଭବିଷ୍ୟବାଣୀ କରିଥିଲେ ଯେ ଏଭଳି ପରିସ୍ଥିତି କିନ୍ତୁ ସ˚ପୂର୍ଣ୍ଣ ସମ୍ଭବ। ସେହି ଦୃଷ୍ଟିରୁ ଆମେ କହିପାରିବା ଯେ ଗ୍ୟାରେଟ୍‌ଙ୍କ ଭବିଷ୍ୟବାଣୀ ସତରେ ପରିଣତ ହୋଇଛି।

‘କଣ୍ଟାଜିଅନ୍‌’ ଭଳି ମଣିଷ ସମାଜର ଅସ୍ତିତ୍ବକୁ ବିପନ୍ନ କରିଥିବା ଭାଇରସ୍‌ ଓ ମହାମାରୀ ଉପରେ ଆଧାରିତ ଅନ୍ୟ ଏକ ଚର୍ଚ୍ଚିତ ବିଜ୍ଞାନଧର୍ମୀ ସିନେମା ହେଲା ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ‘ଦ ଆଣ୍ତ୍ରୋମେଡା ଷ୍ଟେନ୍‌’। ମାଇକେଲ କ୍ରେଚଟନଙ୍କ ଦ୍ବାରା ରଚିତ ଏକ ଉପନ୍ୟାସ ଉପରେ ଏହି ଫିଲ୍ମ ଆଧାରିତ ଥିଲା। ସେହିଭଳି ଏହି ଧାରାର ଅନ୍ୟାନ୍ୟ କିଛି ପ୍ରମୁଖ ସିନେମା ହେଲା ‘ଆଉଟ୍‌ ବ୍ରେକ୍‌’ (୧୯୯୫), ‘୨୮ ଡେଜ୍‌ ଲେଟର’ (୨୦୦୨), ‘ଵର୍ଲଡ ଵାର ଜେଡ୍‌’ ( ୨୦୧୩) , ‘ପାନଡେମିକ୍‌’ ( ୨୦୧୬)। ଏ ସବୁ ସିନେମାରେ ମାରାତ୍ମକ ଭାଇରସ୍‌ ଦ୍ବାରା ସୃଷ୍ଟ ମହାମାରୀ ସମକ୍ଷରେ ମଣିଷର ଅସହାୟତା ଓ ସ˚ଘର୍ଷ ଦେଖିବାକୁ ମିଳେ।

ସିନେମା ‘ରିଲ୍‌’ରେ ପ୍ରଦର୍ଶିତ ଜୀବନ କାଳ୍ପନିକତାର ଚୌହଦୀ ଅତିକ୍ରମ କରି ବାସ୍ତବ ଜୀବନ ଭିତରକୁ ପ୍ରବେଶ କରିଛି ବୋଲି ଯଦି ଆଜି କୁହାଯାଏ, ତେବେ କୌଣସି ଅତିର˚ଜନ ହେବ ନାହିଁ।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର-୮
ମୋ-୯୭୦୩୬୯୦୮୪୭

ସମ୍ବନ୍ଧିତ ଖବର