ଦ୍ୱିତୀୟ ଥର ପାଇଁ ଏହି ନିର୍ଦେଶକମାନଙ୍କ ସହ କାମ କରିନାହାନ୍ତି ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍‌ଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ରୋମିଓ ଦ ଲଭର୍ବୟ ’ । ବ୍ରଜରାଜ ମୁଭିଜ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦେଶନା ଦେଇଥିଲେ ହର ପଟ୍ଟନାୟକ । ୨୦୦୯ରେ ମୁକ୍ତିଲାଭ କରିଥିବା ‘ରୋମିଓ ଦ ଲଭର୍ବୟ’ ପରେ ବାବୁସାନଙ୍କୁ ଦ୍ୱିତୀୟ ଥର ଲାଗି ନିର୍ଦେଶକ ହର ପଟ୍ଟନାୟକଙ୍କ ସହ କାମ କରିବାର ସୁଯୋଗ ମିଳି ନ ଥିଲା । ଏହି ସିନେମାରେ ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଥିଲେ ବଙ୍ଗୀୟ ନାୟିକା ଲଭଲି। ଲଭଲିଙ୍କୁ ପରେ ଅନ୍ୟ କୌଣସି ଓଡ଼ିଆ ଛବିରେ ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ।
କେବଳ ହର ପଟ୍ଟନାୟକ ନୁହଁନ୍ତି, ବାବୁସାନ୍ ଗତ ଏଗାର ବର୍ଷ ମଧ୍ୟରେ ଏମିତି ଆଉ କେତେକ ନିର୍ଦେଶକଙ୍କ ସହ କେବଳ ଗୋଟିଏ ସିନେମାରେ କାମ କରିଛନ୍ତି ।
ଓଲିଉଡର ସ୍ୱନାମଧନ୍ୟ ନିର୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦେଶନାରେ ବାବୁସାନ୍‌ ତାଙ୍କ ମାଆ ଅପରାଜିତା ମହାନ୍ତିଙ୍କ ପ୍ରଯୋଜିତ ଫିଲ୍ମ ‘ଲଭ ମାଷ୍ଟର୍’ରେ ମଧ୍ୟ ଏଯାବତ୍‌ ଥରଟିଏ କାମ କରିବାର ସୁଯୋଗ ପାଇଛନ୍ତି । ଏଯାବତ୍‌ ଅନ୍ୟ କୌଣସି ଛବିରେ ବାବୁସାନ୍ ହିମାଂଶୁ ପରିଜାଙ୍କ ସହ କାମ କରି ନାହାନ୍ତି।ଓଲିଉଡର ଅନ୍ୟତମ ଜଣାଶୁଣା ନିର୍ଦେଶକ ଏସ୍‌.କେ. ମୁରଲୀଧରନ୍‌ଙ୍କ ନିର୍ଦେଶିତ ସିନେମା ‘ତୋ’ ଆଖିରେ ମୁଁ’ରେ ବାବୁସାନ୍‌ ହିରୋ ହୋଇଥିଲେ । ଏହା ଥିଲା ତାଙ୍କର ଦ୍ୱିତୀୟ ମୁକ୍ତିପ୍ରାପ୍ତ ସିନେମା । ହେଲେ ଏହାପରେ ଏଯାବତ୍‌ ମୁରଲୀଧରନ୍‌ଙ୍କ ସହ ଆଉ କାମ କରିନାହାନ୍ତି ବାବୁସାନ୍‌ ।
ଓଡ଼ିଆ ସିନେଜଗତର ଚର୍ଚ୍ଚିତ ନିର୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ସହ ବି ଥରଟିଏ କାମ କରିଛନ୍ତି ବାବୁସାନ୍। ସେ ପ୍ରଶାନ୍ତ ନନ୍ଦଙ୍କ ନିର୍ଦେଶିତ ‘ଥୁକୁଲ୍’ରେ ନାୟକ ଭୂମିକାରେ ନଜର ଆସିଥିଲେ। ଏଥିରେ ଅର୍ଚ୍ଚିତା ଥିଲେ ନାୟିକା। ଏହାପରେ ବାବୁସାନ୍ ପ୍ରଶାନ୍ତ ନନ୍ଦଙ୍କ ସହ ଆଉ କାମ କରିନାହାନ୍ତି।

ଠିକ୍ ସେହିପରି ଜଣାଶୁଣା ନିର୍ଦେଶକ ମୃତ୍ୟୁଞ୍ଜୟ ସାହୁ(ବାପି)ଙ୍କ ସହ କେବଳ ଗୋଟିଏ ସିନେମା ‘ଯିଏ ଯାହା କହୁ ମୋର ଢ଼ୋ’ରେ ବାବୁସାନ୍ କାମ କରିଛନ୍ତି। ଏହି ସିନେମାରୁ ଚୁଲୁବୁଲି ନାୟିକା ଶୀତଲ୍ କ୍ୟାରିଅର୍ ଆରମ୍ଭ କରିଥିଲେ। ଫିଲ୍ମଟି ସୁପରହିଟ୍ ବି ହୋଇଥିଲା। ହେଲେ ଏହାପରେ ଏଦୁହେଁ ଆଉ ଏକାଠି ହୋଇନାହାନ୍ତି।
ଅପରପକ୍ଷରେ ଜଣାଶୁଣା କୋରିଓଗ୍ରାଫର୍ ରାଜୁ ସରବେୟା ନିର୍ଦେଶକ ଭାବେ କେବଳ ଗୋଟିଏ ଓଡ଼ିଆ ସିନେମା ନିର୍ମାଣ କରିଥିଲେ। ଏହି ସିନେମାର ଶୀର୍ଷକ ଥିଲା ‘ଜବରଦସ୍ତ ପ୍ରେମିକ’। ଏଥିରେ ବାବୁସାନ୍ ନାୟକ ବନିଥିଲେ। Image result for bini pattnaikନିର୍ଦେଶକ ବିନି ପଟ୍ଟନାୟକଙ୍କ ସହ ବି ବାବୁସାନ୍ ଥରେ କାମ କରିଛନ୍ତି। ହଁ, ବିନି ପଟ୍ଟନାୟକଙ୍କ ‘ଝିଅଟା ବିଗିଡ଼ିଗଲା’ରେ ବାବୁସାନ୍ ସ୍ବତନ୍ତ୍ର ଭୂମିକାରେ ଦେଖା ଦେଇଥିଲେ। ଏହାପରେ ନିର୍ଦେଶକ ବିନି ପଟ୍ଟନାୟକ ଅମ୍ଳାନଙ୍କୁ ନେଇ ‘ବଜରଙ୍ଗୀ’ ନିର୍ମାଣ କରିଥିଲେ।

ସମ୍ବନ୍ଧିତ ଖବର