ଏହି ଚର୍ଚ୍ଚିତ ବଙ୍ଗୀୟ ଅଭିନେତାଙ୍କ ପରଲୋକରେ ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନୂଆଦିଲ୍ଲୀ: ବଙ୍ଗଳା ସିନେମା ଜଗତର ଜଣାଶୁଣା ଅଭିନେତା ଅଭିଷେକ ଚାଟର୍ଜୀଙ୍କ ପରଲୋକ ହୋଇଛି। ଅଭିଷେକ କିଛିଦିନ ହେବ ରୋଗରେ ପୀଡିତ ଥିଲେ। ଅଭିନେତାଙ୍କ ଏଭଳି ମୃତ୍ୟୁ ଖବର ଯୋଗୁ ସିନେମା ଜଗତରେ ଶୋକରଛାୟା ଖେଳି ଯାଇଛି।

କୋଲକାତାର ବରାନଗରରେ ଜନ୍ମିତ ଅଭିଷେକ ଚାଟର୍ଜୀ ମାତ୍ର ୫୭ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ଅଭିନୟ ଦୁନିଆରେ ସେ ଅନେକ କିଛି କରିବାର ସ୍ବପ୍ନ ଦେଖିଥିଲେ। କିନ୍ତୁ ସବୁକିଛି ଅଧାରେ ହିଁ ରହିଗଲା। କିଛିଦିନ ହେବ ସେ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଥିଲେ। ଡାକ୍ତରମାନଙ୍କ ଅନେକ ଚେଷ୍ଟା ସତ୍ତ୍ବେ ଅଭିଷେକଙ୍କୁ ବଞ୍ଚାଯାଇ ପାରି ନଥିଲା।

ଅଭିନେତା ଅଭିଷେକଙ୍କ ମୃତ୍ୟୁ ଖବର ଶୁଣିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକବ୍ୟକ୍ତ କରିଛନ୍ତି।

ଅଭିଷେକ ‘ପଥଭୋଲ’ ସିନେମାରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ, ଯାହାର ନିର୍ଦେଶନା ତରୁଣ ମଜୁମଦାର ଦେଇଥିଲେ। ଏହି ସିନେମାକୁ ଦର୍ଶକ ଖୁବ ଭଲ ପାଇବା ଦେଇଥିଲେ। ଧୀରେଧୀରେ ଅଭିଷେକ ଦର୍ଶକଙ୍କ ପସନ୍ଦର ହିରୋ ହୋଇଯାଇଥିଲେ। ଗୋଟିଏ ପରେ ଗୋଟିଏ ସଫଳତା ପାହାଚ ଚଢ଼ିବାକୁ ଲାଗିଥିଲେ। ମାତ୍ର ତାଙ୍କର ଅକାଳ ବିୟୋଗ ଏହି ଧାରାରେ ପୂର୍ଣ୍ଣଚ୍ଛେଦ ପକାଇଛି। ବଙ୍ଗଳା ସିନେ-ଜଗତରେ ହୋଇଛି ଏକ ଅପୂରଣୀୟ କ୍ଷତି।

ସମ୍ବନ୍ଧିତ ଖବର