ପ୍ରିୟା ପ୍ରକାଶଙ୍କର ପ୍ରଥମ ଭିଡିଓ ସୋସିଆଲ ମିଡିିଆରୁ କେତେ ରୋଜଗାର କରିଛି ଜାଣିଛନ୍ତି କି?

ନୂଆଦିଲ୍ଲୀ : ଭେଲେନଟାଇନ ଡେ (ପ୍ରେମୀ ଦିବସ)ରେ ପ୍ରଥମ ଥର ପାଇଁ ମାଲାୟଲି ଅଭିନେତ୍ରୀ ପ୍ରି୍ରୟା ପ୍ରକାଶଙ୍କର ସେଇ ଚର୍ଚ୍ଚିତ ଭିଡିଓ ଆସିଥିଲା। ଭିଡ଼ିଓରେ ଥରେ ମାତ୍ର ଆଖି ମାରି ସେ ଲକ୍ଷଲକ୍ଷ ଲୋକଙ୍କୁ ପାଗଳ କରି ଦେଇଥିଲେ। ଏପରି ମଧ୍ୟ ଖବର ଆସିଥିଲା ଲୋକମାନେ ଫେସବୁକ ସିଇଓଙ୍କ ଠାରୁ ଅଧିକ ଗୁଗୁଲରେ ପ୍ରିୟା ପ୍ରକାଶଙ୍କୁ ସର୍ଚ୍ଚ କରିଥିଲେ । ତେବେ ସୋସିଆଲ ମିଡ଼ିଆରେ ବହୁଳ ଭାବେ ଭାଇରାଲ ହୋଇଥିବା ପ୍ରିୟା ପ୍ରକାଶଙ୍କର ସୋସିଆଲ ମିଡ଼ିଆର ଗୋଟିଏ ପୋଷ୍ଟରୁ ୮ଲକ୍ଷ ଟଙ୍କା ରୋଜଗାର ହୋଇଥିଲା । ଏହି ଭିଡ଼ିଓ ଭାଇରାଲ ହେବା ପରେ ପ୍ରିୟାଙ୍କୁ ଅନେକ ବଡ଼ ବଡ଼ ବ୍ରାଣ୍ଡରୁ ଅଫର ମିଳିଥିଲା । ଏହା ଛଡ଼ା ବଲିଉଡ଼ର ପ୍ରାଯାଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ତାଙ୍କ ସହିତ କାମ କରିବା ପାଇଁ ତାଙ୍କର ଇଛା ପ୍ରକାଶ କରିଛନ୍ତି ।

ସୋସିଆଲ ମିଡିଆର ରାଣୀ ପ୍ରିୟାପ୍ରକାଶ ବିଜ୍ଞାପନ ଏବଂ ଲୋକପ୍ରିୟତା ମାମଲାରେ ଅନେକ ପ୍ରସିଦ୍ଧ ଏବଂ ବିଶିଷ୍ଟ କଳାକାରଙ୍କୁ ପଛରେ ପକାଇଦେଇଛନ୍ତି । ପ୍ରିୟାଙ୍କ ଅଭିନୀତ ପ୍ରଥମ ମାଲାୟଲମ ଚଳଚ୍ଚିତ୍ର ‘ଓରୁ ଉଦାର ଲଭ’ ଜୁନରେ ରିଲିଜ ହେବାକୁ ଥିବା ବେଳେ ଏବେଠାରୁ ତାଙ୍କୁ ବଲିଉଡରେ ଅନେକ ଅଫର ମିଳୁଛି ।

ସମ୍ବନ୍ଧିତ ଖବର