ଭୁବନେଶ୍ୱର: ବେଶ୍ କିଛି ଦିନ ବ୍ୟବଧାନରେ ଓଲିଉଡ୍ର ଜଣାଶୁଣା ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ପୁଣି ସକ୍ରିୟ ହୋଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ହଁ ହରି ଏବେ ଏକ ନୂଆ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ଏହି ସିନେମାର ଶୀର୍ଷକ ହେଲା ‘ତୁ ମୋ’ ନୀଳନୟନା’। ଏହି ଓଡ଼ିଆ ସିନେମାରେ ଓଡ଼ିଆ ସିନେମାରେ ହରିଙ୍କୁ ପୁଣି ଏକ ମଜାଦାର୍ ଚରିତ୍ରଟି ମିଳିଛି,ଯାହାକୁ ବେଶ୍ ଉତ୍ସାହିତ ଅଛନ୍ତି ହରି।
‘ତୁ ମୋ’ ନୀଳନୟନା’ ସଂପର୍କରେ ହରିହର ମହାପାତ୍ର କହିଛନ୍ତି ଯେ,ଏଥିରେ ତାଙ୍କ ଅଭିନୟ କରିବାର ଯଥେଷ୍ଟ ସୁଯୋଗ ରହିଛି।ଆଉ ଏହି ଫିଲ୍ମରେ ତାଙ୍କ ଚରିତ୍ରରେ ଭିନ୍ନତା ରହିଛି। ଏଥିପାଇଁ ସେ ଆନନ୍ଦିତ। ଭଲ ଭୂମିକା ନ ମିଳିଲେ ସହଜରେ ରାଜି ହୁଅନ୍ତି ନାହିଁ ହାସ୍ୟାଭିନେତା ହରି।
ଦୀର୍ଘଦିନ ହେବ ତାଙ୍କ ପାଖକୁ କେତୋଟି ସିନେମାର ଅଫର୍ ଆସିଥିଲେ ହେଁ ଭଲ ଭୂମିକା ବାଛି ସେ କାମ କରୁଛନ୍ତି।
‘ତୁ ମୋ’ନୀଳନୟନା’ରେ ନାୟକ ନାୟିକା ଭୂମିକାରେ ଦୀପକ୍-ପିଙ୍କି ପ୍ରିୟଦର୍ଶିନୀ,ମଣ୍ଟୁ ଓ ନବାଗତା ଦୀପା ଅଛନ୍ତି । ଏତଦ୍ବ୍ୟତୀତ ବବି ମିଶ୍ର ଓ ପ୍ରତିଭା ପଣ୍ଡା ବି ଅଛନ୍ତି ଏହି ଫିଲ୍ମରେ। ଫିଲ୍ମଟି ଦର୍ଶକଙ୍କୁ ଭଲ ଲାଗିବ ଓ ତାଙ୍କ ଅଭିନୀତ ଚରିତ୍ରଟି ଖୁବ୍ ମଜାଦାର୍ ବୋଲି କହନ୍ତି ହରି।