ଆଲୋକ ନାଥ୍‌ଙ୍କ ଉପରେ ଦୁଷ୍କର୍ମର ଆରୋପ: ଘଟଣାର ୨୦ବର୍ଷ ପରେ ବିନ୍‌ତା ନନ୍ଦାଙ୍କର ଡାକ୍ତରୀ ମାଇନା କରାଯିବ

ମୁମ୍ବାଇ : ଅକ୍ଟୋବର ୮ରେ #ମି ଠୁ ଅଭିଯାନର ଶିକାର ହୋଇଥିଲେ ବଲିଉଡ୍‌ ଅଭିନେତା ଆଲୋକ ନାଥ୍‌ । ଲେଖିକା ତଥା ପ୍ରଯୋଜିକା ବିନ୍‌ତା ନନ୍ଦା ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ତାଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ଆଲୋକ ନାଥଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏ ନେଇ ମୁମ୍ବାଇ ପୁଲିସ କିଛି ଦିନ ପୂର୍ବରୁ ଅଭିନେତା ଆଲୋକ ନାଥଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଖବର ମିଳିଥିଲା । ଏବେ ଘଟଣା ଘଟିବାର ୨୦ବର୍ଷ ପରେ ପୀଡ଼ିତା ବିନ୍‌ତା ନନ୍ଦାଙ୍କ ମେଡ଼ିକାଲ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି । ସାମ୍ବାଦିକା ବର୍‌ଖା ଦତ୍ତଙ୍କୁ ସାକ୍ଷାତକାର ଦେଇ ବିନ୍‌ତା ନନ୍ଦା ଏ ନେଇ ସୂଚନା ଦେଇଥିବା ଜଣା ପଡ଼ିଛି ।

Gujarati Times

ସାକ୍ଷାତକାରରେ, ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ଜଣାଇବାର ୩ ସପ୍ତାହ ପରେ ମୁମ୍ବାଇ ପୁଲିସ ମୋତେ ଡ଼ାକି କହିଲେ କି ଆମେ ଆଲୋକ ନାଥଙ୍କ ବିରୋଧ ମାମଲା ରୁଜୁ କରୁଛୁ । ମାମଲା ରୁଜୁ ହେବା ପରେ ଆଲୋକ ନାଥଙ୍କୁ ଗିରଫ କରିବା ପରିବର୍ତ୍ତେ ଏବେ ସେ ମୋତେ ପୁଣି ଡ଼ାକିଛନ୍ତି । ୨୦ବର୍ଷ ପରେ ପୁଲିସ ମୋର ମେଡ଼ିକାଲ ଟେଷ୍ଟ କରିବାକୁ ଚାହୁଁଥିବାରୁ ମୋତେ ପୁଣି ଡ଼କାଇଛନ୍ତି । ମୋର ମେଡ଼ିକାଲ ଟେଷ୍ଟ ହେବା ପରେ ହିଁ ମାମଲାର ତଦନ୍ତ ଆଗକୁ ବଢ଼ିବ ବୋଲି ପୁଲିସ ବିଭାଗ ତରଫରୁ କୁହାଯାଇଥିବା ଜଣାଇଥିଲେ ବିନ୍‌ତା । ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ପୁଲିସ ବିନ୍‌ତାଙ୍କ ବାରମ୍ବାର ଡ଼କାଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର