ଓସ୍କାର ପାଇଁ ଭଲ ଫିଲ୍ମ ପଠାଉନାହିଁ ଭାରତ ! ଜାଣନ୍ତୁ କାହିଁକି ଏଭଳି କହିଲେ ଏଆର ରେହମାନ

ନୂଆଦିଲ୍ଲୀ: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିବା ସହ କାର୍ତିକି ଗନ୍‌ସାଲ୍‌ଭେସ୍‌ ଏବଂ ଗୁନୀତ୍‌ ମୋଙ୍ଗାଙ୍କ ‘ନେଟ୍‌ଫ୍ଲିକ୍ସ୍‌’ କ୍ଷୁଦ୍ର ପ୍ରାମାଣିକ ଛବି ‘ଦି ଏଲିଫ୍ୟାଣ୍ଟ୍‌ ୱିସ୍ପରର୍‌ସ୍‌’ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଡକ୍ୟୁମେଣ୍ଟାରି ସର୍ଟ’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିଲା। ଏହି ସଫଳତା ସାରା ଭାରତ ପାଇଁ ଗୌରବ ଆଣିଥିବା ବେଳେ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଛନ୍ତି ବଲିଉଡ୍‌ର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ଏଆର୍‌ ରେହମାନ।

ସେ କହିଛନ୍ତି ଯେ, “ବେଳେବେଳେ, ମୁଁ ଦେଖେ ଯେ ଆମର ଚଳଚ୍ଚିତ୍ରଗୁଡ଼ିକ ଓସ୍କାର ପାଇଁ ଯାଏ, ହେଲେ ଫିଲ୍ମକୁ ଓସ୍କାର ମିଳେ ନାହିଁ। ଓସ୍କାର ପାଇଁ ଭୁଲ ଚଳଚ୍ଚିତ୍ର ପଠାଯାଉଛି ଏବଂ ଏଭଳି କରାନଯାଉ ବୋଲି ମୁଁ ଚାହୁଁଛି। ଭଲ ଫିଲ୍ମ ପଠାଇବା ପାଇଁ ଆମକୁ ଅନ୍ୟ ଦେଶର ଫିଲ୍ମ ବିଷୟରେ ଜାଣିବାକୁ ହେବ। ସବୁ ଦିଗକୁ ଦେଖିବା ପରେ ହିଁ ଭଲ ଫିଲ୍ମ ଓସ୍କାରକୁ ପଠାଯିବା ଜରୁରୀ।

ସେ ଆହୁରି କହିଛନ୍ତି ‌ଯେ ମୋତେ ମୋ ଗୀତ ପାଇଁ ଓସ୍କାର ମିଳିଛି। ହେଲେ ଏଥିପାଇଁ ମୁଁ ବହୁତ ଅନୁସନ୍ଧାନ କରିଛି। ମୋତେ ସଫଳ ହେବାକୁ ବହୁତ ସମୟ ଲାଗିଛି। ସମସ୍ତେ ମୋ ସଫଳତା ଦେଖିଛନ୍ତି, ହେଲେ ମୁଁ ମୋ ବିଫଳତା ଦେଖିଛି। ଯଦି ଆମେ ବିଦେଶୀ ଫିଲ୍ମର ଗୀତ ଶୁଣୁଛେ, ତେବେ ସେମାନେ ଆମ ଗୀତ କାହିଁକି ଶୁଣୁନାହାନ୍ତି? ଏହି ପ୍ରଶ୍ନ ମୁଁ ନିଜେ ନିଜକୁ କରି କରି ଆଜି ସଫଳତା ପାଇଛି।

ସମ୍ବନ୍ଧିତ ଖବର