ଇଟାଲି ଆଜି ବିଧ୍ବସ୍ତ କାହିଁକି?

ଜାକୋମିନୋ ନିକୋଲାଜୋ

ଏହାର ଲେଖକ ଜାକୋମିନୋ ନିକୋଲାଜୋ ଇଟାଲିର ଜଣେ ଲୋକପ୍ରିୟ ଲେଖକ। ଏବେ ସେ ଇଟାଲିର ଲୋ˚ବାର୍ଡି ଠାରେ ଏକ କ୍ଷୁଦ୍ର ଗ୍ରାମ ମୋନ୍‌ଟ କାଲ୍‌ଭୋରେ ରହୁଛନ୍ତି ଏବ˚ ସେଠାରେ ବସି ବହି ଲେଖୁଛନ୍ତି।

ଅନିଚ୍ଛା ସତ୍ତ୍ବେ ଏକାନ୍ତ ବାସରେ ଏକଲା ବସିଥିବା ବେଳେ ଗୋଟିଏ ରାତିରେ ୭୪୩ ଜଣଙ୍କର ମୃତ୍ୟୁ ଘଟିଥିବା ଏବ˚ ୫୨୪୯ ନୂଆ ସ˚କ୍ରମଣ ସ˚କ୍ରାନ୍ତରେ ଖବର ପାଇଲି। ଏହା ସହ ମୋଟ ସ˚କ୍ରମଣ ପହଞ୍ଚିଥିଲା ୬୯,୧୭୬ରେ ଏବ˚ ମୃତକଙ୍କ ସ˚ଖ୍ୟା ୬,୮୨୦ରେ। ଅଦ୍ୟାବଧି ୮,୩୨୬ ସ˚କ୍ରମିତ ବ୍ୟକ୍ତି ସ˚କ୍ରମଣ-ମୁକ୍ତ ହୋଇଥିବା ଖବର ଯାହା ସାମାନ୍ୟ ଆଶ୍ବସ୍ତ କରିଥିଲା। (ମାର୍ଚ୍ଚ‌୍ ୨୪ ତାରିଖ, ରାତି ୮ଟା ୩୦)

ଆଲ୍‌ପସ ପର୍ବତର ଅପେକ୍ଷାକୃତ ଉଚ୍ଚ ସ୍ଥାନରୁ ଆରମ୍ଭ କରି ପ୍ରାଚୀନ ବେଳାଭୂମି ନଗରୀ ସିସିଲିଆ ଓ ସାର୍ଡିନିଆ ଅନ୍ତର୍ଗତ ଅଧିକା˚ଶ ଇଟାଲୀୟ ନଗରୀ କିଛି ସପ୍ତାହ ତଳେ ପର୍ଯ୍ୟଟନ ବ୍ୟବସାୟ ଯୋଗୁଁ ବେଶ୍‌ ଚଳଚଞ୍ଚଳ ଥିଲେ; ମରୁଭୂମିର ଶୂନ୍ୟତା ନ ଥିଲା; ଏବ˚ ସେଗୁଡ଼ିକ ହଠାତ୍‌ ଭୌତିକ ନଗରୀରେ ପରିଣତ ହୋଇଗଲା।

ଦୋକାନଗୁଡ଼ିକରେ ତାଲା ପଡ଼ିଗଲା। ଭୋଜନାଳୟ ଓ କଫି ସପ୍‌ଗୁଡ଼ିକ ଆଉ ଗ୍ରାହକଙ୍କ ପାଇଁ ଖୋଲିଲା ନାହିଁ। ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, କ୍ରୀଡ଼ାଙ୍ଗନ ଏପରିକି ଆମର ସ˚ଗ୍ରହାଳୟ ଓ ର˚ଗମଞ୍ଚଗୁଡ଼ିକ ମଧ୍ୟ ବନ୍ଦ ହୋଇଗଲା। ଭଟିକାନ୍‌ ସିଟିର ଦ୍ବାରଗୁଡ଼ିକ ବନ୍ଦ କରିଦିଆଗଲା। ଏହାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ କୋଡ଼ିଏ ଫୁଟ୍‌ ଉଚ୍ଚର ପ୍ରାଚୀର ଉପରେ ସଶସ୍ତ୍ର ସୁରକ୍ଷା କର୍ମୀ କଡ଼ା ନଜର ରଖିବା ଆରମ୍ଭ କଲେ।

