ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଝିଅ ଜାନଭୀଙ୍କୁ ସମ୍ଭାଳିଛନ୍ତି କରଣ ଜୋହର, ଝିଅ ପାଇଁ ଶେଷ ଉପଦେଶ ଥିଲା…

ମୁମ୍ବାଇ: ଶନିବାର ବିଳମ୍ବିତ ରାତ୍ରୀରେ ଦୁବାଇରେ ଏକ ବିବାହ ଉତ୍ସବରେ ଦୃଦ୍‌ଘାତରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ବେଳେ ଉପସ୍ଥିତ ଥିଲେ ସ୍ୱାମୀ ବନି କପୁର୍‌ ଏବଂ ସାନ ଝିଅ ଖୁସି। ମାତ୍ର ଦୁଃଖର କଥା ହେଉଛି ଶେଷ ମୁହୂର୍ତ୍ତରେ ଶ୍ରୀଦେବୀଙ୍କ ପାଖରେ ନଥିଲେ ଅଲିଅଳୀ ଝିଅ ଜାନଭୀ କପୁର୍‌। ବାପା, ମାଆ ଓ ଭଉଣୀ ଖୁସି ଦୁବାଇ ଯାଉଥିବା ବେଳେ ମୁମ୍ବାରେ ରହି ଜାନଭୀ ନିଜର ଅପ୍‌କମିଂ ଚଳଚ୍ଚିତ୍ର ‘ଧଡକ୍‌’ର ସୁଟିଂ କରିବେ ବୋଲି ସେମାନଙ୍କ ସାଙ୍ଗରେ ଯାଇନଥିଲେ।

ଉଲ୍ଲେଖଯୋଗ୍ୟ, ‘ଧଡକ୍‌’ ହେଉଛି ଜାନଭୀଙ୍କର ଡେବ୍ୟୁ ଚଳଚ୍ଚିତ୍ର। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ କରଣ ଜୋହର। ଜାଣିବାକୁ ମିଳିଛି ଯେ ଜାନଭୀ ତାଙ୍କ ମାଆଙ୍କ ମୃତ୍ୟୁ ଖବର ପାଇବା ପରେ ପୂରାପୂରି ଭାଙ୍ଗି ପଡ଼ିଛନ୍ତି। ଏଣେ, ତାଙ୍କୁ ସୁଟିଂ ସେଟ୍‌ରେ ସମବେଦନା ଦେଉଛନ୍ତି କରଣ ଜୋହର। ଶ୍ରୀଦେବୀଙ୍କ ଷ୍ଟେପ୍‌ ସନ୍‌ ଅର୍ଥାତ ବନି କପୁର୍‌ଙ୍କ ପ୍ରଥମ ପତ୍ନୀଙ୍କ ପୁଅ ଅର୍ଜୁନ କପୁର୍‌ ମାଆଙ୍କ ଶେଷକୃତ୍ୟ ପାଇଁ ମୁମ୍ବାଇରେ ପହଞ୍ଚି ସାରିଛନ୍ତି।

ନିକଟରେ ଏକ ସାକ୍ଷାତକାରେ ଶ୍ରୀଦେବୀଙ୍କୁ ପଚରାଯାଇଥିଲା ତାଙ୍କ ଝିଅ ତଥା ନବାଗତା ଜାନଭୀଙ୍କ ପାଇଁ ତାଙ୍କର କ’ଣ ଉପଦେଶ ରହିଛି। ଶ୍ରୀଦେବୀ ମତ ରଖିଥିଲେ, ‘କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ। ସବୁ ଲୋକଙ୍କ ପରି ମୁଁ ବି କହିବି କର୍ମ କରିବାରେ ସାଲିସ୍‌ କରନାହିଁ। ସଫଳତାର ମନ୍ତ୍ର ହିଁ କର୍ମ।’ ତାହା ହିଁ ଥିଲା ଝିଅ ଜାନଭୀଙ୍କ ପାଇଁ ତାଙ୍କର ଶେଷ ଉପଦେଶ।

ସମ୍ବନ୍ଧିତ ଖବର