ଅଧିକ ସକ୍ରିୟ ହେଲେଣି ବରିଷ୍ଠ ଅଭିନେତା ବିଜୟ ମହାନ୍ତି

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଜଣେ ହେଲେ ବିଜୟ ମହାନ୍ତି। ସେ ‘ନାଗଫାସ’ଚଳଚ୍ଚିତ୍ରରୁ ଆରମ୍ଭ କରି ‘ସେଲଫିସ୍‌ ଦିଲ୍‌’ଯାଏଁ ଶତାଧିକ ଓଡ଼ିଆ ସିନେମାରେ ବିଭିନ୍ନ ଭୂମିକାରେ ନଜର ଆସିଛନ୍ତି। ତାଙ୍କୁ ଦର୍ଶକ ନାୟକ,ଖଳନାୟକ ,ହାସ୍ୟାଭିନେତା ଓ ଚରିତ୍ର ଅଭିନେତା ଭାବେ ଭାବେ ପସନ୍ଦ କରିଛନ୍ତି।

ଓଲିଉଡରେ ମିହିର ଦାସଙ୍କୁ ବିଜୟ ମହାନ୍ତିଙ୍କ ପ୍ରତିଦ୍ୱନ୍ଦ୍ବୀ ବୋଲି କୁହାଯାଏ। ଖାସ୍‌ କରି ମିହିର ଦାସଙ୍କୁ ଅଧିକ ସିନେମାରେ ଦେଖିବାକୁ ମିଳୁଥିବା ହେତୁ ଏଭଳି କୁହାଯାଏ। ଏବେ ସ୍ଥିତି ଟିକେ ବଦଳିଥିବା କୁହାଯାଉଛି।

ଭେଟେରାନ୍‌ ବିଜୟ ମହାନ୍ତି ଏବେ ଓଲିଉଡରେ ଟିକେ ଅଧିକ ସକ୍ରିୟ ହୋଇଥିବା ଜଣାଯାଇଛି। ଏହି କାରଣରୁ ତାଙ୍କୁ ଅଧିକ ସଂଖ୍ୟକ ସିନେମାରେ ଦେଖିବାକୁ ପାଉଛନ୍ତି ଦର୍ଶକ।

ଗତ ରଜରେ ରିଲିଜ୍‌ ହୋଇଥିବା ସିନେମା ‘ଗୋଲମାଲ ଲଭ’ରେ ବିଜୟ ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା।ଏଥିରେ ଏକ ମଜାଦାର ଚରିତ୍ରରେ ଅଭିନୟ କରିଥିଲେ ସେ। ଏହାପରେ ଗତ ରଥଯାତ୍ରାରେ ମୁକ୍ତିଲାଭ କରିଥିବା ‘ସେଲଫିସ୍‌ ଦିଲ’ରେ ବିଜୟ ମହାନ୍ତି ନଜର ଆସିଥିଲେ।ଠିକ ସେହିପରି ଏ ବର୍ଷର ବିଜୟ ମହାନ୍ତିଙ୍କ ଅଭିନୀତ ଅନ୍ୟ ଏକ ଓଡ଼ିଆ ସିନେମା ହେଲା ‘ବୈଶାଳୀ’। ଆଶୁତୋଷଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାରେ ଅଭିଷେକ,ପ୍ରୀତ୍‌,ସୁମନପ୍ରିୟା,ବିଜୟ ମହାନ୍ତି ଓ ପୃଥ୍ଵୀରାଜ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ‘ବୈଶାଳୀ’ରେ ବିଜୟ ମହାନ୍ତିଙ୍କୁ ଏକ ଦମ୍‌ଦାର୍‌ ଚରିତ୍ରରେ ଦେଖିବାକୁ ମିଳିଛି। ତାଙ୍କୁ ‘ନାୟକର ନାଆଁ ଦେବଦାସ’ରେ ବି ଦେଖିବାକୁ ମିଳିଥିଲା।

 

 

ସମ୍ବନ୍ଧିତ ଖବର