କାନପୁରରେ ବନ୍ଦ ହେଲା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ଆର୍ଟିକିଲ୍‌ ୧୫’ ଚଳଚ୍ଚିତ୍ର

ମୁମ୍ବାଇ: ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ତଥା ଆୟୁଷ୍ମାନ ଖୁରାନଙ୍କ ଅଭନୀତ ଚଳଚ୍ଚିତ୍ର ‘ଆର୍ଟିକିଲ୍‌ ୧୫’ର ସ୍କ୍ରିନିଂକୁ କାନପୁରରେ ବନ୍ଦ କରି ଦିଆଯାଇଛି। ଏକ ଧାର୍ମିକ ଗ୍ରୁପ୍‌ ଚଳଚ୍ଚିତ୍ରର ସ୍କ୍ରିନିଂକୁ ନେଇ ବିରୋଧ କରିବା ପରେ ଆଇନକ୍ସ ମଲ୍‌ଟିପ୍ଲେକ୍ସ ଓ ସପ୍‌ନା ପ୍ୟାଲେସ୍‌ ଥିଏଟରରେ ଚଳଚ୍ଚିତ୍ରଟିର ସ୍କ୍ରିନିଂକୁ ବନ୍ଦ କରି ଦିଆଯାଇଛି।

ଚଳଚ୍ଚିତ୍ରକୁ ବନ୍ଦ କରିବାକୁ ବିରୋଧ ପ୍ରଦର୍ଶନ କରିଥିବା ଏହି ଗ୍ରୁପ୍‌ ଚଳଚ୍ଚିତ୍ର ନିର୍ମାତାଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଚଳଚ୍ଚିତ୍ରର ପୋଷ୍ଟର୍‌କୁ ଚିରାଚିରି କରିଥିଲେ।

Livemint

ଏ ସଂପର୍କରେ ସିନେମା ହଲ୍‌ର ମାଲିକ କହିଛନ୍ତ, ‘ଶୁକ୍ରବାର ଉପୁଜିିଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟର ସମସ୍ତ ସୋ’କୁ ବନ୍ଦ କରି ଦିଆଯାଇଛି। ଏହି ଚଳଚ୍ଚିତ୍ରଟି କାନପୁରେ ସ୍କ୍ରିନିଂ ହେବାର ଆଉ କୌଣସି ସମ୍ଭାବନା ଥିବା ପରି ଲାଗୁନି।’

ସେ ଆହୁରି ବି କହୁଛନ୍ତି ଯେ ଏହି ମାମଲାରେ ପୁଲିସ୍‌ ସୁରକ୍ଷା ଦେବାରେ ବିଶେଷ ସାହାଯ୍ୟ କରୁନାହିଁ। ହଲ୍‌ରେ ସାମଗ୍ରୀ ଭଙ୍ଗାରୁଜାର ଆମେ କୌଣସି ରିସ୍କ୍‌ ନେବାକୁ ଚାହୁଁନାହୁଁ।

ସମ୍ବନ୍ଧିତ ଖବର