ସୁଶାନ୍ତ ଅନ୍ତିମ ସଂସ୍କାର ବେଳେ ସଂପର୍କୀୟା ଭାଉଜଙ୍କ ମୃତ୍ୟୁ

Sushant's cousin died during the funeral

ରବିବାର ମୁମ୍ବାଇସ୍ଥିତ ଆପାର୍ଟମେଣ୍ଟରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ଘଟଣା ପୂରା ବଲିଉଡ୍‌ ଜଗତ ଓ ସିନେପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି। ଅନେକେ ଏହାକୁ ଏ ପର୍ଯ୍ୟନ୍ତ ବିଶ୍ବାସ କରିପାରୁନାହାନ୍ତି। ତେବେ ଏହା ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ହେବା ପୂର୍ବରୁ ଏହି ଦୁଃଖଦ ଖବରରେ ମର୍ମାହତ ତାଙ୍କ ଭାଉଜ ସୁଧା ଦେବୀଙ୍କ ଅକାଳ ବିୟୋଗ ହୋଇଛି। ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ସୁଧା ଦେବୀ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। କିନ୍ତୁ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଖାଇବା ପିଇବା ଛାଡ଼ି ଦେଇଥିଲେ ଓ ସୋମବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ସୁଧା ଦେବୀ ସୁଶାନ୍ତଙ୍କ ସଂପର୍କୀୟ ଭାଇ ଅମରେନ୍ଦ୍ର ସିଂହଙ୍କ ପତ୍ନୀ ଓ ସେ ବିହାରର ପୁର୍ନିଆରେ ରୁହନ୍ତି।

ସମ୍ବନ୍ଧିତ ଖବର