ଆଖି ଯେଉଁ ପର୍ଯ୍ୟନ୍ତ ଦେଖିପାରିବ, ସେହି ପର୍ଯ୍ୟନ୍ତ ସମସ୍ତ ଗଳି ଓ ରାସ୍ତା ଏବେ ଶୂନ୍ୟ। ସାଧାରଣତଃ ସେଗୁଡ଼ିକ ସର୍ବଦା ଛୋଟିଆ କାର‌୍‌ ଓ ଉନ୍ମତ୍ତ ଚାଳକରେ ଭରପୂର ଥାଏ। ପୁଣି, ବୋଲ ମାନୁ ନ ଥିବା ତଥା ସଇତାନ କୀଟଙ୍କ ଭଳି ଶବ୍ଦ କରି ଇଆଡ଼େ-ସିଆଡ଼େ ଦ୍ରୁତ ବେଗରେ ଧାଉଁଥିବା ଗଣ୍ତା ଗଣ୍ତା ସ୍କୁଟର‌୍‌। ଆମ ସହରର ଛକଗୁଡ଼ିକରେ ଏବେ ସରକାରୀ ଭାବେ ମଣିଷ ତୁଳନାରେ ପାରା ସ˚ଖ୍ୟା ଅଧିକ। ଆମ ଭିତରୁ ଅନେକ ଜାଣନ୍ତି, ସ˚କ୍ରମିତ ହୋଇଥିବା କେହି ଜଣେ ଭଲ ହୋଇଛି। ଆଉ କିଛି ଏହା ମଧ୍ୟ ଜାଣନ୍ତି, କେତେକ ଭଲ ହୋଇନାହାନ୍ତି, ପ୍ରାଣ ହରାଇଛନ୍ତି। ତେବେ, ଅଧିକା˚ଶ ଏହି ଅତି କ୍ଷୁଦ୍ର ଦାନବ ଦ୍ବାରା କୌଣସି ନା କୌଣସି ପ୍ରକାରେ ସ˚କ୍ରମିତ ହୋଇଥିବା, ସମସ୍ତେ ଜାଣନ୍ତି।

ଆମେ ପ୍ରାୟ ଛଅ କୋଟି ମଣିଷ ବନ୍ଦ ଅଛୁ। ଏଠାରେ ଏହା ଏକ ଯୁଦ୍ଧାଞ୍ଚଳ ଭଳି। ଆମକୁ ଆମ ନିଜ ଘରେ ବନ୍ଦୀ ବନାଇଛି କୌଣସି ଏକ ଅଦୃଶ୍ୟ ଶତ୍ରୁ, ଯିଏ ଆମ ଅଜ୍ଞାତରେ ପଶିଆସିଛି; ଦଖଲ କରିନେଇଛି। ଏମିତି ବି କିଛି ଅଛନ୍ତି, ପ୍ରକୃତରେ ଏହା ଆସିବ ବୋଲି ଯେଉଁମାନେ ଜାଣିଥିଲେ।

ତାହା ହେଲେ ଦୋଷ ଦେବା କାହାକୁ? ଉନ୍ମତ୍ତତାର ଭଉଁରି ମଧ୍ୟରେ ମୁଁ ଠିକ୍‌ ଉତ୍ତରଟିଏ ଖୋଜୁଛି। ଏଥିରେ ସମସ୍ତ ଅବସର ସମୟକୁ ଲଗାଇଛି (ଆଜିକାଲି ଅବସର ସମୟ ବହୁତ)। ଖୋଳତାଡ଼, ଅନୁସନ୍ଧାନ ଓ ଗବେଷଣା କରୁଛି। ଏହା କିପରି ଆସିଲା, ଆବିଷ୍କାର କଲା ପରେ ମୁଁ ଆଚମ୍ବିତ। ଜଣେ ରୋଗୀଠାରୁ ଆଉ ଜଣଙ୍କ ପାଖକୁ ଏହା କିପରି ଗଲା; ସ˚କ୍ରମଣ ବହୁଗୁଣିତ ହେବାର ଗଣିତ ଆଦି ବାବଦରେ ଆପଣଙ୍କୁ କହି ବିରକ୍ତ କରିବିନାହିଁ। ଏହି ଭୂତାଣୁ କିପରି ଇଟାଲିକୁ ଆସିଲା, ସେହି ବାବଦରେ କହିବି।

