ଆମେରିକାର ଟିକା ଗବେଷଣାକୁ ଚୀନ୍‌ର ହଡ଼ପ ମସୁଧା

ନୂଆଦିଲ୍ଲୀ: ମହାମାରୀ କୋଭିଡ୍ ସଂକ୍ରାନ୍ତରେ ଯୁକ୍ତରାଷ୍ଟ୍ର ଆମେରିକା ଏବେ ଏକ ନୂଆ ଅଭିଯୋଗ ଉଠାଇଛି। କରୋନାଭୂତାଣୁ ପ୍ରତିଷେଧକ ଟିକା ବାହାର କରିବା ଲାଗି ଚାଲିଥିବା ଗବେଷଣାଲବ୍ଧ ତଥ୍ୟକୁ ଚୀନ୍ କର୍ତ୍ତୃପକ୍ଷ ହଡ଼ପ କରିନେବାକୁ ମସୁଧା ଚଳାଇଛି ବୋଲି ୱାଲ୍‌ଷ୍ଟ୍ରିଟ୍‌ ଜର୍ଣାଲ୍ ଓ ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। ଏପରିକି ଆମେରିକାର ସରକାରୀ ଗୁଇନ୍ଦା ସଂସ୍ଥା ଏଫ୍‌ବିଆଇ ଏବଂ ସ୍ବଦେଶ ନିରାପତ୍ତା ବିଭାଗ ପକ୍ଷରୁ ଏ ଦିଗରେ ଏକ ସତର୍କତା ଜାରି କରିବା ଲାଗି ଯୋଜନା ହେଉଛି। ଅପରପକ୍ଷେ, ଏହି ଅଭିଯୋଗକୁ ଚୀନ୍ ପକ୍ଷରୁ ଖଣ୍ତନ କରାଯିବା ସହ ଏଭଳି ଅମୂଳକ ତଥା ଭିତ୍ତିହୀନ ଗୁଜବରେ ବିଶ୍ବାସ ନକରିବାକୁ କହାଯାଇଛି। ମହାମାରୀ କୋଭିଡ୍-୧୯ର ଉପଚାର ଏବଂ ପ୍ରତିଷେଧକ ଗବେଷଣାରେ ଚୀନ୍ ହିଁ ବିଶ୍ବରେ ଅଗ୍ରଣୀ ଭୂମିକା ନିଭାଉଛି। ମାତ୍ର ଉଦ୍ଦେଶ୍ୟମୂଳକ ଭାବେ ଆମେରିକା ଚୀନ୍‌କୁ ନିଶାଣ କରି ଏପରି ବଦ୍‌ନାମ କରିବା ଦୁର୍ଭାଗ୍ୟଜନକ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲି ଜିଆନ୍ କହିଛନ୍ତି। ସୂଚନା ଥାଉ କି, କରୋନାଭୂତାଣୁ ସହ

ସମ୍ବନ୍ଧିତ ଖବର