ପାଣିଚିଆ ଶୀତ ପରେ କରୋନା ଦାଉ

ଆମେରିକାରୁ ପତ୍ର - ଅନାଦି ନାୟକ

ଏଥର ଆମେରିକାର ଲୋକମାନେ ବିଗିଡ଼ି ଯାଇଥିବା ଜଳବାୟୁ ଓ ପାଣିପାଗ ପାଇଁ ବ୍ୟସ୍ତ ହେବା ବେଳକୁ କରୋନା ଭାଇରସ୍‌ ଆସି ପହଞ୍ଚିଛି। ଏହାର ନିଦାନ କଅଣ ଏ ପର୍ଯ୍ୟନ୍ତ ଠିକ୍‌ ହୋଇପାରିନାହିଁ। ମାତ୍ର ଏ ଭାଇରସ୍‌ ବୁଢ଼ାବୁଢ଼ୀମାନଙ୍କୁ ଓ ପୂର୍ବରୁ ରୁଗ୍‌ଣ ଥିବା ଲୋକଙ୍କ ପାଇଁ ଅଧିକ ମାରାତ୍ମକ ହୋଇଛି। ଆକ୍ରାନ୍ତ ଲୋକଙ୍କୁ ରୋଗ ଛାଡ଼ିବା ଯାଏ ଅନ୍ୟମାନଙ୍କଠାରୁ ଅଲଗା ରଖିଲେ ରୋଗ ବ୍ୟାପିବ ନାହିଁ ବୋଲି ଆମେରିକାର ଅନେକ ରାଜ୍ୟ ‘ଲକ୍‌ ଡାଉନ୍‌’ରେ ଅଛନ୍ତି। କରୋନା ଏବେ ଏକ ବିଶ୍ବବ୍ୟାପୀ ସମସ୍ୟା। ପୁଣି ଏହା ଏମିତି ଗୋଟାଏ ଘାତକ ରୋଗର କାରଣ ହୋଇଛି ଯେ ଲୋକେ କେଉଁଠି କେମିତି କଅଣ କରିବେ ସେ ବାଟ ପାଉ ନାହାନ୍ତି। ଟ୍ରମ୍ପ୍‌ ସରକାର ଏଥିପାଇଁ ଦେଶବ୍ୟାପୀ ଜରୁରୀ ଅବସ୍ଥା ଜାରି କରିଛି। ବାହାରକୁ ଯିବା ଆସିବା ଓ କିଣା ବିକାରେ କଟକଣା କରାଯାଇଛି, ଯେମିତି ଆଗରୁ କେବେ ବି ହୋଇ ନ ଥିଲା। ୟୁରୋପ ହେଲା ଆମେରିକାର ସବୁ କ୍ଷେତ୍ରରେ ବଡ ଭାଗୀଦାର। ସେଠାକୁ ଯିବା ଆସିବା ଓ ଦେଣନେଣ ବନ୍ଦ ହେବା ଦ୍ବାରା ଉଭୟ ପକ୍ଷର ଅଜସ୍ର କ୍ଷତି ନିଶ୍ଚୟ ହେବ। ଉଭୟ ଅଞ୍ଚଳ ପାଇଁ ଅର୍ଥନୈତିକ ଦିଗରୁ ଏହା କେତେଦୂର ମାରାତ୍ମକ ହେବ- ସେ ବିଷୟରେ ଚିନ୍ତା କରି ଅନେକେ ମର୍ମାହତ। ସେଥିପାଇଁ ମଟରଗାଡ଼ିି, ବିଦ୍ୟୁତ୍‌, ଖଣିଜ ପଦାର୍ଥ ଓ କମ୍ପ୍ୟୁଟର କମ୍ପାନିମାନଙ୍କର ମୂଲ୍ୟ କମିବାରେ ଲାଗିଛି। ଏଇ କମ୍ପାନିମାନେ ପ୍ରତିଦିନ ସେମାନଙ୍କର ମୂଲ୍ୟରୁ କୋଟି କୋଟି ଟଙ୍କା ହରାଇ ବସୁଥିବାରୁ ବିଭିନ୍ନ ସ୍ଥାନରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଉପରର ପାଣି ତଳକୁ ଗଡ଼ିି ଆସିଲା ପରି ବଡ଼ ବଡ଼ କମ୍ପାନିମାନଙ୍କର ଆର୍ଥିକ ଦୁର୍ଗତି ସେମାନଙ୍କର ସହକାରୀ ସ˚ସ୍ଥାମାନଙ୍କୁ ପ୍ରଭାବିତ କରୁଛି। ଫଳରେ ଦୁନିଆ ସାରା ଏକ ଅର୍ଥନୈତିକ ବିପର୍ଯ୍ୟୟ ଘଟିବ ବୋଲିି ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ଭଲିବଲ୍‌ରୁ ପବନ ବାହାରିଗଲେ ବଲ୍‌ର ଅବସ୍ଥା ଯାହା ହୁଏ, ଏଠା ଅର୍ଥନୀତିର ଅବସ୍ଥା କିଛି ଦିନ ପାଇଁ ସେଇଆ ହୋଇପାରେ ବୋଲି ଜନସାଧାରଣଙ୍କୁ ଏଥିପାଇଁ ସତର୍କ କରାଯାଉଛି। କରୋନା ଭାଇରସ୍‌ ଆମେରିକାରେ ଚହଳ ସୃଷ୍ଟି କରିଛି। ପ୍ରଥମେ ଆମେରିକାର ରାଷ୍ଟ୍ରପତି ଏହାକୁ ଖାତିର କରୁ ନ ଥିଲେ। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଉଛି। ଏବେ ଏହାକୁ ନେଇ ସମସ୍ତଙ୍କ ଭଳି ସେ ବି ବ୍ୟତିବ୍ୟସ୍ତ। ଆମେରିକାରେ ଏ ପର୍ଯ୍ୟନ୍ତ ୩୫, ୦୬୦ ଜଣ କରୋନା ଦ୍ବାରା ଆକ୍ରାନ୍ତ ଓ ସେମାନଙ୍କ ଭିତରୁ ୪୫୭ ଜଣ ମୃତ୍ୟୁବରଣ କଲେଣି। ତେଣୁ ସର୍ବତ୍ର ଏହି ରୋଗ ନେଇ କଥା ଓ ଚିନ୍ତା।