ଏହା ସହ କମ୍ୟୁନିଜମ୍‌ର ସମସ୍ତ ସ˚ପର୍କ ରହିଛି। ମୋତେ ବ୍ୟାଖ୍ୟା କରିବାକୁ ଦିଅନ୍ତୁ। ଏକଦା ଫ୍ଲୋରେନ୍‌ସ ଅନ୍ତର୍ଗତ ଫିରେନ୍‌ଜର ମେୟର‌୍‌ ଥିଲେ ମାତେଓ ରେନ୍‌ଜି। ଇଟାଲିଆନ୍‌ କମ୍ୟୁନିଷ୍ଟ ପାର୍ଟି- ‘ପାର୍ଟିଟୋ ଡେମୋକ୍ରାଟିକୋ’ର ସହ ସ˚ପୃକ୍ତ ଏହି ନିର୍ବୋଧ ନେତା ୨୦୧୪ରେ କୌଣସି ପ୍ରକାରେ ଇଟାଲିର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇପାରିଥିଲେ। ସେ ଏଭଳି ଜଣେ ନେତା, ଯାହାଙ୍କୁ ମୁକ୍ତ ଛାଡ଼ିଦେଲେ ସେ କ’ଣ କରିବେ, କିଛି କହିହେବନାହିଁ।

ତାଙ୍କ ନେତୃତ୍ବରେ ଇଟାଲି ବିସ୍ମୃତ ଅବସ୍ଥାକୁ ଚାଲିଆସିବା ସହ ରାଷ୍ଟ୍ରର ଅର୍ଥନୀତିରେ ନାନା ବିଚିତ୍ର ଅଘଟନ ଘଟିଚାଲିଲା। ବ୍ୟାଙ୍କ୍‌ କାରବାର ସ˚ପୂର୍ଣ୍ଣ ମାନ୍ଦା ହୋଇଚାଲିଲା; କିନ୍ତୁ, ସେଗୁଡ଼ିକ ବନ୍ଦ ହେଲାନାହିଁ। କୌଣସି କାରଣରୁ ଅବସର ବୟସ ବଢ଼ିଚାଲିଲା। ଅପରପକ୍ଷେ ଅବସରକାଳୀନ ଭତ୍ତା ପାଣ୍ଠି ଟଳମଳ ହେଲା ବା ଅଦୃଶ୍ୟ ହୋଇଗଲା। ଜାତୀୟ ବିକ୍ରି କର (ଯାହାକୁ ଆମେ ଭାଲ୍ୟୁ ଆଡେଡ୍‌ ଟ୍ୟାକ୍‌ସ କହୁ) ୧୮%ରୁ ୨୦%କୁ ବଢ଼ିଲା; ତାହା ପରେ ୨୧% ଓ ୨୨% ହେଲା। ଆଉ ଏଭଳି ବିତ୍ତୀୟ ସ˚କଟ ମଧ୍ୟରେ ଚୀନାମାନେ ଉତ୍ତରାଞ୍ଚଳରେ ଇଟାଲୀୟ ଭୂ-ସ˚ପତ୍ତି ଓ ବ୍ୟବସାୟ ପ୍ରତିଷ୍ଠାନ କିଣିବା ଆରମ୍ଭ କଲେ।

ରେନ୍‌ଜି ଓ ଚୀନାମାନେ ଏକତ୍ର ହେବା ସହ ଇଟାଲି ଏବ˚ ଚାଇନା ସରକାର ଭିତରେ ମଧ୍ୟ ବିଚିତ୍ର ଘଟନାମାନ ଘଟିବା ଆରମ୍ଭ ହେଲା। ସରକାର ଆଖି ବୁଜିଦେଇଥିବା ବେଳେ ଚୀନାମାନେ ବିତ୍ତୀୟ, ଟେଲି-କମ୍ୟୁନିକେସନ୍‌, ଶିଳ୍ପ ଓ ଫେସନ୍‌ କ୍ଷେତ୍ରରେ ପ୍ରବେଶ କଲେ। ମିଲାନୋରେ ଇଟାଲୀୟ ଅର୍ଥନୀତିର ବିକ୍ରି ଚାଲିଲା।

