ରଘୁକୁଳ ରୀତ

ଲଙ୍କା ଅଭିଯାନ ସମୟରେ ବିଭୀଷଣଙ୍କ ଗୁରୁତ୍ବପୂର୍ଣ୍ଣ ସହାୟତା ଦ୍ବାରା ପ୍ରୀତ ହୋଇ ରଘୁକୁଳ ତିଳକ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଯେତେବେଳେ ବିଭୀଷଣଙ୍କୁ ପ୍ରତିଶ୍ରୁତି ପ୍ରଦାନ କଲେ ଯେ ରାବଣର ପତନ ପରେ ସେ ତାଙ୍କୁ ଲଙ୍କାର ରାଜା ରୂପେ ଅଭିଷିକ୍ତ କରିବେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ଲକ୍ଷ୍ମଣ ଓ ହନୁମାନ ଉଭୟ ସମସ୍ବରରେ ଶ୍ରୀରାମଙ୍କ ସମ୍ମୁଖରେ ଏକ ନୈତିକ ଦ୍ବନ୍ଦ୍ବ ଛିଡ଼ା କରାଇଥିଲେ। ସେମାନେ ଶ୍ରୀରାମଙ୍କୁ ପ୍ରଶ୍ନ କରିଥିଲେ: ପ୍ରଭୁ! ଯଦି ରାବଣ ସୀତା ମାତାଙ୍କୁ ସସମ୍ମାନେ ଆଣି ଆପଣଙ୍କ ହସ୍ତରେ ଅର୍ପଣ କରି ନିଜେ ଆପଣଙ୍କ ନିକଟରେ ଆତ୍ମସମର୍ପଣ କରେ, ଆପଣ କ’ଣ ତା’ର ଅପରାଧ କ୍ଷମା କରି ତାକୁ ଲଙ୍କାରେ ରାଜତ୍ବ କରିବା ପାଇଁ ଅନୁମତି ଦେବେ କି? ଉଦାର ହୃଦୟ ନ୍ୟାୟବନ୍ତ ରାମଚନ୍ଦ୍ର ଉତ୍ତର ଦେଲେ ଯେ ସେ ନିଶ୍ଚିତ ରୂପେ ତାହା କରିବେ।

ଏହା ଶୁଣି ଲକ୍ଷ୍ମଣ ଓ ହନୁମାନ ପୁଣି ପ୍ରଶ୍ନ କଲେ: ଆପଣ ଯଦି ତାହା କରନ୍ତି, ତେବେ ଆପଣ ବିଭୀଷଣଙ୍କୁ ରାଜପଦ ପ୍ରଦାନ କରିବା ପାଇଁ ଯେଉଁ ବଚନ ଦାନ କରିଛନ୍ତି, ତା’ର ପରିଣତି କ’ଣ ହେବ? ରାମ ତତ୍‌କ୍ଷଣାତ୍‌ ଏହାର ଯେଉଁ ଉତ୍ତର ଦେଇଥିଲେ, ତାହା ଏବେ ମଧୢ ଲୋକମୁଖରେ ଶୁଣିବାକୁ ମିଳିଥାଏ: ‘ରଘୁକୁଳ ରୀତ ସଦା ଚଲି ଆଇ, ପ୍ରାଣ ଯାଇ ପର ବଚନ ନ ଯାଇ’। ଲକ୍ଷ୍ମଣ ଓ ହନୁମାନଙ୍କୁ ରାମ ସେତେବେଳେ କହିଥିଲେ ଯେ ଏହି ଲଘୁକୁଳ ରୀତ ଅନୁସରଣ କରି ସେପରି ସ୍ଥଳେ ସେ ରାବଣକୁ କ୍ଷମା କରି ଦେଇ ତାକୁ ଲଙ୍କାର ରାଜପଦରେ ରହିବାକୁ ଦେବେ ଏବ˚ ବିଭୀଷଣଙ୍କୁ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ନିଜେ ଅଯୋଧୢାର ରାଜପଦ ତ୍ୟାଗ କରି ବିଭୀଷଣଙ୍କୁ ଅଯୋଧୢାର ରାଜପଦ ପ୍ରଦାନ କରିବେ। ଦେଇଥିବା କଥା ରକ୍ଷା କରିବା ପାଇଁ ରାମଚନ୍ଦ୍ର ନିଜର ରାଜ୍ୟ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ।

ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ବର୍ତ୍ତମାନ ଭାରତରେ ଯଦି କେଉଁ ଏକ ରାଜନେତୖକ ଦଳ ସେଇ ରଘୁକୁଳ ରୀତର ସାମ୍ପ୍ରତିକ ବାହକ ରୂପେ ସଗର୍ବରେ ଦାବି କରିଆସୁଥାଏ, ସେ ହେଉଛି ‘ଜୟ ଶ୍ରୀରାମ’କୁ ଅହୋରାତ୍ର ଜପ କରୁଥିବା ରାମ-ରାଜନୀତିର ପ୍ରବର୍ତ୍ତକ ଭାରତୀୟ ଜନତା ପାର୍ଟି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏହି ଦଳ କେନ୍ଦ୍ରରେ କ୍ଷମତା ଦଖଲ କରିବାର ସାତ ବର୍ଷ ହୋଇଗଲାଣି। କିନ୍ତୁ ଏହି ସାତ ବର୍ଷ ଧରି (ଖୋଦ ରାମଙ୍କ ବନବାସର ଅଧା ସମୟ) ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ଭାଜପା ସରକାର ଯେଉଁ ଭଳି ସମ୍ପୂର୍ଣ୍ଣ ଅଣ-ରଘୁକୁଳ ରୀତ ଆଚରଣ କରି ନିଜର ବଚନ ଭଙ୍ଗ କରି ଚାଲିଥିଲା, ଯଦି ଶ୍ରୀରାମ ଆଜି ରାଜତ୍ବ କରୁଥାନ୍ତେ, ସେ ନିଶ୍ଚିତ ରୂପେ ଏମାନଙ୍କୁ କେବେଠାରୁ ନିଜ ରାଜ୍ୟରୁ ନିର୍ବାସିତ କରି ଦେଇଥାନ୍ତେ।

ତେବେ ଆଶ୍ବାସନାର କଥା, ବୋଧହୁଏ ନିଜର ଏହି ଭୁଲ ସମ୍ବନ୍ଧରେ ସଚେତନ ହୋଇ ଶେଷରେ ଅଗଷ୍ଟ ୫ ତାରିଖ ଦିନ ସେଥିରେ ସୁଧାର ଆଣିବା ପାଇଁ ସରକାର ଏକ ନିଶ୍ଚିତ ପଦକ୍ଷେପ ନେଇଛନ୍ତି। ପଦକ୍ଷେପଟି ହେଉଛି ପିଛିଲା ତାରିଖରୁ ଟିକସ ଆଦାୟ ପାଇଁ ୨୦୧୨ରେ ପୂର୍ବର କ˚ଗ୍ରେସ ସରକାର ଦ୍ବାରା ଆଇନରେ କରାଯାଇଥିବା ଏକ ଅତ୍ୟନ୍ତ ନିନ୍ଦନୀୟ ବ୍ୟବସ୍ଥାର ଉଚ୍ଛେଦ ପାଇଁ ଏକ ଆଇନ ପ୍ରଣୟନ। ଏଠାରେ ସାତବର୍ଷ ଧରି ଯେଉଁ ବଚନ ଭଙ୍ଗ ହୋଇ ଚାଲିଥିଲା, ତାହା ହେଲା ଠିକ୍‌ ସାତ ବର୍ଷ ତଳେ ୨୦୧୪ ଜୁଲାଇରେ ନୂତନ ମୋଦୀ ସରକାରର ପ୍ରଥମ ବଜେଟ୍‌ ଆଗତ କରିବା ସମୟରେ ବିତ୍ତ ମନ୍ତ୍ରୀ ଅରୁଣ ଜେଟ୍‌ଲି ଦେଇଥିବା ପ୍ରତିଶ୍ରୁତି ଯେ ତାଙ୍କ ସରକାର କେବେହେଲେ ଏଭଳି ପିଛିଲା ତାରିଖରୁ ଲାଗୁ ହେଉଥିବା ଟିକସ ଆଇନ ସ˚ଶୋଧନର ଆଶ୍ରୟ ନେବ ନାହିଁ। ଏଭଳି କାର୍ଯ୍ୟ ଯେ କେବଳ ଅନୈତିକ, ତାହା ନୁହେଁ, ଏହା ମଧୢ ଅର୍ଥନୀତି ପାଇଁ କ୍ଷତିକାରକ, ଏହା ପ୍ରାଥମିକ ସ୍ତରର ପ୍ରତ୍ୟେକ ଅର୍ଥଶାସ୍ତ୍ରର ଛାତ୍ରକୁ ଜଣା। ଏହାକୁ ଭାଜପା ସେତେବେଳେ ଟିକସ ଆତଙ୍କବାଦ ରୂପେ ବର୍ଣ୍ଣନା କରିଥିଲା। ଏକ ଆଦର୍ଶ ଟିକସ ବ୍ୟବସ୍ଥାରେ ଯେଉଁ କେତେକ ନିୟମ ପାଳନ କରିବା ଜରୁରୀ ବୋଲି ଅର୍ଥଶାସ୍ତ୍ରର ପିତା ଆଡାମ୍‌ ସ୍ମିଥ୍‌ ସୂଚାଇଥିଲେ, ସେଥିମଧୢରୁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନିୟମର ଏହା ଉଲ୍ଲ˚ଘନ କରିଥାଏ- ‘ନିଶ୍ଚିତତା’ ନିୟମ। ଟିକସ ଆଦାୟ ଆଇନରେ ଏଭଳି ପଛୁଆ ସ˚ଶୋଧନ ହେଉଛି, ଖେଳ ଚାଲିଥିବା ସମୟରେ ଖେଳର ନିୟମ ବଦଳାଇ ଚାଲିବା ଭଳି।