ଏଥର କାହିଁକି କେଜାଣି ଵାସି˚ଟନ୍‌ ଅଞ୍ଚଳରେ ଶୀତଋତୁଟା ପାଣିଚିଆ ହେଲା। ବାଟ ଉପରେ ଅବିର ବୋଳିଲା ପରି ମୋଟେ ଥରେ ବରଫ ପଡ଼ିଲା। ଶୀତ ଦିନେ ବରଫ ପଡ଼ିଲେ ବରଫଟା ଘର ବାହାର ଚାରି ଆଡ଼କୁ ଘୋଡ଼େଇ ଦିଏ। ଅନେକ ଲୋକ ଲୋକ ଲଗାଇ ବାଟ ସଫା କରନ୍ତି। ନିଜ ହାତରେ ବରଫ ତାଡ଼ିିବା ପାଇଁ ଅନେକ ଲୋକ ବରଫ ତାଡ଼ିିବା ଫାଉଡ଼ା ଓ ଯନ୍ତ୍ର ରଖି ଥାଆନ୍ତି। ଚଉଦ ବର୍ଷ ବୟସରୁ ଅଧିକ ବୟସର ସ୍କୁଲ୍‌ ପିଲା, କାମ ଖୋଜୁଥିବା ଭେଣ୍ତିିଆ- ଏଇ ବରଫ ତଡ଼ା କାମ କରି କିଛି ପଇସା ଶୀତ ଦିନେ ରୋଜଗାର କରନ୍ତି। ପୁଣି ଗୀର୍ଜା, ସ୍କୁଲ୍‌ ଓ ହୋଟେଲ୍‌ ପରି ଅନୁଷ୍ଠାନମାନେ ନିଜ ନିଜର ପାର୍କି˚ ଜାଗାକୁ ସଫା କରିବା ପାଇଁ କଣ୍ଟ୍ରାକ୍ଟ ନେଇ ଥାଆନ୍ତି। ଏଥର ସେମାନଙ୍କ ପାଇଁ କିଛି କାମ ନାହିଁ। ଅଧିକା କାମ ପାଇଁ ଆଶା କରିଥିବା ଅନେକ ଲୋକଙ୍କର ଆର୍ଥିକ ଅବସ୍ଥା ଖରାପ।