ଇଟାଲୀୟ ଆଇନର ଉଲ୍ଲ˚ଘନ କରି ଚୀନ କ୍ରୟ କଲା ଏବ˚ ଅଧିଗ୍ରହଣ ମଧ୍ୟ କଲା। ଏକ ସମୟରେ ୟୁନାଇଟେଡ୍‌ କି˚ଡମ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା ସହ ଥିବା ୟୁରୋପୀୟ ସଂଘର ବାଣିଜ୍ୟ ରାଜିନାମାର ଉଲ୍ଲ˚ଘନ ହେଲା। ହେଲେ, ମାର୍କିନ୍‌ ରାଷ୍ଟ୍ରପତି ଓବାମା ବା ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ କାମେରନ୍‌ ମୁହଁ ଖୋଲିଲେ ନାହିଁ। ପ୍ରକୃତରେ ଏହି ତିନିଟି ଦେଶର ଜନତାଠାରୁ ଅନେକ କିଛି ଲୁଚାଇ ରଖାଯାଇଥିଲା।

୨୦୧୪ରେ ଚାଇନା ୧୦ କୋଟିରୁ କମ୍‌ ମୂଲ୍ୟର କ˚ପାନିମାନ କିଣି ଇଟାଲିରେ ୫୦୦ କୋଟି ପୁଞ୍ଜିନିବେଶ କରିଥିଲା। ୨୦୧୬ରେ ରେନ୍‌ଜି ଅପବାଦିତ ହୋଇ ପ୍ରଧାନମନ୍ତ୍ରୀ ପଦରୁ ହଟିବା ବେଳକୁ ଚାଇନାର ବିତ୍ତୀୟ ଅଧିଗ୍ରହଣ ୫୨୦୦ କୋଟି ଟପିସାରିଥିଲା। ଲୋକେ ବୁଝିବା ବେଳକୁ ଏହା ୩୦୦ କ˚ପାନିର ମାଲିକ ହୋଇସାରିଥିଲା, ଯାହା ମୋଟ ମୁଖ୍ୟ ଇଟାଲୀୟ ନିଗମଗୁଡ଼ିକର ୨୭%।

ଏବେ ଇଟାଲିର ମୁଖ୍ୟ ପାଞ୍ଚଟି ବ୍ୟାଙ୍କ୍‌, ‘ଦ ବ୍ୟାଙ୍କ୍‌ ଅଫ୍‌ ଚାଇନା’ ମାଲିକାନାରେ। ଏହି ବ୍ୟାଙ୍କ୍‌ଗୁଡ଼ିକୁ ଅବୈଧ ଭାବେ ତଥା ଗୁପ୍ତରେ ଅବସରକାଳୀନ ଭତ୍ତା ପାଣ୍ଠିରେ ଜମା ଥିବା ଅର୍ଥ ଯୋଗାଇ ଦିଆଯାଇଥିଲା। ଏହା ପଛରେ ଥିଲେ ରେନ୍‌ଜି। ଅଳ୍ପ କିଛି କାଳ ମଧ୍ୟରେ ‘ଚାଇନା ମିଲାନୋ ଇକ୍ବିଟି ଏକ୍‌ସଚେଞ୍ଜ୍‌’ ଖୋଲାଯାଇଥିଲା ଏବ˚ ଇଟାଲିର ଅଧିକା˚ଶ ସ˚ପଦ ଚାଇନାକୁ ଚାଲିଯାଇଥିଲା।

ଇଟାଲିର ମୁଖ୍ୟ ଟେଲିକମ୍ୟୁନିକେସନ୍‌ ନିଗମ ଏବେ ଚାଇନା ଅଧୀନରେ। ଟେଲିକମ୍ୟୁନିକେସନ୍‌ ବଜାରରେ ପ୍ରବେଶ କଲା ପରେ ‘ହୁଆେଵଇ’ ପକ୍ଷରୁ ମିଲାନୋ ଉପକଣ୍ଠରେ ଥିବା ସିଗ୍‌ରାରେ ଏକ କାର୍ଯ୍ୟାଳୟ ଖୋଲାଯାଇଥିଲା। ଏଠାରେ ପ୍ରଥମେ ଏକ ଗବେଷଣା କେନ୍ଦ୍ର ଆରମ୍ଭ ହୋଇଥିଲା। ଏହି ଗବେଷଣା କେନ୍ଦ୍ରରେ ମାଇକ୍ରୋେଵଭ୍‌ ଉପରେ ଗବେଷଣା ଚାଲିଥିଲା, ଯାହାର ଫଳାଫଳ ବିପଦର ଆଶଙ୍କା ଥିବା ୫ଜି ବୈଷୟିକ ଜ୍ଞାନକୌଶଳ।

