ଶରୀରକୁ ନେଇ ଅନନ୍ୟା ଶୁଣିଛନ୍ତି ଅନେକ କଷ୍ଟଦାୟକ କଥା

ମୋ ଶରୀରରେ ପୁରୁଷଙ୍କ ଭଳି। ମୋ ଦେହରେ ମହିଳାଙ୍କ ଭଳି ସେଭଳି କୌଣସି ଗୁଣ ନାହିଁ। ଯାହାକୁ ଦେଖି କେହି ଆକର୍ଷିତ ହେବ। ଏଭଳି ଏକ ଦୁଃଖଭରା କଥା କହିଛନ୍ତି ବି-ଟାଉନ୍‌ର ନାୟିକା ଅନନ୍ୟା ପାଣ୍ଡେ। ଷ୍ଟାର୍ କିଡ୍ସ ଯୋଗୁଁ ଖୁବ୍ କମ୍‌ ଦିନରେ ବଲିଉଡ୍‌ରେ ନିଜ ଜାଗା ସୃଷ୍ଟି କରିଥିବା ଅନନ୍ୟା ପାଣ୍ଡେ ମଧ୍ୟ ଲୋକଙ୍କ ଉପହାସରୁ ରକ୍ଷା ପାଇନାହାନ୍ତି। ଏନେଇ ସେ ନିଜେ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। କଲେଜ୍‌ରେ ପଢ଼ୁଥିବା ସମୟରେ ତାଙ୍କ ଶରୀରକୁ ନେଇ ବହୁତ କିଛି କଥା ଶୁଣିବାକୁ ମିଳୁଥିଲା।

ଏପରିକି ହିନ୍ଦୀ ସିନେମାରେ ଅଭିନେତ୍ରୀ ଭାବେ କାମ କରିବା ପରେ ଆଜି ମଧ୍ୟ ଲଜ୍ଜାଜନକ କଥା ଶୁଣିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ସେ ଏଥିପାଇଁ ଅନେକ ଥର ମାନସିକ ଆଘାତ ପାଇଛନ୍ତି ଏବଂ ଏଥିରୁ ବର୍ତ୍ତିବା ପାଇଁ ନିଜ ଶରୀର ଉପରେ ଖୁବ୍ ପରିଶ୍ରମ କରୁଥିବା ମଧ୍ୟ କହିଛନ୍ତି। ସେ ପ୍ରଥମେ ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍ ଚଳଚ୍ଚିତ୍ରରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ। ଶେଷ ଥର ପାଇଁ ଇଶାନ୍ ଖଟ୍ଟର୍‌ଙ୍କ ଖାଲି ପିଲିରେ ଅଭିନୟ କରିଥିଲେ। ତେବେ ବର୍ତ୍ତମାନ ସେ ବିଜୟ ଦେବରକୋଣ୍ଡାଙ୍କ ସହିତ ‘ଲାଇଗର୍‌’ ଚଳଚ୍ଚିତ୍ର ପାଇଁ ସୁଟିଂ କରୁଛନ୍ତି।

ସମ୍ବନ୍ଧିତ ଖବର