ଅସୁସ୍ଥ ହେବା ପରେ ହ୍ରାସ ପାଇଛି ୫ କିଲୋ ଓଜନ, ଟୁଇଟ କରି ଜଣାଇଲେ ଅମିତାଭ ବଚ୍ଚନ

ମୁମ୍ବାଇ : କିଛିଦିନ ତଳେ ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଅସୁସ୍ଥ ଅବସ୍ଥାରେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଯକୃତ ସମସ୍ୟା ନେଇ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଘରକୁ ଫେରିବା ପରେ ଅମିତାଭ ଟୁଇଟରରେ ନିଜ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଆଲୋଚନା କରିଛନ୍ତି। ଅମିତାଭ ଏହି ପୋଷ୍ଟ ଜରିଆରେ କହିଛନ୍ତି କି, ଅସୁସ୍ଥତା ହେତୁ କେବିସି ସୁଟିଂକୁ ବନ୍ଦ କରାଯାଇଥିଲା। ଏବେ ସେ ପୁଣି ଏହି ଲୋକପ୍ରିୟ ସୋ’ ‘କୌନ ବନେଗା କରୋଡପତି’ ପାଇଁ ସୁଟିଂ ଆରମ୍ଭ କରି ଦେଇଛନ୍ତି। କିଛିଦିନ ତଳେ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ଏଥିପାଇଁ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ୫କିଲୋ ଓଜନ ହ୍ରାସ ପାଇଯାଇଛି, ଯାହାକି ବଡ଼ ଆଶ୍ଚର୍ଯ୍ୟର କଥା ବୋଲି ଅମିତାଭ କହିଛନ୍ତି।

ସମ୍ବନ୍ଧିତ ଖବର