ଫିଆଟ୍‌-କ୍ରାଇସ୍‌ଲର‌୍‌, ପ୍ରିଜ୍‌ମିଆ ଓ ଟର୍ନା ଏବେ ଚାଇନା ନିୟନ୍ତ୍ରଣରେ। ଆପଣ ଜାଣିଲେ ଆଚମ୍ବିତ ହେବେ, ଯେତେ ବେଳେ ଆପଣ ନିଜ କାର‌୍‌ ପାଇଁ ପିରେଲି ଟାୟାର‌୍‌ କିଣିବେ, ତାହାର ଲାଭା˚ଶ ସିଧା ଚାଇନାକୁ ଯିବ। ‘କେମ୍‌ଚାଇନା’ ନାମକ ବିଶାଳ ଚାଇନିଜ୍‌ ଶିଳ୍ପ ଏହି କ˚ପାନି ମଧ୍ୟ କିଣିସାରିଛି। ଇଉରୋପ୍‌ର ସୁପ୍ରସିଦ୍ଧ ବିଳାସ-ତରୀ ନିର୍ମାତା ‘ଫେରେଟ୍‌’ କ˚ପାନି ମଧ୍ୟ ଆଉ ଫେରେଟ୍‌ ପରିବାର ମାଲିକାନାରେ ନାହିଁ। ତେବେ, ଚାଇନିଜ୍‌ମାନେ ସର୍ବାଧିକ ପୁଞ୍ଜିଲଗାଣ କରିଛନ୍ତି, ଇଟାଲିର ସବୁଠାରୁ ଲାଭଜନକ ବ୍ୟବସାୟ ଫେସନ୍‌ ଶିଳ୍ପରେ। ‘ଦ ପିନ୍‌କୋ ପାଲିନୋ’, ‘ମିସ୍‌ ସିକ୍‌ସଟି’, ‘ସର୍ଜିଓ ଟାକିନି’, ‘ରବର୍ଟା ଡି କାମେରିନୋ’ ଓ ‘ମାରିଏଲା ବୁରାନି’ କ˚ପାନିର ଶହେ ପ୍ରତିଶତ ଅ˚ଶ ଚାଇନିଜ୍‌ଙ୍କ ଦ୍ବାରା ଅଧିକୃତ ହୋଇସାରିଛି।

ଡିଜାଇନର‌୍‌ ସାଲ୍‌ଭେଟୋର‌୍‌ ଫେରାଗାମୋ ୧୬% ଏବ˚ କାରୁଜୋ ୩୫% ବିକ୍ରି କରିସାରିଛନ୍ତି। ୨୦୧୪ରେ ସେନ୍‌ଝେନ୍‌ ମାରିଜ୍‌ଫ୍ରୋଲ୍‌ ଫେସନ୍‌ କ˚ପାନି (ଏହା ଏସିଆର ସବୁଠାରୁ ଦାମୀ ପୋଷାକ ନିର୍ମାତା), ‘କ୍ରିଜିଆ’କୁ ଖରଦି କରିଥିଲା। ଏହି ସମସ୍ତ କ୍ରୟ ବେଳେ ରେନ୍‌ଜି ସରକାର ଚାଇନିଜ୍‌ମାନଙ୍କୁ ଅବାଧ ସୁଯୋଗ ଦେଇଥିଲା। ନିଜର ବିତ୍ତୀୟ ବ୍ୟବସ୍ଥା ଖୋଲାଛାଡ଼ିଥିଲା। ଅଧିକା˚ଶ ଚାଇନିଜ୍‌ କ˚ପାନି ବିନା କଷ୍ଟମ୍‌ ତନଖିରେ ଇଟାଲିରେ ସିଧା ପ୍ରବେଶ କରିଥିଲେ। ସିଧା କହିଲେ, ଦଶ ହଜାର ଚାଇନିଜ୍‌ ଅବୈଧ ଭାବେ ମିଲାନୋରେ ପ୍ରବେଶ କରିଥିଲେ। ସେମାନେ ଟଙ୍କା, ବୈଷୟିକ ଜ୍ଞାନ ଓ କର୍ପୋରେଟ୍‌ ସ˚ପର୍କିତ ଗୁପ୍ତ ତଥ୍ୟ ସଙ୍ଗରେ ନେଇ ଫେରିଥିଲେ।

