ସତମିଛର ଲଢ଼େଇ

ଆମ ଘରର ହାଲଚାଲ - ସୌମ୍ୟର˚ଜନ ପଟ୍ଟନାୟକ

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଏବେ ସାରା ଦେଶ ‘ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଆଜି ‘ସମ୍ବାଦ’ ତା’ର ସ୍ବନକ୍ଷତ୍ର ଉତ୍ସବ ପାଳନ କରିବାକୁ ଯାଉଛି। ପ୍ରତିବର୍ଷ ପରି ଏବର୍ଷ ମଧୢ ଅନ୍ୟ ସବୁ ନିୟମିତ ଓ ପାରମ୍ପରିକ କାର୍ଯ୍ୟକ୍ରମ ସହିତ ଆଜିର ସ˚କଳ୍ପ କଥା ଚିନ୍ତା କଲାବେଳେ ଭିନ୍ନ ଭିନ୍ନ ବିଚାର ମନକୁ ଆସୁଛି।

ପଚାଶ ବର୍ଷ ତଳେ ବିଶ୍ବବିଦ୍ୟାଳୟର ଛାତ୍ର ଥିଲାବେଳେ ସ୍ବାଧୀନତାର ରଜତ ଜୟନ୍ତୀ ଉତ୍ସବ ପାଳନର କଥା ମନେ ପଡ଼ିଯାଉଛି। ସେତେବେଳେ ସମସ୍ତେ ଗୋଟିଏ କଥା ଗର୍ବର ସହ କହୁଥିଲେ। ଆମର ସମସାମୟିକ ସତୀର୍ଥ ସ୍ବାଧୀନ ରାଷ୍ଟ୍ରମାନଙ୍କରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ଆମେ ଆମର ସମ୍ବିଧାନ ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଅକ୍ଷତ ରଖିପାରିଛୁ ବୋଲି କୁହାଯାଉଥିଲା।

ପୁଣି ପଚିଶ ବର୍ଷ ପରେ ସାଂସଦ ଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବାର ସୁବର୍ଣ୍ଣ ସୁଯୋଗ ମୋତେ ମିଳିଥିଲା। ସେତେବେଳେ ଯେଉଁ ପ୍ରସଙ୍ଗଗୁଡ଼ିକ ଆମ ସମସ୍ତଙ୍କୁ ପ୍ରଭାବିତ କରୁଥିଲା ସେମାନଙ୍କ ମଧୢରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା ସବୁଠାରୁ ଆଗରେ ଥିଲା। ମାତ୍ର ଦୁଇବର୍ଷ ପରେ ଭାରତର ଗରିବ ଜନସାଧାରଣ ଯେପରି ଭାବରେ ଏହାର ଉତ୍ତର ଦେଲେ ତାହା ତାଙ୍କର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପରିପକ୍ବତାର ପରିଚୟ ଦେଇଥିଲା ବୋଲି କୁହାଯାଉଥିଲା। ଆର୍ଥିକ ଦୃଷ୍ଟିରୁ ଯେତେ ଗରିବ ହେଲେ ମଧୢ ଗଣତାନ୍ତ୍ରିକ ମୂଲ୍ୟବୋଧ ଦୃଷ୍ଟିରୁ ଆମେ ଯେ ଅତ୍ୟନ୍ତ ସମୃଦ୍ଧ ତାହାର ପ୍ରମାଣ ମିଳିଲା। ତତ୍କାଳୀନ ବାଚସ୍ପତି ଶ୍ରୀଯୁକ୍ତ ସାଙ୍ଗମା ସେତେବେଳେ ତାଙ୍କ ବକ୍ତବ୍ୟରେ ପ୍ରଥମ ଥର ପାଇଁ ଦ୍ବିତୀୟ ସ୍ବାଧୀନତା ସ˚ଗ୍ରାମର କଥା ଉଲ୍ଲେଖ କରିଥିଲେ। ଜରୁରୀ ପରିସ୍ଥିତିଜନିତ ସମ୍ବିଧାନର ଅସମ୍ମାନ ଓ ଅବମାନନାକୁ ଆଉ ପ୍ରଶ୍ରୟ ନ ଦେଇ ସ˚ସଦୀୟ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ଚଳାଇବା ପାଇଁ ଆମ ସମସ୍ତଙ୍କଠାରୁ ସ˚କଳ୍ପ କରାଇ ନେଇଥିଲେ। ଅନ୍ୟ ନେତୃମଣ୍ତଳୀ ଆରମ୍ଭ ହୋଇସାରିଥିବା ଅର୍ଥନୈତିକ ସ˚ସ୍କାରକୁ ତ୍ବରାନ୍ବିତ କରି ଭାରତକୁ ବିଶ୍ବର ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଛିଡ଼ା କରାଇବା ପାଇଁ ଆହ୍ବାନ ଦେଇଥିଲେ।

ଆଜି ପଞ୍ଚସ୍ତରି ବର୍ଷ ପରେ ‘ଅମୃତ ମହୋତ୍ସବ’ ପାଳନ ଅବସରରେ ଯେଉଁ କଥାଗୁଡ଼ିକ ମନକୁ ଆସୁଛି ତାହା ଆମକୁ ଆହ୍ଲାଦିତ ବା ଉତ୍ସବ ମୁଖର ହେବା ପାଇଁ ଶତକଡ଼ା ଶହେ ଉତ୍ସାହିତ କରିପାରୁନାହିଁ। ଆମେ ଏକରକମର ଦ୍ବନ୍ଦ୍ବରେ ରହିଯାଉଛେ। ଏ ଦ୍ବନ୍ଦ୍ବ କ’ଣ? ଏବ˚ କାହିଁକି? ସ୍ବାଭାବିକ ଭାବରେ ୭୫ ବର୍ଷ ତଳର ଦେଶ ବିଭାଜନର କଥା ମନେ ପଡ଼ିଯାଉଛି। ଆମେ ସବୁ ‌େଯଉଁମାନେ ସ୍ବାଧୀନତା ପରେ ଜନ୍ମଲାଭ କରିଛୁ, ଦେଶ ବିଭାଜନଜନିତ ରକ୍ତପାତର ଅନୁଭବ ଆମର ନାହିଁ। ଆମେ ଯାହା ଇତିହାସ ବହିରୁ ପଢ଼ିଛୁ ବା ଚଳଚ୍ଚିତ୍ରରେ ଦେଖିଛୁ। କିନ୍ତୁ ଦେଶ ବିଭାଜନର ଦୁଃଖଦ ଘଟଣାବଳୀକୁ ପଛରେ ପକାଇ ତତ୍କାଳୀନ ନେତୃମଣ୍ତଳୀ ଭିନ୍ନ ଏକ ବିଚାରକୁ ନେଇ ନୂଆ ଭାରତ ଗଢ଼ିବା ପାଇଁ ମଧୢରାତ୍ରରେ ସ˚କଳ୍ପ ନେଇଥିଲେ। ଏହି ଭାରତ ବିଚାରକୁ ମହାତ୍ମା ଗାନ୍ଧୀ ନିଜର ଉଚ୍ଚାରଣ ଓ ଆଚରଣରେ ପ୍ରତିପାଦିତ କରିଥିଲେ। ଜବାହରଲାଲ ନେହରୁ ଏହାକୁ ‘ବିବିଧତା ଭିତରେ ଏକତା’ ବୋଲି ତାଙ୍କର ‘ଭାରତ ଆବିଷ୍କାର’ ପୁସ୍ତକରେ ଉଲ୍ଲେଖ କରିଥିଲେ। କିନ୍ତୁ ଆଜି ବିଭାଜନର ଭିନ୍ନ ଏକ ରୂପ ଦେଖିବାକୁ ମିଳୁଛି।