ଶ୍ରୀରାମଚନ୍ଦ୍ର ତ ନିଜର ବଚନ ରକ୍ଷା କରିବା ପାଇଁ ନିଜର ସମଗ୍ର ରାଜ୍ୟ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ, ମୋଦୀ ସରକାର କିନ୍ତୁ ମାତ୍ର ୨୨,୧୦୦ କୋଟି ଟଙ୍କା ଲୋଭରେ ଏପର୍ଯ୍ୟନ୍ତ ନିଜର ବଚନ ଭଙ୍ଗ କରି ଚାଲିଥିଲା। ଏହି ରାଶି ସରକାର ଅନ୍ୟାୟ ଭାବରେ ‘ଭୋଡାଫୋନ୍‌’ କମ୍ପାନି ଠାରୁ ଆଦାୟ କରିବାକୁ ଚାହୁଁଥିଲେ। ଏହି ବଚନ-ଭଙ୍ଗ ଯେ ଏକ ସୁଚିନ୍ତିତ କାର୍ଯ୍ୟ ଥିଲା, ବିଭିନ୍ନ ଆର୍ନ୍ତଜାତିକ ଅଦାଲତରେ ଏଥିପାଇଁ ଲଢେ଼ଇ କରି ମୋଦୀ ସରକାର ତାହା ପ୍ରମାଣ କରି ଦେଇଛନ୍ତି। ସେ ସବୁ ମାମଲରେ ପରାଜିତ ହୋଇ ଏବେ ଅକଳରେ ପଡ଼ିବା ପରେ ଯାଇ ସରକାର ଶେଷରେ ରଘୁକୁଳ ରୀତକୁ ମନେ ପକାଇ ଅଗଷ୍ଟ ୫ ତାରିଖର ପଦକ୍ଷେପ ନେବାକୁ ବାଧୢ ହୋଇଛନ୍ତି।