ତାହା ପରେ ପୁଣି ହଜାର ହଜାର ସ˚ଖ୍ୟାରେ ସେମାନେ ପଶିଲେ ଏବ˚ ମିଲାନୋ, ଲୋ˚ବାର୍ଡି ଆଦିରେ ଅଦୃଶ୍ୟ ହୋଇଗଲେ। ସେମାନଙ୍କୁ ବ୍ୟବସାୟ କରିବା ପାଇଁ ଅନୁମତି ମିଳିଥିଲା। କିଏ ଦରଜି ଦୋକାନ ଖୋଲିଥିଲା ତ କିଏ ଡିଜାଇନର‌୍‌ ପୋଷାକ ଦୋକାନ; ପୁଣି କିଏ ‘ମେଡ୍‌ ଇନ୍‌ ଇଟାଲି’ ଲେବଲ୍‌ ସିଲେଇରେ ବ୍ୟସ୍ତ ଥିଲା। ଏସବୁ ପଛରେ ଥିଲା, ରେନ୍‌ଜି ସରକାରର ପ୍ରଚ୍ଛନ୍ନ ହାତ। ସରକାର ବଦଳିବା ପର୍ଯ୍ୟନ୍ତ ସବୁ ଅବାଧରେ ଚାଲିଥିଲା। ଅବୈଧ ପ୍ରବେଶ ହେଉଥିଲା ଏବ˚ ଅବୈଧ ପ୍ରସ୍ଥାନ ମଧ୍ୟ। ‘ଲିଗା ନର୍ଡ‌୍‌ ପାର୍ଟି’ର ମାତେଓ ସାଲ୍‌ଭିନି ପ୍ରଥମେ ବିଦେଶୀଙ୍କ ଅବାଧ ଆତ-ଯାତ ଉପରେ ଅଙ୍କୁଶ ଲଗାଇଲେ। ବନ୍ଦରଗୁଡ଼ିକ ବନ୍ଦ କରିଦିଆଗଲା। ଯୋଜନାବଦ୍ଧ ଭାବେ ଅବୈଧ କାରବାରସବୁ ବନ୍ଦ କରାଗଲା ଏବ˚ ଅବୈଧ ଭାବେ ରହୁଥିବା ବିଦେଶୀଙ୍କୁ ବହିଷ୍କୃତ କରାଗଲା।

ତେବେ, ସାଲ୍‌ଭିନି ଅଧିକ କାଳ କ୍ଷମତାରେ ରହିପାରି ନ ଥିଲେ। ସେମିତି ଦେକିଲେଇଟାଲି ଏକ କମ୍ୟୁନିଷ୍ଟ ରାଷ୍ଟ୍ର। ସମାଜବାଦ ଏହାର ଶିରା-ପ୍ରଶିରାରେ ପ୍ରବାହିତ। ତେଣୁ ସାଲ୍‌ଭିନିଙ୍କୁ ବିତାଡ଼ିତ କରିବା ପାଇଁ ରାସ୍ତା ବାହାର କରାଗଲା। ତାହା ପରେ କମ୍ୟୁନିଷ୍ଟ ପାର୍ଟିର ଜୁସେପ୍‌ ଡି କୋନ୍‌ଟେଙ୍କ ନିର୍ଦେଶରେ ପୁଣି ଥରେ ବନ୍ଦରସବୁ ଖୋଲିଦିଆଗଲା। ସଙ୍ଗେସଙ୍ଗେ ମଧ୍ୟ ପ୍ରାଚ୍ୟ ଓ ପୂର୍ବ ଆଫ୍ରିକାରୁ ଅସ˚ଖ୍ୟ ଶରଣାର୍ଥୀଙ୍କ ଆଗମନ ହେଲା। ପୁଣି ଥରେ ବ୍ୟବସାୟ ପାଇଁ ଚାଇନିଜ୍‌ମାନଙ୍କୁ ଅନୁମତି ଦିଆଗଲା; ତାହା ପୁଣି ପୁରୁଣା ସର୍ତ୍ତରେ। ଏହାର ପରିଣାମ ସ୍ବରୂପ ବୁହାନ୍‌ରୁ ହଜାର ହଜାର ସ˚ଖ୍ୟକ ଚାଇନିଜ୍‌ ମିଲାନୋରେ ପ୍ରବେଶ କଲେ।