ଇ˚ରେଜମାନେ ବିଭାଜିତ କରି ଶାସନ କରିବାର କୌଶଳକୁ ବେଶ୍‌ ସଫଳତାର ସହିତ ଅବଲମ୍ବନ କରି ଭାରତକୁ ଭାଗ ଭାଗ କରି ଚାଲିଗଲେ। କିନ୍ତୁ ଏହି ବିଷ ମଞ୍ଜିରୁ ତିଆରି ହୋଇଥିବା ଗଛଗୁଡ଼ିକର ଛାୟାତଳେ ରହି ନୂଆ କ୍ଷମତାଧାରୀମାନେ ଭିନ୍ନ ଏକ ବିଭାଜନର କଥା କହୁଛନ୍ତି। ସ˚ପ୍ରଦାୟ, ଭାଷା ଓ ଜାତି ଆଧାରରେ ଆମେ ଆଉ ଏକ ହୋଇ ରହିବା ଅବସ୍ଥାରେ ନାହୁଁ। ସଂଖ୍ୟା ଖେଳର ଗଣତନ୍ତ୍ରରେ ଏଗୁଡ଼ିକ କ୍ଷମତା ହାସଲର ଅମୋଘ ଅସ୍ତ୍ର ସାଜିଛନ୍ତି। ତେଣୁ ଆମ ନେତାମାନେ ସମ୍ବିଧାନ ବିରୋଧୀ ହୋଇନଥିଲେ ମଧ୍ୟ ଏଗୁଡ଼ିକୁ ବ୍ୟବହାର କରିବା ପାଇଁ କୌଣସି ସଙ୍କୋଚ କରୁନାହାନ୍ତି। ଆମ ବିଚାରକୁ ନେଇ ସ୍ବତନ୍ତ୍ର ମତମନ୍ତବ୍ୟ ଦେବାର ସାମ୍ବିଧାନିକ ଅଧିକାର ଥିଲେ ମଧୢ ତାହା ପ୍ରକାଶ କରିବା ଏତେ ସହଜ ହେଉନାହିଁ। ଆମେ ଏକରକମ ଦୁଇ ଭାଗରେ ବିଭକ୍ତ ହୋଇଯାଇଛୁ, ରାଷ୍ଟ୍ରବାଦୀ ଏବ˚ ରାଷ୍ଟ୍ରଦ୍ରୋହୀ। ସମ୍ବିଧାନର ଯେଉଁ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସୁରକ୍ଷିତ ରଖିପାରିଛୁ ବୋଲି ଆମେ ଗର୍ବ ଅନୁଭବ କରୁଥିଲୁ ଆଜି ସେଗୁଡ଼ିକ ସୁରକ୍ଷିତ ଅଛନ୍ତି ବୋଲି ହଲପ କରି କହି ହେଉନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରମୁଖ ତିନିଟି ଅଙ୍ଗ ଆଜି ଅବକ୍ଷୟମୁଖୀ ହୋଇପଡ଼ିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ସ˚ସଦ ଆଜି ନିର୍ଦ୍ଧାରିତ ସମୟ ପାଇଁ ବସିପାରୁ ନାହିଁ କି ବସିଲେ ମଧୢ କୌଣସି ବିଷୟରେ ଶୃଙ୍ଖଳିତ ଆଲୋଚନା ହୋଇପାରୁ ନାହିଁ। ସ˚ଖ୍ୟାବଳରେ ବିନା ଆଲୋଚନାରେ ବିଲ୍‌ ସବୁ ପାରିତ ହେଉଛି ତ ପ୍ରଶ୍ନକାଳ ବାରମ୍ବାର ବାତିଲ୍‌ ହେବା ଏକ ସ୍ବାଭାବିକ ଘଟଣା ହୋଇଗଲାଣି। ସ˚ସଦୀୟ ଗଣତନ୍ତ୍ରର ମୂଳମନ୍ତ୍ର, ରାଜନୈତିକ ଉତ୍ତରଦାୟିତ୍ବକୁ ଚରିତାର୍ଥ କରିବା ଏବେ ଆଉ ସମ୍ଭବ ହେଉନାହିଁ। ସ˚ସଦୀୟ ବ୍ୟବସ୍ଥା ଏକରକମ ପ୍ରଧାନମନ୍ତ୍ରୀୟ ବ୍ୟବସ୍ଥାରେ ପରିଣତ ହେଲାଣି।

ପ୍ରଧାନମନ୍ତ୍ରୀ ମୁଷ୍ଟିମେୟ ଅମଲାତନ୍ତ୍ରୀଙ୍କୁ ଧରି ସବୁକଥାକୁ ନିୟନ୍ତ୍ରଣରେ ରଖିପାରୁଛନ୍ତି। ଆମେ ପଢ଼ିଥିଲୁ ଅମଲାତନ୍ତ୍ର ମନ୍ତ୍ରୀମାନଙ୍କ ଆଢୁଆଳରେ ରହି କାର୍ଯ୍ୟ କରନ୍ତି ବୋଲି। ଏବେ ଦେଖାଯାଉଛି ମନ୍ତ୍ରୀମାନେ ହେଲେ ଗୌଣ, ଅମଲାମାନେ ହେଲେ ମୁଖ୍ୟ। ରାଜନୈତିକ ଉତ୍ତରଦାୟିତ୍ବ ଏହାଦ୍ବାରା ବହୁ ପରିମାଣରେ ସଙ୍କୁଚିତ ହୋଇଛି। ନ୍ୟାୟପାଳିକା ଉପରେ କିଛିଟା ଭରସା ଥିଲା। କିନ୍ତୁ ଯେବେଠାରୁ ବରିଷ୍ଠ ବିଚାରପତିମାନେ ରାଜରାସ୍ତାକୁ ଆସି ସାମ୍ବାଦିକ ସମ୍ମିଳନୀ କରି ନିଜର କ୍ଷୋଭ ପ୍ରକାଶ କଲେ ସେବେଠାରୁ ନ୍ୟାୟପାଳିକାର ମର୍ଯ୍ୟାଦା ତ ହାନୀ ଘଟିଛି, ତାଙ୍କ ଉପରେ ଥିବା ଭରସା ଟିକକ ମଧ୍ୟ ତୁଟିବାକୁ ଆରମ୍ଭ କଲାଣି। ନିକଟ ଅତୀତରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ଏବ˚ ନିର୍ଦ୍ଦିଷ୍ଟ ବିଚାରପତିମାନଙ୍କର ରାୟକୁ ଅନାସକ୍ତ ଭାବେ ସମୀକ୍ଷା କଲେ ସେମାନେ ଯେ ଆଉ ସନ୍ଦେହର ଊର୍ଦ୍ଧ୍ବରେ ନାହାନ୍ତି, ଏକଥାକୁ ଯେ କେହି ସ୍ବୀକାର କରିବେ। ବିଶେଷକରି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ତାଙ୍କର ରାୟ ଏବ˚ ଅବସର ପରେ ରାଜ୍ୟସଭାରେ ତାଙ୍କର ସମ୍ମାନଜନକ ଥଇଥାନକୁ ସଚେତନ ନାଗରିକମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଅନ୍ୟତମ ବରିଷ୍ଠ ବିଚାରପତି ଶ୍ରୀଯୁକ୍ତ ଚନ୍ଦ୍ରଚୂଡ଼ଙ୍କର ନିକଟ ଅତୀତରେ ଏମ୍‌. ସି. ଚଗଲା ସ୍ମାରକୀ ବକ୍ତୃତା ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ। ତାଙ୍କ ବକ୍ତବ୍ୟର ସାରମର୍ମ ଥିଲା ‘ଆମ ବ୍ୟବସ୍ଥାରେ କ୍ଷମତାକୁ ଉତ୍ତରଦାୟୀ କରିବାକୁ ହେଲେ ତାକୁ ସତ ସହିତ ଲଢ଼େଇବାକୁ ପଡ଼ିବ, ସାମ୍ବିଧାନିକ ବ୍ୟବସ୍ଥା ସନ୍ତୋଷଜନକ ଭାବେ କାର୍ଯ୍ୟ କରୁ ନ ଥିବା ଅନୁଭବ ହେଲେ ଏ ସ˚ପର୍କରେ ଶିକ୍ଷିତ ମଧୢବିତ୍ତ ସମାଜ ତାହାର ଗୁରୁଦାୟିତ୍ବ ନିର୍ବାହ କରି ସ୍ବର ଉତ୍ତୋଳନ କରିବା ଦରକାର।’

ଆମ ବିଚାରରେ ସତ ମିଛର ନୂଆ ଏକ ଲଢ଼େଇ ଆରମ୍ଭ ହୋଇଛି। କ୍ଷମତାସୀନ ଦଳ ଏବ˚ ନେତା ସତ କହୁଛନ୍ତି, ବିରୋଧୀ ଦଳ ମିଛ। ଗାନ୍ଧୀ, ନେହରୁ ମିଛ ଏବ˚ ସୁଭାଷ, ପଟେଲ ସତ। ସ୍ବାଧୀନତା ପରର ସତୁରି ବର୍ଷରେ କିଛି ହୋଇ ନାହିଁ, ଯାହା କିଛି ହେଉଛି, ତାହା ଏହି ପାଞ୍ଚ ବର୍ଷରେ। ଏପର୍ଯ୍ୟନ୍ତ ପଢ଼ି ଆସିଥିବା ଇତିହାସ ମିଛ, ଏବ˚ ସତ ଇତିହାସ ଲେଖିବାର ଦାୟିତ୍ବ କ୍ଷମତାସୀନ ଗୋଷ୍ଠୀର। ସେଥିପାଇଁ ସର୍ଦ୍ଦାର ପଟେଲଙ୍କର ମୂର୍ତ୍ତିର ଉଚ୍ଚତାକୁ ସବୁଠାରୁ ବଡ଼ କରିବାକୁ ପଡ଼ିବ। ନୂଆ ସ˚ସଦ ଭବନକୁ ସୁନ୍ଦର କରି ଗଢ଼ିତୋଳିବାକୁ ହେବ। ଅନ୍ୟକୁ ଛୋଟ କରି ନିଜକୁ ବଡ଼ କରିବାର ଏହି ମାନସିକତା ସବୁ କ୍ଷମତାସୀନ ନେତୃମଣ୍ତଳୀଙ୍କୁ ଘାରିଛି। ଜାତୀୟ ରାଜନୀତିର କେନ୍ଦ୍ରସ୍ଥଳରେ ଦେଖାଦେଇଥିବା ଏହି ବିଲକ୍ଷଣ ରାଜ୍ୟମାନଙ୍କୁ ମଧୢ ସ˚କ୍ରମିତ ହେଲାଣି। ନେତାଙ୍କ ଠାରୁ ଏହି ବ୍ୟାଧି ସମାଜର ତଳ ସ୍ତର ପର୍ଯ୍ୟନ୍ତ ସଂକ୍ରମିତ ହେବାକୁ ବସିଲାଣି। ତର୍କ ଶାସ୍ତ୍ରରେ ସତ ମିଛର ବିଚାର ସହଜ ହୋଇ ନ ଥାଏ। ଗୋଟିଏ ଗିଲାସରେ ଅଧା ପାଣି ଅଛି କୁହାଗଲେ ଅନ୍ୟ ଜଣେ ଗିଲାସଟି ଅଧା ଖାଲି