ପାର୍ବତ୍ୟ ଅଞ୍ଚଳକୁ ଅନେକ ଲୋକ ଶୀତ ଦିନେ ଯାଆନ୍ତି ସ୍କି କରିବା ପାଇଁ। ଏ ବର୍ଷ ସ୍କି କେନ୍ଦ୍ରମାନଙ୍କୁ ଅଧିକ ଲୋକ ଯାଇ ନ ଥିବାରୁ ସେ ସବୁ ଜାଗାର ବେପାର ବଣିଜ ମାନ୍ଦା। ସମସ୍ତେ ମୁଣ୍ତରେ ହାତ ଦେଇ ବସିଛନ୍ତି। ଏତିକି ବେଳେ କରୋନା ସ˚କ୍ରମଣ କିଭଳି ଚିନ୍ତା ବଢ଼ାଇ ଥିବ ତାହା ସମସ୍ତେ ବୁଝିପାରୁଥିବେ।

ଏଠି ସାଧାରଣତଃ ବସନ୍ତ ଋତୁ ଆରମ୍ଭ ହୁଏ ମାର୍ଚ୍ଚ ୨୧ ତାରିଖ ବେଳକୁ। ଅପ୍ରେଲ ୧୫ ତାରିଖ ଯାଏ ବେଳେ ବେଳେ ବରଫ ପଡୁୁଥାଏ। ମାର୍ଚ୍ଚ ମାସର ଶେଷ ଆଡ଼କୁ ପତ୍ର ଝଡ଼େ ଓ ଶୀତ ଦିନ ସାରା ଥୁଣ୍ଟା ହୋଇ ଠିଆ ହୋଇଥିବା ଗଛ ସବୁରେ ପତ୍ର କଅଁଳେ। ଏବେ ଗଛ ସବୁରେ ପତ୍ର ଦେଖାଦେଲାଣି। ଧଳା ଓ ହଳଦିଆ ରଙ୍ଗର ଡାଫୋଡିଲ ସାଙ୍ଗକୁ ଭୂଇଁ ଭିତରୁ ଚମ୍ପା କଢ଼ ପରି ହଳଦିଆ, ଲାଲ, ଧଳା, କସରା ଦିଶୁଥିବା ନାନା ରଙ୍ଗର କ୍ରୋକସ ଫୁଲ ଦେଖାଗଲାଣି।

ଏ ସବୁ ମନୋରମ ଲାଗୁଥିଲେ ବି ମନ ବାରମ୍ବାର କରୋନା ପାଖକୁ ଫେରୁଛି। ବରଫ ଓ ତା ଯୋଗେ ଘଟୁଥିବା ଥଣ୍ତା ଯୋଗୁ ବିଭିନ୍ନ ରୋଗର ଜୀବାଣୁ ମରି ଯାଆନ୍ତି। ମାତ୍ର ଥଣ୍ତା କମ୍‌ ହେଲେ ଜୀବାଣୁମାନଙ୍କର ଉପଦ୍ରବ ବଢ଼େ ଓ ତା’ ସାଙ୍ଗରେ କାଶ, ସର୍ଦ୍ଦି, ଜ୍ବରର ପ୍ରାଦୁର୍ଭାବ ଦେଖାଯାଏ। ଯଦିଓ ଖରା ପାଗରେ ଫୂର୍ତ୍ତି କରିବା ପାଇଁ ସମସ୍ତଙ୍କର ଇଚ୍ଛା। ଥଣ୍ତା ବିନା ରୋଗର ଶରବ୍ୟ ହେବାଟା କିଏ ଅବା ଚାହେ। ସୁସ୍ଥ ରହିବା ଲାଗି ପାଣିପାଗ ବି ସେମିତି ସ୍ବାସ୍ଥ୍ୟପ୍ରଦ ହେବା ଜରୁରି।