ଗତ ବର୍ଷ ଡିସେମ୍ବର‌୍‌ରେ ଲୋ˚ବାର୍ଡିରେ ଚାଇନିଜ୍‌ମାନେ ରହୁଥିବା ଏକ ଅଞ୍ଚଳରେ ପ୍ରଥମ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ତାହା ଚାଇନାରୁ ଆସିଥିବା ପ୍ରସଙ୍ଗରେ କୌଣସି ବରିଷ୍ଠ ଚିକିତ୍ସା ଅଧିକାରୀ ଦ୍ବିମତ ନ ଥିଲେ। ୨୦୨୦ ଜାନୁଆରି ଶେଷ ସୁଦ୍ଧା ଏଠି-ସେଠି ତାହା ଦେଖାଦେଇଥିଲା। ଫେବ୍ରୁଆରି ମଧ୍ୟ ଭାଗରେ ଲୋ˚ବାର୍ଡିରେ ଏହି ଭୂତାଣୁ ମାରାତ୍ମକ ବିସ୍ତାର ଆରମ୍ଭ କରିଥିଲା। ବିଭିନ୍ନ ଚିକିତ୍ସାଳୟ ଓ କ୍ଲିନିକ୍‌ ରୋଗୀରେ ଭର୍ତ୍ତି ହୋଇଯାଇଥିଲା। ଏବେ ସବୁ କିଛି ଭୁଶୁଡ଼ି ଯାଇସାରିଲାଣି।

କଠୋରପନ୍ଥୀ ବାମପନ୍ଥୀ ନେତା ସୀମାନ୍ତ ଖୋଲି ଦେଇଛନ୍ତି। ଏ ଇଟାଲିକୁ ବିକିଦେଇଛନ୍ତି। ମୁଖ୍ୟତଃ ରେନ୍‌ଜି ସରକାରର କାର୍ଯ୍ୟ-କଳାପରୁ ସାଧାରଣ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇଥିଲା। କୋନ୍‌ଟେ ସରକାରରେ ମଧ୍ୟ କୌଣସି ପରିବର୍ତ୍ତନ ଆସିନାହିଁ। ରେନ୍‌ଜି ସରକାର ସ୍ବାସ୍ଥ୍ୟ ସେବାର ବିକାଶ ପାଇଁ ଉଦ୍ଦିଷ୍ଟ ପାଣ୍ଠି ଚାଇନିଜ୍‌ଙ୍କ ପାଇଁ ବ୍ୟୟ କରିଥିଲା, ଯାହା ଏବେ ସାଧାରଣ ଇଟାଲୀୟ ଜନତା ଭୋଗୁଛି। ଯାହା କିଛି ଘଟିଛି, ସବୁ ସେମାନଙ୍କ ଇଚ୍ଛା ବିରୋଧରେ।

ଆପଣମାନଙ୍କର ମନେଥିବ, ୨୦୧୫ରେ ରୋମ୍‌ର ପୂର୍ବରେ ଅବସ୍ଥିତ ଆମାତ୍ରିସିଆ ଉପକଣ୍ଠସ୍ଥ ଗ୍ରାମଗୁଡ଼ିକରେ ଭୂକ˚ପ ଜନିତ ବ୍ୟାପକ କ୍ଷୟ-କ୍ଷତି ହୋଇଥିଲା। ସେତେ ବେଳେ ଅବଶିଷ୍ଟ ବିଶ୍ବ ସହାୟତାର ହାତ ବଢ଼ାଇଥିଲା। କ୍ଷତିଗ୍ରସ୍ତଙ୍କ ପାଇଁ ଲକ୍ଷ ଲକ୍ଷ ଡଲାର‌୍‌ର ବୈଦେଶିକ ଆର୍ଥିକ ସହାୟତା ପହଞ୍ଚିଥିଲା। ଇଟାଲିରେ ଏକ ଆଇନ ଅଛି। କୌଣସି ଘରୋଇ ଅନୁଦାନ ଦାତବ୍ୟ ଇଟାଲିଆନ୍‌ ସ˚ସ୍ଥାକୁ ଯାଇପାରିବନାହିଁ। ସବୁ ଏକ ସରକାରୀ ସ˚ସ୍ଥାକୁ ଯିବ। ଏହି ସ˚ସ୍ଥା, ଯାହାକୁ ଯେମିତି ଚାହିଁବ, ପାଣ୍ଠି ଯୋଗାଇବେ। ତେବେ, ଏହି ସ˚ସ୍ଥା ଅନ୍ୟଗୁଡ଼ିକ ଭଳି ଦୁର୍ନୀତିଖୋର। ଗୋଟିଏ ବି ଟଙ୍କା ଭୂ-କ˚ପ ପୀଡ଼ିତ ଅଞ୍ଚଳରେ ପହଞ୍ଚିପାରି ନ ଥିଲା। ରେନ୍‌ଜି ସରକାର ଉକ୍ତ ଅର୍ଥର ସି˚ହଭାଗ ବିଦେଶୀଙ୍କ କଲ୍ୟାଣ ପାଇଁ ବ୍ୟୟ କରିଥିଲା।