ବୋଲି କହିପାରିବ। ସତ ମିଛର ଏହି ଲଢ଼େଇ କ’ଣ ତର୍କର ଅପେକ୍ଷା ରଖୁଛି? ଭାରତରେ ସତୁରି ବର୍ଷରେ କିଛି ହୋଇ ନାହିଁ, ଏକଥାକୁ ପ୍ରମାଣ କରିବାକୁ ବୋଧହୁଏ ୮୦ କୋଟି ଲୋକଙ୍କୁ ୫ କିଲୋ ଖାଦ୍ୟାନ୍ନ ଯୋଗାଇବାକୁ ପଡୁଛି। କିନ୍ତୁ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ କଥା କହିଲା ବେଳେ ଅମ୍ବାନି ଓ ଅଦାନିଙ୍କର ସମ୍ପତ୍ତି କେତେ ଭାଗ ବଢ଼ିଛି ଏବ˚ ୪୫ ବର୍ଷ ଭିତରେ ରୋଜଗାର ହାର ସର୍ବନିମ୍ନ ହୋଇଛି କି ନାହିଁ କହିବାକୁ ସାହସ କାହିଁ? ୪୦ ଭାଗ ଭୋଟ୍‌କୁ ଆମ ବ୍ୟବସ୍ଥା ଜନାଦେଶ କହୁଥିବା ବେଳେ ଅବଶିଷ୍ଟ ୬୦ ଭାଗ ମତକୁ କ’ଣ କହିବା? ଅତୀତରେ ଆମ ପରେ ସ୍ବାଧୀନତା ପାଇଥିବା ଚୀନ୍‌ର ଜିଡିପି ଅଭିବୃଦ୍ଧି ହାର ସମ୍ପର୍କରେ ଆଲୋଚନା ବେଳେ ଆମେ କୈଫିୟତ ଦେଉ ଯେ ଚୀନ୍‌ର ବିକାଶ ହାର ଅଧିକ ହୋଇଥିଲେ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧ ବି‌ନିମୟରେ ତାହା ହାସଲ ହୋଇଛି। ଆମ ପାଇଁ କିନ୍ତୁ ଏହା ଗ୍ରହଣୀୟ ନୁହେଁ।

ଏବେ ଆମ ଗଣତାନ୍ତ୍ରିକ ଅନୁଷ୍ଠାନ ବିପଦସଙ୍କୁଳ ହୋଇପଡ଼ିଥିଲା ବେଳେ ଆମର ବହୁ ପ‌େର ଆମ ସହଯୋଗ ଓ ଆଶୀର୍ବାଦରେ ସ୍ବାଧୀନ ହୋଇଥିବା ବା˚ଲାଦେଶର ଜିଡିପି ଅଭିବୃଦ୍ଧି ହାର ଆମଠାରୁ ଅଧିକ ହେବା କଥାକୁ ଆମେ କ’ଣ କହିବା? ସତ ମିଛର ଏହି ସୂକ୍ଷ୍ମ ବିଭାଜନ ରେଖା ଆମକୁ ଆଜି ଏହି ଦ୍ବନ୍ଦ୍ବରେ ପକାଉଛି। ଏ ଦ୍ବନ୍ଦ୍ବରୁ ମୁକ୍ତି ପାଇଁ ଆମକୁ କିଏ ବାଟ ଦେଖାଇବ? ଆମ ବିଚାରରେ ସାହିତ୍ୟର ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସାହିତ୍ୟ ସବୁବେଳେ ସତ୍ୟର ପକ୍ଷଧର। ଏହା ସମୂହ ହିତର ବିଚାର କରେ। ତଥ୍ୟ ଓ ଆବେଗକୁ ନେଇ ଭାବ ରାଜ୍ୟକୁ ସମୃଦ୍ଧ କରେ।

ସମ୍ବନ୍ଧିତ ଖବର