ସମସ୍ତେ କହୁଛନ୍ତି ଯେ ଦୁନିଆ ସାରା ଲୋକଙ୍କର ଦୈନନ୍ଦିନ କର୍ମ ଯୋଜନା ଯୋଗେ ବାତାବରଣର ତାତି ବଢୁଛି। ଲୋକମାନେ ନିଜ ନିଜର ଆଚରଣରେ ପରିବର୍ତ୍ତନ ଆଣି ବାତାବରଣକୁ ଗରମ କରିବା ଭଳି କାମ ଗୁଡ଼ିିକରୁ ନିବୃତ ହେଲେ ପରିସ୍ଥିତିକୁ ସୁଧାରି ହେବ। ଏ ନେଇ ଖୁବ୍‌ ତର୍କ ବିତର୍କ, ଚର୍ଚ୍ଚା ଆଲୋଚନା ଚାଲିଛି। ସରକାରୀ ନୀତିର ପରିବର୍ତ୍ତନ ଘଟୁ ବୋଲି ଦାବି କରାଯାଉଛି। କିନ୍ତୁ ଯାହା ଲାଗୁଛି, ଲୋକଙ୍କୁ ସେମାନଙ୍କର ଚାଲିଚଳଣ ଓ ଗତିବିଧିକୁ ବଦଳାଇବା ପାଇଁ କହିବାକୁ ସରକାରକୁ ଡର ମାଡୁଛି।

ଗଣତାନ୍ତ୍ରିକ ପଦ୍ଧତିରେ ସବୁ ନିର୍ଭର କରୁଛି ଭୋଟ୍‌ ଉପରେ। ତେଣୁ ଲୋକେ ଯେଉଁ କଥା ଶୁଣିବାକୁ ଚାହିଁବେ, ପାର୍ଲାମେଣ୍ଟ୍‌ ଓ ଆସେମ୍ଲିର ସଭ୍ୟମାନେ ସେହି କଥା କହି ଭୋଟ ମାଗୁଛନ୍ତି। ଅପ୍ରିୟ ସତ କଥା କହିଲେ ଭୋଟ୍‌ କେଉଁଠୁ ଆସିବ?

ଏଥିପାଇଁ ଦାୟିତ୍ବ ପଡୁଛି ସରକାରର ବାହାରେ ଥିବା ବୁଦ୍ଧିଜୀବୀମାନଙ୍କ ଉପରେ। ଲେଖକ, ସାମ୍ବାଦିକ, ସମାଜସେବୀ, ବ୍ୟବସାୟୀ, ଶ୍ରମିକ ଆନ୍ଦୋଳନ କର୍ମୀ, ଛାତ୍ର, ଶିକ୍ଷକ, ପାଦ୍ରି- ଏମାନେ ଲୋକଙ୍କ ଭିତରେ ନୂଆ ଚିନ୍ତାର ଉଦ୍ରେକ କରାଉଛନ୍ତି। ସେମାନଙ୍କର ଚାପ ଫଳରେ ଟ୍ରମ୍ପ୍‌ଙ୍କ ଆଗରୁ ଆମେରିକାର ସରକାରମାନେ କେତେକ ପଦକ୍ଷେପ ନେଇଥିଲେ। ତାହା ବାତାବରଣର ସୁରକ୍ଷା ପାଇଁ ସାହାଯ୍ୟ କରିଥିଲା। ମାତ୍ର ଟ୍ରମ୍ପ୍‌ ରାଷ୍ଟ୍ରପତି ହେବା ପର ଠାରୁ ପରିସ୍ଥିତି ଅଲଗା ହୋଇଛି।

ପାଣିପାଗ ବିଷୟରେ ଲେଖିବାକୁ ଚାହିଁଲି କାରଣ ଏହା ଏବେ ଆମେରିକା ଲାଗି ଏକ ସ˚କଟରେ ପରିଣତ ହେବାର ଆଶଙ୍କା ରହିଛି। କିନ୍ତୁ ଏବେ ସବୁ କିଛି ଗୋଟିଏ ପଟେ ଓ କରୋନା ସ˚କ୍ରମଣର ଆତଙ୍କ ଆଉ ଗୋଟିଏ ପଟେ।

ୟୁ.ଏସ୍‌.ଏ.
[email protected]

ସମ୍ବନ୍ଧିତ ଖବର