ବହୁ ସ˚ଖ୍ୟାରେ ବିଦେଶୀଙ୍କ ଅବୈଧ ଉପସ୍ଥିତି, ସେମାନଙ୍କ କଲ୍ୟାଣ ପାଇଁ ସରକାରର ବ୍ୟୟ ଓ ଅପାରଗତା ପରିସ୍ଥିତିକୁ ବିଗାଡ଼ି ଦେଇଥିଲା। ବେରୋଜଗାରି ବଢ଼ି ଚାଲିଥିଲା। ବିଶେଷତଃ ଯୁବପିଢ଼ି ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ। ପଞ୍ଚତିରିଶ ବର୍ଷ ବୟସରୁ କମ୍‌ ବୟସ୍କ ଯୁବକ-ଯୁବତୀଙ୍କ ମଧ୍ୟରେ ବେରୋଜଗାରି ବଢ଼ିବଢ଼ି ୪୦%ରେ ପହଞ୍ଚିଥିଲା। ତେଣୁ, ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ଅଧିକ ଅଣଦେଖା କରି, ସେଥି ପାଇଁ ଉଦ୍ଦିଷ୍ଟ ଅର୍ଥ ଗାରେଣ୍ଟିପ୍ରାପ୍ତ ଆୟ ପାଣ୍ଠିରେ ବିନିଯୋଗ କରାଯାଇଥିଲା। କାମ କର ବା ନ କର, ତୁମକୁ କିଛି ମିଳିବ, ଯଦି ତୁମେ ହକ୍‌ଦାର ଥିବ। ଯେଉଁମାନେ କାମ କରୁଥିଲେ ଏବ˚ ରୋଜଗାର କରୁଥିଲେ, ସରକାର ସେମାନଙ୍କ ଉପରେ ଅଧିକ ଟିକସ ବସାଇଲା।

ଟିକସ କିପରି ହଠାତ୍‌ ବହୁଗୁଣିତ ହୋଇଥିଲା, ତାହାର ଏକ ଦୃଷ୍ଟାନ୍ତ। ଆପଣ ଯଦି ଏକ ଘରେ ରହୁଛନ୍ତି, ଯାହାର ଗୋଟିଏ ବା ଏକାଧିକ ବାଲ୍‌କୋନି ଥିବ ଏବ˚ ଯଦି କୌଣସି ଗୋଟିଏ ବାଲ୍‌କୋନିର ଛାଇ ତଳେ ପଡ଼ୁଥିବ, ଆପଣଙ୍କୁ ଛାୟା-କର ଦେବାକୁ ପଡ଼ିବ। ଆଉ ଅଧିକ କ’ଣ କହିବି? ମୋ’ର କହିବା କଥା, ଚୀନାମାନେ ଆମକୁ ତଥା ଅବଶିଷ୍ଟ ବିଶ୍ବକୁ ଭୂତାଣୁ ଦେଇଛନ୍ତି; ଏବ˚ କଠୋରପନ୍ଥୀ ବାମପନ୍ଥୀ ତଥା ସେମାନଙ୍କର ନୀତି ଏଥିପାଇଁ ସୁଯୋଗ ସୃଷ୍ଟି କରିଛି। ଏହା ଆମେରିକୀୟମାନଙ୍କ ପାଇଁ ମଧ୍ୟ ଏକ ଚେତାବନୀ। କାରଣ, ସେମାନେ ମଧ୍ୟ ଚାଇନିଜ୍‌ ଭୂତାଣୁ ସହ ଲଢ଼ୁଛନ୍ତି। ସେଠାକାର ଯେଉଁ ରାଜନୀତିଜ୍ଞ ତାଙ୍କ ସମ୍ବିଧାନ ତଥା ଆଇନକୁ ଅଣଦେଖା କରିବେ, ତାହା ଦେଶ ପାଇଁ ନିଶ୍ଚିତ ବିପଦ ଆଣିଦେବ।

ଅନୁବାଦ: ସିନ୍ଧୁଜ୍ୟୋତି ତ୍ରିପାଠୀ

ସମ୍ବନ୍ଧିତ ଖବର