୪୨ ବର୍ଷରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ ଏହି ନାମୀ ଅଭିନେତା

ମୁମ୍ବାଇ:ବଲିଉଡରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ କି କେବେ ଭାବି ନଥିଲେ ଯେ ଦିନେ ଅଭିନେତା ହେବେ ଏବଂ ସେମାନେ ବିଳମ୍ବରେ ଏହି ସୁଯୋଗ ପାଇଥିଲେ। ଫିଲ୍ମ ‘ଥ୍ରି ଇଡିଅଟ୍ସ’ରେ ଭାଇରସ୍ ନାମରେ ଜଣାଶୁଣା ପ୍ରଖ୍ୟାତ ଅଭିନେତା ବମନ ଇରାନୀ ସେମାନଙ୍କ ମଧ୍ୟରୁ ଜଣେ । ତାଙ୍କ କାହାଣୀ ମଧ୍ୟ କିଛି ଭିନ୍ନ ପ୍ରକାରର । ବମନ ମୁମ୍ବାଇରେ ୨ ଡିସେମ୍ବର ୧୯୫୯ରେ ଜନ୍ମ ହୋଇଥିଲେ । ସେ ୪୨ ବର୍ଷରେ ଫିଲ୍ମରେ କ୍ୟାରିଅର ଆରମ୍ଭ କରିଥିଲେ । ବମନ ସେଂଟ ମେରୀ ସ୍କୁଲରେ ପଢାସାରିବା ପରେ ମିଠୀବାଈ କଲେଜରେ ଗ୍ରାଜୁଏସନ ଶେଷ କରିଥିଲେ ।

ପଢାସରିବା ପରେ ବମନ ହୋଟେଲ ତାଜ ପ୍ୟାଲେସରେ ୱେଟର ଏବଂ ରୁମ ସର୍ଭିସ ଷ୍ଟାଫ ଭାବରେ କାମ କରୁଥିଲେ । ସେ ହୋଟେଲ କାମ ପରେ ତାଙ୍କ ମା’ଙ୍କୁ କାମରେ ସାହାଯ୍ୟ କରିବାପାଇଁ ସାଉଥ ମୁମ୍ବାଇରେ ନାୱଲଟି ଏବଂ ଅପସରା ସିନେମା ମଧ୍ୟରେ ସେ ବେକରିରେ କାମ କରୁଥିଲେ । ସେ ୧୯୮୭ରେ ଫଟୋଗ୍ରାଫି ଆରମ୍ଭ କରିଥିଲେ, ଅଭିନୟ କରିବା ପର୍ଯ୍ୟନ୍ତ ଏହି କାମକୁ ଜାରି ରଖିଥିଲେ ।

ପିଲାଟି ବେଳରୁ ବମନଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା । ସେ ହଂସରାଜ ସିଦ୍ଧିୟାଁ ଏବଂ ଏଲେକ ପଦମସୀଙ୍କ ଠାରୁ ଅଭିନୟ ଶିଖିଥିଲେ । ସେ ରୋଶନୀ ଏବଂ ଫ୍ୟାମଲି ଟାଇଜ ଭଳି ଥିଏଟର ପ୍ଲେରେ ଅଂଶଗ୍ରହଣ କରିଥିଲେ । ୨୦୦୧ରେ ସେ ଫିଲ୍ମ ‘ଏଭ୍ରିବଡି ସେଜ ଆଇ ଆମ ଫାଇନ’ରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଲେଟସ ଟକ, ଡରନା ମନା, ଏବଂ ବୁମ ଭଳି ଫିଲ୍ମରେ ଛୋଟ ଛୋଟ ଚରିତ୍ରରେ ନଜର ଆସିଥିଲେ ।

photo–starsunfold

ବମନ ୨୦୦୩ରେ ରାଜକୁମାର ଇରାନୀଙ୍କ ଫିଲ୍ମ ମୁନ୍ନା ଭାଇ ଏମବିବିଏସରେ ଡାକ୍ତର ଅସ୍ଥାନାଙ୍କ ଚରିତ୍ରରେ ଅଭିନୟ କରିଥିଲେ ଏବଂ ଦର୍ଶକ ତାଙ୍କୁ ଖୁବ ପସନ୍ଦ ମଧ୍ୟ କରିଥିଲେ, ଏବଂ ଏହାପରେ ସବୁଆଡ଼େ ତାଙ୍କ ଚର୍ଚ୍ଚା ହୋଇଥିଲା । ଏହା ବ୍ୟତୀତ ସେ ଶାହାରୁଖଙ୍କ ସହିତ ଫିଲ୍ମ ଡନ ଟୁ, ହ୍ୟାପି ନ୍ୟୁ ଇୟର ଏବଂ ଅମୀର ଖାନଙ୍କ ସହିତ ଥ୍ରି ଇଡିଅଟସ ଏବଂ ପିକେ ଭଳି ଫିଲ୍ମରେ କାମ କରିଥିଲେ ଏବଂ ଦର୍ଶକଙ୍କ ହୃଦୟକୁ ଜିତି ପାରିଥିଲେ ।

ସମ୍ବନ୍ଧିତ ଖବର