ପ୍ରଭାସଙ୍କୁ ନେଇ ନିଜ ମନ କଥା କହିଲେ ଶ୍ରଦ୍ଧା କପୁର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାଉଥ୍‌ ସୁପରଷ୍ଟାର ପ୍ରଭାସ ପ୍ରଥମ ଥର ପାଇଁ ସାଥୀରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମ ‘ସାହୋ’ରେ ଦୁହିଁଙ୍କ ରୋମାନ୍ସ ଦେଖିବାକୁ ମିଳିବା ସହ ଫିଲ୍ମଟି ଅଗଷ୍ଟ ୩୦ରେ ରିଲିଜ୍‌ ହେବ । ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ଶ୍ରଦ୍ଧା କପୁର ପ୍ରଭାସଙ୍କୁ ନିଜ ମନ କଥା କହିଛନ୍ତି ।

Image result for actress-shraddha-kapoor-praised-saaho-co-star-prabhas
DNA India

ତାଙ୍କ ଅନୁଯାୟୀ, ଏ ପର୍ଯ୍ୟନ୍ତ ମୁଁ ଯେତେ ଜଣଙ୍କ ସହ ମିଶିଛି, ସବୁଠାରୁ ଭଲ ହେଉଛନ୍ତି ପ୍ରଭାସ । ତାଙ୍କ ହୃଦୟ ସଫା । ସେ ଫିଲ୍ମର ସୁଟିଂ ସମୟରେ ପୂରା କ୍ର୍ୟୁ ସଦସ୍ୟଙ୍କ ଧ୍ୟାନ ରଖୁଥିଲେ । ହାଇଦ୍ରାବାଦ୍‌ରେ ରହି ମଧ୍ୟ ମୋତେ ପରିବାର ଭଳି ଅନୁଭବ ହେଉଥିଲା । ଫିଲ୍ମର ପ୍ରଯୋଜକ ସବୁବେଳେ ସମସ୍ତଙ୍କ ସହ ପରିବାର ଭଳି ବ୍ୟବହାର କରୁଥିଲେ । ‘ସାହୋ’ରେ ସୁଯୋଗ ପାଇ ମୁଁ ବହୁତ ଖୁସି । ଆଶା କରୁଛି ଫିଲ୍ମଟି ସଫଳ ହେବ ବୋଲି କହିଥିଲେ ଶ୍ରଦ୍ଧା ।

ସମ୍ବନ୍ଧିତ ଖବର