କାର୍ତ୍ତିକଙ୍କୁ ଦାଢ଼ି କାଟିବାକୁ କହିଲେ ଦୀପିକା

ଦାଢ଼ି କାଟିବେ କି ନାହିଁ; ଦ୍ବନ୍ଦ୍ବରେ ଥିବା ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ନିଜ ବନ୍ଧୁ ଓ ପ୍ରଶଂସକଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ। ବୁଧବାର ଇଷ୍ଟାଗ୍ରାମ୍‌ରେ ଏକ ଲାଇଭ୍‌ ଭିଡିଓ କରି ସେ କହିଥିଲେ, ମୋ ଘରଲୋକ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ମୁଁ ଦାଢ଼ି ନ କାଟିବା ଯାଏ ମୋତେ ଖାଇବାକୁ ଦେବେନାହିଁ ବୋଲି କହୁଛନ୍ତି। ତେବେ ମୁଁ କ’ଣ କରିବି ଜାଣିପାରୁନି। ଏଥିରେ ତାଙ୍କର ବନ୍ଧୁ ଓ ପ୍ରଶଂସକମାନେ ଦୁଇ ଭାଗ ହୋଇଯାଇଥିଲେ। ଦାଢ଼ି କାଟିବା ସପକ୍ଷରେ କିଛି ଲୋକ ମତ ରଖିଥିବା ବେଳେ ଆଉ କିଛି ନ କାଟିବାକୁ ମତ ନେଇଥିଲେ। ତେବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ କାର୍ତ୍ତିକଙ୍କୁ ଦାଢ଼ି କାଟିବାକୁ ଉପଦେଶ ଦେଇଛନ୍ତି। ଏହା ପରେ କାର୍ତ୍ତିକ ତାଙ୍କର ପୂର୍ବ ଏକ ଫଟୋ ସହ ଏବେର ଫଟୋକୁ ମିଶାଇ, ଫଟୋ ସେୟାର କରି ପୁଣି ଲେଖିଲେ ‘ସେକ୍ସି ଔର୍‌ ଜଙ୍ଗଲୀ- ତଥାପି ଦ୍ବନ୍ଦ୍ବରେ’। ଏହି ଫଟୋରେ ଡିଜାଇନର୍‌ ମନୀଷ ମଲ୍‌ହୋତ୍ରା ଜଙ୍ଗଲୀ ଲୁକ୍‌ ଠିକ୍‌ ଅଛି ବୋଲି ଲେଖିଥି‌ଲେ।

ସମ୍ବନ୍ଧିତ ଖବର