୧୦ବର୍ଷରେ ପ୍ରଥମ: ଅଇଁଠା ବାସନ ମାଜିବା ସହ ଶୌଚାଳୟ ସଫା କଲେ ଦବଙ୍ଗ ଖାନ୍, ଚର୍ଚ୍ଚାରେ ଭିଡିଓ

ମୁମ୍ବାଇ: ଚର୍ଚ୍ଚାରେ ରିୟାଲିଟି ସୋ’ ବିଗ୍ ବସ୍ ସିଜିନ୍-୧୩। ଦୀର୍ଘ ୧୦ବର୍ଷ ଧରି ଏହି ସୋ’ର ଉପସ୍ଥାପନା କରି ଆସୁଥିବା ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ଏବେ ପ୍ରତିଯୋଗୀମାନଙ୍କ ପାଇଁ ବାସନ ସଫା କରିବାକୁ ପଡ଼ିଛି। ଖାଲି ସେତିକି ନୁହେଁ, ପ୍ରତିଯୋଗୀମାନେ ବ୍ୟବହାର କରୁଥିବା ଶୌଚାଳୟ ମଧ୍ୟ ସଫା କରିଛନ୍ତି ଦବଙ୍ଗ ଖାନ୍। ଦୀର୍ଘ ୧୦ବର୍ଷ ମଧ୍ୟରେ ଯାହା ହୋଇ ନଥିଲା, ତାହା ସିଜିନ୍-୧୩ରେ ହୋଇଛି। ଘର ଭିତରକୁ ଯାଇ ସଫେଇ କାମ କରିଛନ୍ତି ସଲମାନ। ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ୱିକଏଣ୍ଡ କା ୱାରରେ ସଲମାନଙ୍କର ଏଭଳି ଋପ ଦେଖି ଘର ଭିତରେ ଥିବା ପ୍ରତିଯୋଗୀମାନେ ଆଶ୍ଚର୍ଯ୍ୟ ହେବା ସହ ନିଜ ଭୁଲ ପାଇଁ କ୍ଷମା ମଧ୍ୟ ମାଗୁଥିବା ଭିଡିଓରେ ଦେଖାଯାଇଛି। ହେଲେ ସଲମାନ କାହା କଥା ନ ଶୁଣି ଘର ସଫା କରି ବାହାରକୁ ଆସି ଯାଉଛନ୍ତି।

ସୂଚନା ମୁତାବକ, ପ୍ରତିଯୋଗୀ ଶେହନାଜ୍ ଗିଲ୍ ଘରର କ୍ୟାପଟେନ୍ ହେବା ପରେ କୌଣସି ପ୍ରତିଯୋଗୀ ନିଜ କାମ ଠିମ୍ ଭାବରେ କରୁ ନଥିଲେ। ଅଇଁଠା ବାସନ ଠିକ୍ ସମୟରେ ସଫା ହେଉ ନଥିବା ବେଳେ ଶୌଚାଳୟ ମଧ୍ୟ ଠିମ୍ ଭାବରେ ସଫା ହେଉ ନଥିଲା। ଯାହାକୁ ନେଇ ପ୍ରତିଯୋଗୀମାନେ ପରସ୍ପର ସହ ଝଗଡ଼ା କରୁଥିଲେ। ବାରମ୍ବାର ଏଭଳି ହେଉଥିବା ଦେଖି ସଲମାନ ବାଧ୍ୟ ହୋଇ ଘର ଭିତରକୁ ଯିବା ସହ ଘର ସଫା କରିଥିଲେ।

ସମ୍ବନ୍ଧିତ ଖବର