ସମଗ୍ର ଘଟଣାକ୍ରମ ଦୀର୍ଘକାଳ ଧରି ଏତେ ଆଲୋଚିତ ହୋଇ ଆସିଛି ଯେ ତାହାର ବିଶେଷ ପୁନରାବୃତ୍ତି ଏଠାରେ ଅନାବଶ୍ୟକ। ତେବେ ଚୁମ୍ବକରେ ତାହା ଏହିପରି। ୨୦୦୭ରେ ବ୍ରିଟିସ ମୋବାଇଲ ଫୋନ କମ୍ପାନି ‘ଭୋଡାଫୋନ୍‌’ ଭାରତରେ ହ˚କ˚ର ‘ହଚି ସନ୍‌ ହ୍ବାମ୍ପୋଆ’ କମ୍ପାନିର ବ୍ୟବସାୟରେ ମାଲିକାନା ହାସଲ କଲା। ଏଥିପାଇଁ ଭୋଡାଫୋନ୍‌ ହଚିସନ୍‌ର ୬୭ ଶତା˚ଶ ଅ˚ଶପତ୍ର ୧୧ ବିଲିଅନ୍‌ ଡଲାର ଦେଇ କ୍ରୟ କଲା। ଏ ସମସ୍ତ କାରବାର ବିଦେଶରେ ହିଁ ସମ୍ପନ୍ନ ହୋଇଥିଲା। ତତ୍‌କାଳୀନ ମନମୋହନ ସି˚ହ ସରକାର ଏହା ଉପରେ ୨୨,୧୦୦ କୋଟି ଟଙ୍କାର କ୍ୟାପିଟାଲ୍‌ ଗେନ୍‌ ଟିକସ ଭୋଡାଫୋନ୍‌ ଠାରୁ ଆଦାୟ କରିବାକୁ ନୋଟିସ ଦେଲେ। ପ୍ରଚଳିତ ଆଇନ୍‌ ଅନୁସାରେ ବିଦେଶୀ କମ୍ପାନିମାନଙ୍କ ମଧୢରେ ବିଦେଶରେ ସମ୍ପନ୍ନ ଏହି କାରବାର ଉପରେ ଟିକସ ବସାଇବାର କ୍ଷମତା ଭାରତ ସରକାରଙ୍କର ନ ଥିଲା ଏବ˚ ଏହି କାରଣରୁ ସୁପ୍ରିମକୋର୍ଟ ଶେଷରେ ଭୋଡାଫୋନ୍‌ ସପକ୍ଷରେ ରାୟ ଦେଲେ।

ଯେ କୌଣସି ସଭ୍ୟ ଦେଶର ସରକାର ନିଜ ଦେଶର ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ଶିରୋଧାର୍ଯ୍ୟ କରିଥାଏ। କିନ୍ତୁ ଅବିଶ୍ବାସ୍ୟ ଭାବରେ ତତ୍‌କାଳୀନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଏହି ଆଦେଶକୁ ଅକାମି କରି ଦେବା ପାଇଁ ୨୦୧୨ରେ ସରକାରଙ୍କୁ ଏଭଳି କ୍ଷମତା ପ୍ରଦାନ କରି ଆଇନରେ ଏକ ସ˚ଶୋଧନ କରି ଦେଲେ, ଯେଉଁଥିରେ କିଛି ଅସ୍ବାଭାବିକତା ନାହିଁ; କିନ୍ତୁ ଯାହା ସମ୍ପୂର୍ଣ୍ଣ ନୀତି ବିରୁଦ୍ଧ, ତାହା ହେଲା- ଏହି ସ˚ଶୋଧିତ ଆଇନ ବଳବତ୍ତର ହେଲା ୧୯୬୨ ଠାରୁ। ଅର୍ଥାତ୍‌ ୨୦୦୭ରେ ହୋଇଥିବା କାରବାର ପାଇଁ ଭୋଡାଫୋନ୍‌ ଟିକସ ଦେବାକୁ ବାଧୢ। ଏଥିରେ ଉତ୍ସାହକୃତ ହୋଇ ସରକାର ମୋଟ ୧୭ଟି ଏଭଳି ପିଛିଲା ଟିକସ ଆଦାୟ ମାମଲା ସୃଷ୍ଟି କରିଛନ୍ତି। ଯେଉଁଥିରେ ବହୁଚର୍ଚ୍ଚିତ ବ୍ରିଟିସ କମ୍ପାନି ‘କେଆର୍ନ ଏନର୍ଜି’ ଅନ୍ତର୍ଭୁକ୍ତ। ଏବେ ବିଦେଶରେ ମାମଲା ହାରି ବିଦେଶରେ ଥିବା ଭାରତର ସମ୍ପତ୍ତି ବାଜ୍ୟାପ୍ତ ହେବାର ଦ୍ବାର ଦେଶରେ ଉପସ୍ଥିତ ହେବା ପରେ ଏବ˚ ଆନ୍ତର୍ଜାତିକ ନିବେଶକ ମହଲରେ ଭାରତର ଭାବମୂର୍ତ୍ତି କଳଙ୍କିତ ହେବା ପରେ ରାମଭକ୍ତ ସରକାରଙ୍କର ରାମଙ୍କ ବାଣୀ ମନେ ପଡ଼ିଛି। ତେବେ ବି ଏହା ନିଶ୍ଚିତ ରୂପେ ଯେ ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ, ଏଥିରେ କୌଣସି ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର