ସ୍ବାମୀଙ୍କ ଏହି ଖରାପ ଗୁଣ ହେତୁ ଝଗଡ଼ା କରନ୍ତି ଦୀପିକା କକ୍କର; ୨-୩ ଦିନ ପାଇଁ ସୁଧୁରିଯାଆନ୍ତି ସୋଏବ

ମୁମ୍ବାଇ: ‘ଶଶୁରାଲ୍‌ ସିମର୍‌ କା’ ଅଭିନେତ୍ରୀ ଦୀପିକା କକ୍କର ମାଆ ବନିବାକୁ ଯାଉଛନ୍ତି। ତେବେ ସେ ଗର୍ଭବତୀ ଥିବା ସମୟ‌ରେ କିପରି ନିଜର ଯତ୍ନ ନେଉଛନ୍ତି ତାହା ନିକଟରେ ପ୍ରକାଶ କରିଛନ୍ତି। ଟେଲିଭିଜନ ଅଭିନେତ୍ରୀ ଦୀପିକା କକ୍କର ଓ ତାଙ୍କ ସ୍ବାମୀ ସୋଏବ ଇବ୍ରାହିମ୍‌ ଜାନୁଆରିରେ ଏହି ଖୁସି ଖବର ଦେଇଥିଲେ। ଗର୍ଭଧାରଣ କରିବା ପରେ ପ୍ରଥମରୁ ଦୀପିକାଙ୍କ ସ୍ବାସ୍ଥ୍ୟାବସ୍ଥା ପୂରା ଠିକ୍‌ ନଥିଲା। ପରେ ସେ ଡାଏଟ୍‌ ଫଲୋ କରି ସବୁକିଛି ଠିକ୍‌ କରି ଦେଇଛନ୍ତି। ତେବେ ବାପାମାଆ ବନିବାକୁ ଥିବା ଏହି ଦମ୍ପତି ଆଜିକାଲି ବେଶ୍‌ ଚର୍ଚ୍ଚା‌ରେ ରହୁଛନ୍ତି।

ତେବେ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ କେବେ କ୍ୟାମେରା ସାମ୍ନାରେ ଦେଖାନଗଲେ ବି ଦୀପିକା ଓ ଇବ୍ରାହିମ୍‌ଙ୍କ ମଧ୍ୟରେ ଝଗଡ଼ା ବହୁତ ଅଧିକ ହୋଇଥାଏ। ତେବେ ଏହି କଥା ନିଜେ ଦୀପିକା ପ୍ରକାଶ କରିଛନ୍ତି। ନିକଟରେ ସେ ତାଙ୍କର ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ ପତି-ପତ୍ନୀଙ୍କ ମଧ୍ୟରେ ଅଧିକାଂଶ ଝଗଡ଼ା ଫୋନ୍‌ ପାଇଁ ହିଁ ହୋଇଥାଏ। ଇବ୍ରାହିମ୍‌ଙ୍କ ମାତ୍ରାଧିକ ଫୋନ୍‌ ନିଶା ଦୀପିକାଙ୍କୁ ପସନ୍ଦ ନୁହେଁ।

ସେ କହିଛନ୍ତି ଯେ ତାଙ୍କ ସ୍ବାମୀ ପ୍ରତ୍ୟେକ ମୁହୂର୍ତ୍ତ ବାସ୍‌ ଫୋନ୍‌ରେ ଲାଗିରହନ୍ତି। ଯେତେବେଳେ ସୀମା ପାର୍‌ ହୋଇଯାଏ ତ ଦୀପିକା ତାଙ୍କୁ ଆଡୁସାଡୁ କହନ୍ତି ଓ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥାଏ। ଦୀପିକା ଆହୁରି ବି କହିଛନ୍ତି ଯେ ଝଗଡ଼ା ପରେ ସୋଏବ ଟିକେ ଡରିଯାଆନ୍ତି ଓ ୨-୩ ଦିନ ପର୍ଯ୍ୟନ୍ତ ଫୋନ୍‌ ବ୍ୟବହାର କମେଇ ଦିଅନ୍ତି। ତା’ପରେ ପୁଣି ଯାହାକୁ ସେୟା।

ସମ୍ବନ୍ଧିତ ଖବର