ଅର୍ନ୍ତଜାତୀୟ ଦେହବ୍ୟବସାୟ ର୍ୟାକେଟ୍ ଚଳାଇ ପୁଲିସ ହାତରେ ଧରା ପଡ଼ିଲେ ବଲିଉଡ୍ କୋରିଓଗ୍ରାଫ୍ର
ମୁମ୍ବାଇ : ଦେହ ବ୍ୟବସାୟ, ଡ୍ରଗ୍ସ ସେବନ ଏବଂ ମଦ୍ୟପାନରେ ଅଭ୍ୟସ୍ତ ଏମିତି ଅନେକ ବଲିଉଡ୍ ଷ୍ଟାର ଅଛନ୍ତି ଯେଉଁମାନଙ୍କ ବିଷୟରେ ଏବେ ବି ଲୋକମାନେ ଅଜ୍ଞାତ । ପରଦା ଉପରେ ବା ଲୋକମାନଙ୍କ ଆଗରେ ସେମାନେ ନିଜ ନିଜର ଏକ ଭିନ୍ନ ରୁପ ଦେଖାଉଥିବା ବେଳେ ପରଦା ପଛରେ ସେମାନଙ୍କୁ ଆଉ ଏକ ଭିନ୍ନ ରୁପରେ ଦେଖିବାକୁ ମିଳିଥାଏ । ପରଦା ପଛରେ ସବୁ କଳାକାରଙ୍କ ବ୍ୟକ୍ତିଗତ ଜୀବନରେ ଅନେକ କିଛି ଅକୁହା କଥା ରହିଥାଏ । ଯାହା ବିଷୟରେ କେହି ଜାଣି ପାରନ୍ତି ନାହିଁ । ପୂର୍ବରୁ ଅନେକ ବଡ଼ ବଡ଼ ବଲିଉଡ୍ ଷ୍ଟାରମାନଙ୍କୁ ନୃତ୍ୟ ଶିଖାଇଥିବା କୋରିଓଗ୍ରାଫର ଏଗ୍ନସ୍ ହେମିଲଟନ୍ଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡ଼ିଛି । ସଲମାନଙ୍କ ଅଭିନୀତ ଫିଲ୍ମ ‘ଟ୍ୟୁବ୍ଲାଇଟ୍’ରେ ସେ କୋରିଓଗ୍ରାଫି କରିଥିବା ବେଳେ ଏବେ ତାଙ୍କ ବିରୋଧରେ ଅର୍ନ୍ତଜାତୀୟସ୍ତରରେ ଦେହବ୍ୟବସାୟ ର୍ୟାକେଟ୍ ଚଳାଉଥିବାର ଅଭିଯୋଗ ହୋଇଛି । ଅନ୍ଧେରୀରେ ଏକ ଡ଼୍ୟାନ୍ସ କ୍ଲାସ୍ ଚଳାଉଥିବା ଏଗ୍ନସ୍ ଏକ ଅର୍ନ୍ତଜାତୀୟ ଦେହବ୍ୟବସାୟ ର୍ୟାକେଟ୍ ଚଳାଉ ଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁମ୍ବାଇ ପୁଲିସ ଏଗ୍ନସଙ୍କୁ ଗିରଫ କରିବା ପରେ ତାଙ୍କ ର୍ୟାକେଟ୍ର ଭାଣ୍ଡାଫୋଡ଼୍ ହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ନାଚ ଏବଂ ଅଭିନୟ କରିବା ବାହାନାରେ ସେ ଯୁବତୀମାନଙ୍କୁ ଦେଶ ବାହାରକୁ ପଠାଉଥିବା ବେଳେ ସେଠାରେ ସେମାନଙ୍କୁ ଶରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରାଯାଉଥିଲା । ପ୍ରତି ଯୁବତୀ ପିଛା ସେ ୪୦ ହଜାର ଟଙ୍କା ଆୟ କରୁଥିଲେ ବୋଲି ଜଣାପଡ଼ିଛି । କେନିଆ ସରକାର ଏ ନେଇ ଜଣେ ଭାରତୀୟ ମହିଳାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏଗ୍ନସଙ୍କ ଅସଲ କାରବାର ସାମ୍ନାକୁ ଆସିଥିଲା ।